Posted inଜାତୀୟ

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଘାଟଲୋଡିଆ ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ୧୫ ମାସ ବାକି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ହଟାଇ ଭାଜପା ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ସେ ଶପଥ ଗ୍ରହଣ କରିବା ପରେ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୫୯ ବର୍ଷିୟ ପଟେଲଙ୍କୁ ରବିବାର ସର୍ବସମ୍ମତି କ୍ରମେ ଭାଜପା ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା । ଆସନ୍ତା ବର୍ଷ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଏହା ଭୁପେନ୍ଦ୍ରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ସୋମବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୁପେନ୍ଦ୍ର ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲଙ୍କ ସମେତ ଭାଜପାର ବହୁ ନେତା ସାମିଲ ହୋଇଥିଲେ । ଏଥିରେ ମଧ୍ୟପ୍ରଦେଶ, ଗୋଆ ଓ ହରିୟାଣାର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିବା କୁହାଯାଉଛି । ପାଟିଦାର ସମ୍ପ୍ରଦାୟର ନେତା ଭାବେ ପଟେଲଙ୍କର ଖୁବ୍ ଦବଦବା ଥିବା କୁହାଯାଉଥିବା ବେଳେ ଆଗାମୀ ନିର୍ବାଚନରେ ଏହା ଭାଜପାକୁ ବେଶ୍ ସହାୟକ ହେବ ବୋଲି ଆଲୋଚନା ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

କୋଲକାତା,୮।୫: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ...

ଭଲ ବର୍ଷା ପାଇଁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଲେ ଶିବରାଜ…

ଉଜ୍ଜୟନୀ,୪।୯ : ମଧ୍ୟପ୍ରଦେଶର ଉଜ୍ଜୟନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳେଶ୍ୱର ପରିଚାଳନା କମିଟି ସୋମବାର ସକାଳରୁ ଦେଶ ତଥା ରାଜ୍ୟରେ...

କରୋନା ପାଇଁ ଏଭରେଷ୍ଟ ପର୍ବତାରୋହଣ ଉପରେ ଲାଗିଲା କଟକଣା

କାଠମାଣ୍ଡୁ୧୩।୩: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଏଭରେଷ୍ଟ ପର୍ବତାରୋହଣ ଅଭିଯାନ ଉପରେ ଶୁକ୍ରବାର କଟକଣା ଲଗାଯାଇଛି। ଚାଇନା ପକ୍ଷରୁ ଏଭରେଷ୍ଟ ଚଢ଼ାଯିବାକୁ ବନ୍ଦ କରାଯିବାର...

ବିଦେଶରେ ଏଭଳି କେଉଁ ସଂସ୍ଥା ଅଛି, ଯେଉଁଠାରୁ ରାହୁଲଙ୍କୁ ନିମନ୍ତ୍ରଣ ମିଳୁଛି: ଭାଜପା

ନୂଆଦିଲ୍ଲୀ,୨।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଆମେରିକା ଗସ୍ତରେ ଅଛନ୍ତି। ଏଠାରୁ ସେ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ...

ରେକର୍ଡ ଭୋଟରେ ଜିତିଲେ ଚାଣ୍ଡି ଓମେନ୍‌

ଥିରୁଭାନନ୍ତପୁରମ୍‌,୮।୯: କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍‌) ପ୍ରାର୍ଥୀ ଚାଣ୍ଡି ଓମେନ କେରଳରେ ପୁଥୁପାଲ୍ଲି ବିଧାନସଭା ନିର୍ବାଚନରେ ରେକର୍ଡ ୩୬,୪୫୪ ଖଣ୍ଡ ଭୋଟ ବ୍ୟବଧାନରେ...

ଏଥର ପଶ୍ଚିମବଙ୍ଗରେ ନୁହେଁ, ଦିଲ୍ଲୀରେ ହେବ ପରିବର୍ତ୍ତନ: ମମତା

ସିଲିଗୁଡି,୭।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ‘ପଦଯାତ୍ରା’ ଆୟୋଜନ କରି ଇନ୍ଧନ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର...

ଶୀତଳ ଭଣ୍ଡାରର ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶର ଚନ୍ଦୌସିରେ ଶୀତଳ ଭଣ୍ଡାରର ଛାତ ଭୁଶୁଡିବା ପରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିସହ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ...

Advertisement
Archives

Model This Week