ଜାଲରେ ପଡୁନାହାନ୍ତି ବଡ଼ ଇଲିଶି

ଭୋଗରାଇ, ୨୪।୯(ଡି.ଏନ.ଏ.)- କଥାରେ ଅଛି ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି। ଇଲିଶି ନଁା ଶୁଣିଲେ ଆମିଷ ପ୍ରେମୀଙ୍କ ପାଟିରୁ ଲାଳ ଗଡ଼େ। ଇଲିଶି ମାଛର ସ୍ବାଦ ଅନ୍ୟ ମାଛଠାରୁ ନିଆରା ହୋଇଥିବାରୁ ଏହାର ଚାହିଦା ଅଧିକ। କିନ୍ତୁ ଏବେ ଏହି ଇଲିଶିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ବଡ଼ ଇଲିସି ଜାଲରେ ପଡ଼ୁ ନ ଥିବା ବେଳେ ଛୋଟ ଇଲିସି ଧରି ଯେନତେନ ସନ୍ତୁଷ୍ଟ ହେଉଛନ୍ତି ମାଛ ଧରାଳି।
ଲଘୁଚାପ ଜନିତ ଝିପିଝିପି ବର୍ଷା ଯୋଗୁ ଇଲିଶି ଏବେ ଉପକୂଳମୁହଁା। ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ ସମେତ ପଡ଼ୋଶୀ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣି ଓ ଜୁନପୁଟ ମତ୍ସ୍ୟ ଅବତରଣ କେନ୍ଦ୍ରରେ ସପ୍ତାହେ ହେଲା ଛୋଟ ଇଲିସି ଆମଦାନୀ ହେଉଛି। ବଡ଼ ଇଲିସି ବଜାରକୁ କମ୍‌ ପରିମାଣର ଆସୁଛି। ଝଡ଼ବର୍ଷାକୁ ବେଖାତିର କରି ମତ୍ସ୍ୟଜୀବୀମାନେ ନିଜ ଜୀବନକୁ ବାଜି ଲଗାଇ ଟ୍ରଲର ଯୋଗେ ଗଭୀର ସମୁଦ୍ରରେ ଇଲିଶି ତଲାସୀ ଜାରି ରଖିଛନ୍ତି।
ମୌସୁମୀ ଓ ପୂର୍ବାଳି ବତାଶରେ ମାଏନ୍‌ମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ପ୍ରଚୁର ଇଲିଶି ଉପକୂଳ ସମୁଦ୍ର ଓ ନଦୀ ସଙ୍ଗମ ସ୍ଥଳକୁ ମଧୁର ଜଳ ପାନ କରିବା ସହ ଯାଆଁଳ ଛାଡ଼ିବାକୁ ଆସିଥାନ୍ତି। ଅନୁକୂଳ ଥିବାରୁ ମତ୍ସ୍ୟଜୀବୀମାନେ ଟ୍ରଲର ସାହାଯ୍ୟରେ ସମୁଦ୍ରରେ ଜାଲ ବିଛାଇ ଇଲିସି ଧରି କୂଳକୁ ଫେରୁଛନ୍ତି। ସହସ୍ରାଧିକ ମାଛଧରା ଟ୍ରଲର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସମୁଦ୍ରକୁ ଯାଉଛି ଓ ମାଛ ଧରି ଫେରୁଛି। ଜାଲରେ ଛୋଟ ଇଲିଶି ପଡୁଥିବାରୁ ହାଟବଜାରରେ ଏହାର ଦାମ୍‌ ହ୍ରାସ ପାଇଛି। ୫ଶହ ଗ୍ରାମରୁ କମ୍‌ ଓଜନର ଇଲିଶି କିଲୋ ପ୍ରତି ୨୦୦ରୁ ୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ୫୦୦ଗ୍ରାମରୁ ଊର୍ଦ୍ଧ୍ୱ ବଡ଼ ଇଲିଶି ୫ଶହରୁ ୧ହଜାର ଟଙ୍କାରେ ବିକ୍ରି ହେଉଛି। ସହସ୍ରାଧିକ ମାଛଧରା ଟ୍ରଲରର ଗୁରୁଗର୍ଜନ ଓ ନଦୀ କୂଳରେ ଗଢ଼ି ଉଠିଥିବା କଳକାରଖାନାର ନିର୍ଗତ ଦୂଷିତ ଜଳ ସମୁଦ୍ରକୁ ନିଷ୍କାସିତ ହେଉଥିବାରୁ ବଡ଼ ଇଲିସି ଆଶାତୀତ ଭାବେ କୂଳକୁ ଆସୁ ନ ଥିବା ମତ୍ସ୍ୟଜୀବୀ ଓ ସମୁଦ୍ରବିଜ୍ଞାନୀମାନେ କହିଛନ୍ତି। ବିଗତ ୩ବର୍ଷ ହେଲା ବଡ଼ ଇଲିଶି ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡ଼ୁ ନ ଥିବା ବେଳେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ପରିମାଣର ଇଲିଶି ଧରିବା ଲାଗି ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଆଶା ବାନ୍ଧିଛନ୍ତି। ପାଗ ଏପରି ଅପରିବର୍ତ୍ତିତ ରହିଲେ ପ୍ରଚୁର ଇଲିଶି ଧରାଯିବ ବୋଲି ଟ୍ରଲର ମାଲିକ ଯୋଗେନ୍ଦ୍ର ଗଙ୍ଗେଇ କହିିଛନ୍ତି। ତେବେ ଛୋଟ ଇଲିଶି ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ଜୀବନଜୀବିକା ନିମନ୍ତେ ଛୋଟ ଇଲିଶି ଧରୁଥିବା ଭୋଗରାଇ ମତ୍ସ୍ୟ ବିଭାଗର ସହ ଅଧିକାରୀ ଅନନ୍ତ ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri