ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍‌ କମ୍‌ ଦେଖାଯାଏ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍‌ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ କମିଯିବା, ଛାତି ବଥା, କାଶ, ଧଇଁସଇଁ ଲାଗିବା, ପେଟ କାଟିବା, ମୁଣ୍ଡ ବିନ୍ଧିବା, ଚିଡ଼ିଚିଡ଼ା, ମନେ ନ ରହିବା ଭଳି ଲକ୍ଷଣ ସାଙ୍ଗକୁ ଖାଦ୍ୟନଳୀ, ଏଣ୍ଡୋକ୍ରାଇନ୍‌, ହୃତ୍‌ପିଣ୍ଡ ସହିତ ସ୍ନାୟବିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସବୁ ଲକ୍ଷଣ ଯଦି ୩ ମାସ ବା ୧୨ ସପ୍ତାହ ରହିଲେ ଦୀର୍ଘମିଆଦୀ କୋଭିଡ୍‌ ବା ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ କୁହାଯାଏ। ଏହି ଲକ୍ଷଣ ସାଧାରଣତଃ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାସେରୁ ଦୁଇ ମାସ ମଧ୍ୟରେ କମିଯାଇଥାଏ। କିନ୍ତୁ କିଛି ଲୋକ ଏହି ଲକ୍ଷଣ ସହ ସେମାନେ ଲଙ୍ଗ୍‌ କୋଭିଡ୍‌ ଅବସ୍ଥାକୁ ଯାଇଥାନ୍ତି ଏବଂ ଚିକିତ୍ସାର ଆବଶ୍ୟକ କରିଥାନ୍ତି ବୋଲି କଟକ ଏସ୍‌ସିବି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି। ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସଚେତନତାଭିତ୍ତିକ କାର୍ଯ୍ୟକ୍ରମରେ ଡା. ପଣ୍ଡା କହିଛନ୍ତି, ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍‌ ପ୍ରାୟତଃ କମ୍‌ ଦେଖାଯାଏ। ଯେଉଁମାନଙ୍କର ମଧୁମେହ, କିଡ୍‌ନୀଜନିତ, ଶ୍ୱାସ, କର୍କଟ ଭଳି ଜଟିଳ ରୋଗ ଥିଲେ, ସେମାନଙ୍କର ପୋଷ୍ଟ କୋଭିଡ୍‌ ଲକ୍ଷଣ ଆସେ ଏବଂ ସେମାନେ ଚିକିତ୍ସାର ଆବଶ୍ୟକ କରିଥାନ୍ତି। କିନ୍ତୁ ଦୀର୍ଘମିଆଦୀ କୋଭିଡ୍‌ ରୋଗୀ ସଂକ୍ରାମକ ନୁହନ୍ତି। ତାଙ୍କଠାରୁ ରୋଗ ଡେଇଁବନି। ଏଥିରୁ ମୁକ୍ତି ପାଇଁ ପୀଡିତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ। ଯିଏ ଯେତେ ଗୁରୁତର ଥିବେ, ଭଲ ହେବାକୁ ସେତେ ଡେରି ହୋଇଥାଏ। ସାମାନ୍ୟ ବା ମଧ୍ୟମରେ ଆକ୍ରାନ୍ତ ଥିଲେ ଶୀଘ୍ର ଭଲ ହୋଇଯାଇଥାନ୍ତି। ଯେଉଁମାନେ ଗୁରୁତର ହୋଇଥାନ୍ତି, ସେମାନଙ୍କୁ ୧ରୁ ୩ ମାସ ଲାଗିଥାଏ ବୋଲି ଡା. ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଘଟଣାସ୍ଥଳ ଯାଞ୍ଚ କଲେ ୪ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାର କାରଣ ଏବେ ବି ରହସ୍ୟ ହୋଇରହିଛି। କେଉଁ କାରଣ ପାଇଁ ଏଭଳି ବଡ଼ ବିସ୍ଫୋରଣ ହେଲା ସେନେଇ...

ବିଜେଡି ନାଁରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ବର,୨ା୧୧(ବ୍ୟୁରୋ): ରାଜନୀତି ପାଣି ଗୋଳିଆ କରିବାର ୨୨ ବର୍ଷର ଅଭିଜ୍ଞତା ବିଜେଡି ପାଖରେ ଅଛି। ଅତୀତରେ ହୋଇଥିବା ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି...

ଏବେ ୫ ମହାନଗର ନିଗମରେ ଟିକାକରଣ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟକୁ ଶନିବାର ଆସିଥିବା ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା କେବଳ ୫ଟି ମହାନଗର ନିଗମରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏ...

ଖୁସି ଖବର, ପୁଣି ୨ କରୋନା ଟିକାକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର...

୩୦ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ପଶ୍ଚିମ ଓଡ଼ିଶାରେ ତାତିଲେ ଚାଷୀ

ସମ୍ବଲପୁର,୬ା୧୨(ବ୍ୟୁରୋ): ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଆହ୍ବାନରେ ଶନିବାର ବିଭିନ୍ନ ଜିଲାର ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଳାଇଛନ୍ତି। ନୂଆପଡ଼ା ଓ କଳାହାଣ୍ଡି ବ୍ୟତୀତ ପ୍ରାୟ ସମସ୍ତ...

ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ…

ନୂଆଦିଲ୍ଲୀ,୧୧।୧ : ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ ବୋଲି କୋଭିଡ ୱାର୍କିଂ ଗ୍ରୁପ୍ର ଚେୟାରମ୍ୟାନ ଡାକ୍ତର ଏନ.କେ ଆରୋରା କହିଛନ୍ତି ଯେ...

ଇ-ବିଧାନ କାର୍ଯ୍ୟକାରୀ ନେଇ ଅଧ୍ୟୟନ କରିବ ଗୃହ କମିଟି, ବାଚସ୍ପତିଙ୍କ ନେତୃତ୍ୱରେ ଗସ୍ତ କଲା ଦଳ

ଭୁବନେଶ୍ୱର,୨୦।୮(ବ୍ୟୁରୋ)- ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ କମ୍ପ୍ୟୁଟରୀକରଣ ସମ୍ପର୍କିତ ଗୃହ କମିଟି ଅଧ୍ୟୟନ ଗସ୍ତରେ ମଙ୍ଗଳବାର ହିମାଚଳ ପ୍ରଦେଶ ଯାତ୍ରା କରିଛନ୍ତି।...

Advertisement
Archives

Model This Week