Posted inଅପରାଧ

ପଳାତକ ଅପରାଧିଙ୍କ ଉପରେ ଚାପ ପକାଇବା ପାଇଁ ବିହାର ପୋଲିସର ଅନନ୍ୟ ଉପାୟ

ପାଟନା, ୧୨।୭- ଅନେକ ଦିନ ଧରି ଫେରାର ଥିବା ଅପରାଧିଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବିହାର ପୋଲିସ ଏକ ଅନନ୍ୟ ଉପାୟ ଅବଲମ୍ବନ କରିଛି। ଅପରାଧିଙ୍କୁ ଧରିବା ପାଇଁ ବିହାର ପୋଲିସ ପକ୍ଷରୁ ବ୍ୟାଣ୍ଡ୍‌, ବାଜା ଇତ୍ୟାଦି ବାହାଘର ଉପକରଣ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବହୁଦିନ ଧରି ପଳାତକ ଥିବା ଜଣେ ଅପରାଧିଙ୍କ ଘରେ ପୋଲିସ ବ୍ୟାଣ୍ଡ୍‌, ବାଜା ବଜାଇ ପହଞ୍ଚତ୍ଥିଲା। ଏହାପରେ ପୋଲିସ ପକ୍ଷରୁ ଏକ ନୋଟିସ ଅପରାଧିଙ୍କ ଘର କାନ୍ଥରେ ଲଗାଯାଇଥିଲା। ଯେଉଁଥିରେ ଯଥାଶୀଘ୍ର ଆତ୍ମସମର୍ପଣ କରିବା ପାଇଁ କୁହାଯାଇଛି। ପୋଲିସ ଯେଉଁଭଳି ବ୍ୟାଣ୍ଡ୍‌ ବଜାଇ ଅପରାଧିଙ୍କ ଘରକୁ ଆସିଥିଲା ତାହା ଗ୍ରାମବାସୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷିତ କରିଥିଲା। ଏହି ଘଟଣାଟି ଭାଗଲପୁର ଜିଲା ମାଡଓ୍ବା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଗ୍ରାମର ଚନ୍ଦନ ଯାଦବ ନାମକ ଜଣେ ଅପରାଧି ବହୁଦିନ ହେବ ଫେରାର ରହିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଚନ୍ଦନ ଯଦି ଏହି ନୋଟିସକୁ ପାଳନ ନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଆତ୍ମସମର୍ପଣ କରିବେନି ତେବେ ତାଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ...

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌...

ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri