ପାକ୍‌ରେ ମେଣ୍ଟ ସରକାର ପାଇଁ ଉଦ୍ୟମ, ଆନ୍ଦୋଳନମୁହାଁ ଇମ୍ରାନ୍‌ଙ୍କ ଦଳ

ଲାହୋର,୧୨।୨: ପାକିସ୍ତାନ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଝୁଲା ପାର୍ଲାମେଣ୍ଟ ହୋଇଛି। ଫଳରେ ମେଣ୍ଟ ସରକାର ଗଢ଼ିବା ପାଇଁ ୩ ପ୍ରମୁଖ ଦଳ ରବିବାର ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସମର୍ଥତ୍ତ ପ୍ରାର୍ଥୀମାନେ ସର୍ବାଧିକ ୧୦୧ ଆସନରେ ଜିତିଥିଲେ ମଧ୍ୟ ଇମ୍ରାନ୍‌ଙ୍କୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ଦଳର ଅଧ୍ୟକ୍ଷ ନଓ୍ବାଜ ଶରିଫ୍‌ଙ୍କ ପଛରେ ସୈନ୍ୟବାହିନୀର ସମର୍ଥନ ରହିଥିବାବେଳେ ମିଳିତ ସରକାର ଗଢ଼ିବା ପାଇଁ ସେନା ମୁଖ୍ୟ ଜେନେରାଲ ଅସିମ୍‌ ମୁନିର୍‌ ଶନିବାର ଆହ୍ବାନ ଦେଇଥିଲେ।

ମେଣ୍ଟ ସରକାର ଗଢ଼ିବା ପାଇଁ ପିଏମ୍‌ଏଲ୍‌-ଏନ୍‌ ଉଦ୍ୟମ ଚଳାଇଥିବାବେଳେ ରବିବାର ଲାହୋରଠାରେ ଏହାର ନେତାମାନେ ଏମ୍‌କ୍ୟୁଏମ୍‌-ପି ନେତାଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ନୀତିଗତ ଭାବେ ଏକାଠି କାମ କରିବାକୁ ସହମତ ହୋଇଥିବା ଜଣାପଡ଼ିଛି। ପିଏମ୍‌ଏଲ୍‌-ଏନ୍‌ ନେତା ଶୋହବାଜ ଶରିଫ୍‌ ଶୁକ୍ରବାର ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ଶନିବାର ଅସିଫ୍‌ ଅଲି ଜର୍ଦ୍ଦାରୀଙ୍କ ସହ ଆଲୋଚନା କରିଥିଲେ। ସମର୍ଥନ ବଦଳରେ ପିପିପି ନେତା ପ୍ରଧାନମନ୍ତ୍ରୀ ପଦ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମାଗିଥିବା ଶେହବାଜ ତାଙ୍କ ଦଳୀୟ ନେତାମାନଙ୍କୁ କହିଛନ୍ତି। ତେବେ ପିଏମ୍‌ଏଲ୍‌-ଏନ୍‌ ପ୍ରଧାନମନ୍ତ୍ରୀ ପଦ ପିପିପିକୁ ଦେବା ପାଇଁ ରାଜି ନୁହେଁ। ପିପିପି ସହ ବୁଝାମଣା ବିଫଳ ହେଲେ ପିଏମ୍‌ଏଲ୍‌-ଏନ୍‌ ଅନ୍ୟ ଦଳ ମାନଙ୍କୁ ନେଇ ସରକାର ଗଢ଼ିପାରେ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ଏବଂ ନଓ୍ବାଜଙ୍କ ଝିଅ ମାର୍ୟମ ଶରିଫଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପିପିପିର ସମର୍ଥନ ବିନା କେହି କେନ୍ଦ୍ର, ପଞ୍ଜାବ କିମ୍ବା ବେଲୁଚିସ୍ତାନରେ ସରକାର ଗଢ଼ିପାରିବେ ନାହିଁ ବୋଲି ବିଲାଓ୍ବଲ କହିଛନ୍ତି। ଗତ ଗୁରୁବାର ପାକ୍‌ ନ୍ୟାଶନାଲ ଆସେମ୍ବ୍ଲି ପାଇଁ ମତଦାନ ହୋଇଥିବାବେଳେ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବାରୁ ଏଥିରେ ଜାଲିଆତି ହେବା ନେଇ ବିଭିନ୍ନ ଦଳ ଅଭିଯୋଗ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ। ରାଗିଂ ଅଭିଯୋଗ ମଧ୍ୟରେ ନିର୍ବାଚନ କମିଶନ ଭୋଟ ହୋଇଥିବା ୨୬୫ ଆସନ ମଧ୍ୟରୁ ୨୬୪ ଆସନରେ ଫଳାଫଳ ରବିବାର ପ୍ରକାଶ କରିଛନ୍ତି। ଜାଲିଆତି ଅଭିଯୋଗକୁ ନେଇ ଗୋଟିଏ ଆସନର ଫଳାଫଳ ଘୋଷଣା ହୋଇନାହିଁ। ୨୬୪ ଆସନରୁ ପିଟିଆଇ ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ୧୦୧ ଆସନ ଜିତିଥିବାବେଳେ ପିଏମ୍‌ଏଲ୍‌-ଏନ୍‌କୁ ୭୫ ଏବଂ ବିଲାଓ୍ବଲ ଭୁଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)କୁ ୫୪ ଆସନ ମିଳିଛି।

ମତଦାନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଦେଶବ୍ୟାପୀ ରିଟର୍ନିଂ ଅଫିସରମାନଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲି ଖାନ୍‌ ରବିବାର ଆହ୍ବାନ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରେ ପାକିସ୍ତାନ ଜନସାଧାରଣ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିବା ସେ କହିଛନ୍ତି। ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ ପିଟିଆଇ ସପକ୍ଷରେ ସ୍ପଷ୍ଟ ଓ ସ୍ବଚ୍ଛ ଜନାଦେଶ ଯାଇଛି। ରିଟର୍ନିଂ ଅଫିସରମାନେ ଜନାଦେଶକୁ ପ୍ରଭାବିତ କରିବା ପାଇଁ ଫଳାଫଳରେ ଜାଲିଆତି କରିବାକୁ ଉଦ୍ୟମ କରିଥିବାରୁ ଏହାକୁ ଗୋହର ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?