Posted inଜାତୀୟ

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍‌ଏସ୍‌ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍‌ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ୨୦୨୪ ବର୍ଷ ପାଇଁ ଏମ୍‌ଏସ୍‌ପି ସ୍ଥିର କରାଯାଇଛି। ଚାଷୀଙ୍କ ଆର୍ଥିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ସାରା ବିଶ୍ୱରେ ନଡ଼ିଆ ଦର ହ୍ରାସ ପାଇଛି। ୨୦୨୩ ସୁଦ୍ଧା ମିଲିଂ କୋପ୍‌ରାର ସ୍ଥିର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୩୦୦ ଟଙ୍କା ଏବଂ ହେୟାର କପ୍ରା ପ୍ରତି କ୍ୱିଣ୍ଟାଲ ୨୫୦ ଟଙ୍କା ବୃଦ୍ଧି କରାଯାଇଛି।
ଅନୁରାଗ ଠାକୁର କହିଛନ୍ତି, ବିହାରର ଦିଘା ଏବଂ ସୋନପୁର ଜିଲା ମଧ୍ୟରେ ଗଙ୍ଗା ନଦୀରେ ୬ ଲେନ୍‌ ବିଶିଷ୍ଟ କେବୁଲ ବ୍ରିଜ ନିର୍ମାାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ୪୨ ମାସ ମଧ୍ୟରେ ଶେଷ ହେବ। ଏହି ବ୍ରିଜ୍‌ ତଳେ ବଡ଼ ଜାହାଜ ମଧ୍ୟ ସହଜରେ ଯାଇପାରିବ।
ଅନୁରାଗ ଠାକୁର କହିଛନ୍ତି, ତ୍ରିପୁରା ଏବଂ ଆସାମକୁ ନେଇ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ସହ ଜଡିତ ନିଷ୍ପତ୍ତି ନିଆଯାଇଛି, ଯାହା ତ୍ରିପୁରା ଏବଂ ଆସାମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖୋୱାଇରୁ ହରିନା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ୨୪୮୭ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି କାର୍ଯ୍ୟ ୨୫ ମାସ ମଧ୍ୟରେ ଶେଷ ହେବ।
ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଶେଷ ହେବା ପରେ ଆସାମ ଏବଂ ତ୍ରିପୁରା ମଧ୍ୟରେ ପରିବହନ ସହଜ ହେବ। ଉତ୍ତର ତ୍ରିପୁରାକୁ ଦକ୍ଷିଣ ତ୍ରିପୁରା ସହିତ ସଂଯୋଗ କରିବାର ଏହା ଏକ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେଉ ହେଉ ଶୁଭେନ୍ଦୁଙ୍କ ପ୍ରଥମ ପ୍ରତିକ୍ରିୟା, ରାଜନୀତିରେ ହଲଚଲ

କୋଲକାତା,୮।୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ବୈଠକରେ ତାଙ୍କୁ ନେତା ଭାବରେ ନିର୍ୱାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ…

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ବାଜିଲା ମୋହର: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୮ା୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ।  ଶୁକ୍ରବାର ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ…

ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ! ପଥ ହେଲା ସ୍ପଷ୍ଟ, ସମର୍ଥନ ଦେଲେ ଏମାନେ…

ଚେନ୍ନାଇ,୮।୫: ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁରେ ସରକାର ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଛି। ସିପିଆଇ, ସିପିଏମ ଏବଂ ଭିସିକେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri