ପ୍ରଥମରୁ ‘ବେଷ୍ଟ ଫିମେଲ ଡେବ୍ୟୁ’ ଆଓ୍ବାର୍ଡ ହାତେଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଜଗତରେ ଏମିତି କେତେଜଣ ହାତ ଗଣତି କଳାକାର ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ଲୁକ୍ସ ଅପେକ୍ଷା ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ଅଭିନେତ୍ରୀଙ୍କ ଲୁକ୍ସ ଓ ଫିଗର ତାଙ୍କ କ୍ୟାରିୟରର ପ୍ରଥମ ପାହାଚ ହୋଇଥାଏ ବୋଲି କୁହାଯାଏ। କିନ୍ତୁ କେତେଜଣ ଅଭିନେତ୍ରୀ ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଆଉ ସେମାନଙ୍କ ମଧ୍ୟରେ ଭୂମି ପେଡେନେକର ଅନ୍ୟତମ ବୋଲି କୁହାଯାଏ। ସେ ସବୁବେଳେ ଏମିତି ଚରିତ୍ର ବାଛନ୍ତି ଯାହାଦ୍ୱାରା ସେ ନିଜକୁ ଜଣେ ବେଷ୍ଟ ଆକ୍ଟ୍ରେସ ବୋଲି ପ୍ରମାଣ କରିପାରୁ ଥିବେ। ୧୮ ଜୁଲାଇ ୧୯୮୯ରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତ୍ରୀ ନିଜର ସ୍ବତନ୍ତ୍ର ଶୈଳିପାଇଁ ବେଶ୍‌ ଚର୍ଚ୍ଚିତ। ୩୧ ବର୍ଷରେ ପଦାର୍ପଣ କରିଥିବା ଏହି ନାୟିକା ୨୦୧୫ରେ ମୁଭି ‘ଦମ୍‌ ଲଗାଗେ ହୈଇସା’ରେ ଅଭିନୟ କରିବାକୁ ନିଜର ଓଜନ ବୃଦ୍ଧି କରିଥିଲେ। ହେଲେ ଏବେ ତାଙ୍କର ଫ୍ୟାଟ ଟୁ ଫିଟ୍‌ ଲୁକ୍‌ ଦେଖିଲେ ଏହା ଆଦୌ ଜଣାପଡେ ନାହିଁ। ଏବେ ଭୂମି ସମ୍ପୂର୍ଣ୍ଣ ରୂପେ ଫିଟ୍‌ ଓ ସ୍ଲିମ ଦେଖାଯାଉଛନ୍ତି। ତେବେ ଭୂମିଙ୍କର ଏହି ଏକାଗ୍ରତା ତାଙ୍କୁ ପ୍ରଥମ ଫିଲ୍ମ ‘ଦମ୍‌ ଲଗାଗେ ହୈଇସା’ ପାଇଁ ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ବାର୍ଡ ଆଣି ଦେଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଦେଖି ନାହାନ୍ତି। ଏହାପରେ ସେ ବାଲା, ଟଏଲେଟ: ଏକ ପ୍ରେମ କଥା, ଶୁଭ ମଙ୍ଗଳ ସାବଧାନ, ସାଣ୍ଢ କି ଆଁଖ, ପତି ପତ୍ନୀ ଓ୍ବର ଓ୍ବ, ସୋନ ଚିଡିୟା ଆଦି ଫିଲ୍ମରେ ଅଭିନୟ କରି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri