ଗୋଷ୍ଠୀ ସଂକ୍ରମଣ ମୁହାଁ ଭୁବନେଶ୍ୱର: ଶଟ୍‌ଡାଉନ ଅସ୍ତ୍ର ଆପଣାଇପାରେ ବିଏମ୍‌ସି

ଭୁବନେଶ୍ୱର,୬।୭(ବୁରୋ): ଆଉ ନିୟନ୍ତ୍ରଣରେ ନାହିଁ ଭୁବନେଶ୍ୱରର ସଂକ୍ରମଣ। ହୁହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷକରି ଲକ୍‌ଡାଉଡ଼୍‌ ହଟିବା ଓ କଟକଣାକୁ କୋହଳ କରାଯିବାଠାରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କିଛିଦିନ ହେବ ଲଗାତାର ଭାବେ ସହରରୁ ୧୫ରୁ ଊର୍ଦ୍ଧ୍ୱ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶେଷ ୨୪ ଘଣ୍ଟାରେ ପୁଣି ୧୯ ନୂଆ ପଜିଟିଭ୍‌ ବାହାରିଛନ୍ତି। ଏମାନଙ୍କୁ ମିଶାଇ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚତ୍ଛି। ଇତିମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ଜୀବନ ଯାଇଛି। ତେଣୁ ସ୍ଥିତି ପୂରା ବିଗିଡିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପୁଣିଥରେ ଶଟ୍‌ଡାଉନ୍‌ ଅସ୍ତ୍ରକୁ ଆପଣାଇବାକୁ ଚିନ୍ତା କରୁଛି। ତେବେ ସମ୍ପୂର୍ଣ୍ଣ ସହରକୁ ନା କିଛି ଅଞ୍ଚଳକୁ ପର୍ଯ୍ୟାୟକ୍ରମେ ଶଟ୍‌ଡାଉନ୍‌ କରାଯିବ ସେନେଇ ବିଏମ୍‌ସି ଅଧିକାରୀଙ୍କ ମଧ୍ୟରେ ବିଚାରବିମର୍ଶ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ରବିବାର ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରରୁ ଆଉ ୧୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣ କ୍ବାରାଣ୍ଟାଇନ୍‌ରେ ଥିବାବେଳେ ୮ ସ୍ଥାନୀୟ ସଂକ୍ରମିତ ଓ ୨ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ସବୁଠୁ ବଡ଼ କଥା ହେଲା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ବାହାରିଥିବା ବଡଗଡ ଅଞ୍ଚଳରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୭ବର୍ଷୀୟ ଯୁବକ ଜଣକ ସ୍ଥାନୀୟ ଆକ୍ରାନ୍ତ। ବଡଗଡ ନେତାଜୀ କ୍ଲବ ନିକଟ କରୁଣାକରନଗର ଉପରସାହିର ଯୁବକ ଜଣକ ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ଲକ୍‌ଡାଉନ୍‌ରେ କିଛି ସ୍ଥାନରେ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିବା ଜଣାପଡିଛି। ସେହିପରି ପୁରୁଣା ସଂକ୍ରମିତ ଅଞ୍ଚଳ ଝାଡପଡା ଓ ସୁନ୍ଦରପଦାରୁ ମଧ୍ୟ ପୁଣି ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସବୁ ସ୍ଥାନରେ ଏକାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏବେ ପୁଣି କରୋନାର ଉପସ୍ଥିତିକୁ ନେଇ ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସାମନ୍ତରାପୁର ନିକଟ ନୂଆଗଁା ଅଞ୍ଚଳରୁ ୨ଜଣ, ଦୁଇ ଘରୋଇ ହସ୍ପିଟାଲରୁ ୪ଜଣ, ଏମ୍ସରୁ ଜଣେ, ପାହାଳ ଥାନା ନିକଟରୁ ଜଣେ, ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ଚିହ୍ନଟ ହୋଇଥିବାବେଳେ ଏମାନେ କ୍ୱାରାଣ୍ଟାଇନ୍‌ରେ ଥିଲେ। ଏହାବାଦ୍‌ ଭରତପୁରର ତେଲୁଗୁସାହି ବସ୍ତି, ସମ୍‌ ହସ୍ପିଟାଲ ନିକଟ ଘାଟିକିଆ, ୟୁନିଟ-୫ର ଏସ୍‌ସିପିଆର୍‌ କାର୍ଯ୍ୟାଳୟ ନିକଟ, ସିଟି କଲେଜ ଘାଟିକିଆ ଅଞ୍ଚଳ, ବିମାନ ବନ୍ଦର ନିକଟ ପଳାସପାଲ୍ଲୀ ଅଞ୍ଚଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଟି କଲେଜ ନିକଟରୁ ଚିହ୍ନଟ କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ କଳ୍ପନା ଛକ ନିକଟ ଏକ ସରକାରୀ କାର୍ଯ୍ୟାଳୟରୁ ୨ଜଣ କୋଭିଡ୍‌ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?