ଭୁବନେଶ୍ୱର, କଟକ ସ୍ବେରେଜ, ଡ୍ରେନ୍‌ ଅବସ୍ଥା ସଙ୍ଗିନ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଭୁବନେଶ୍ୱର, କଟକ ମହାନଗର ନିଗମରେ ଡ୍ରେନ୍‌ ଓ ସ୍ବେରେଜ ଅବସ୍ଥା ସଙ୍ଗିନ୍‌। ଦୀର୍ଘ ବର୍ଷ ଧରି ସ୍ବେରେଜ କାର୍ଯ୍ୟ ଚାଲୁଥିବା ବେଳେ ମୁକୁଳା ଡ୍ରେନ୍‌ ଜୀବନ ନେଉଛି। ଏପରିକି କେତେକ ସ୍ଥାନରେ ଡ୍ରେନ୍‌ ଉପରେ ବେଆଇନ ନିର୍ମାଣ ଯୋଗୁ ଜଳ ନିଷ୍କାସନରେ ଘୋର ସମସ୍ୟା ଦେଖାଦେଉଛି। ଅବରୋଧ କାରଣରୁ ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ବର୍ଷା ଯୋଗୁ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ସହରବାସୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ଦୁଇ ସହର ସହିତ ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ଅନୁରୂପ ଅବସ୍ଥା। ସ୍ଥିତି ପରଖିବା ପରେ ବିଧାନସଭା ଷ୍ଟାଣ୍ଡିଂ କମିଟି ତାଙ୍କ ରିପୋର୍ଟରେ ଏପରି ବାସ୍ତବ ଚିତ୍ର ସାମ୍ନାକୁ ଆଣିଛନ୍ତି। କେବଳ ସେତିକି ନୁହେଁ, ଡ୍ରେନ୍‌ ଓ ସ୍ବେରେଜ କାମ କରୁଥିବା ସଂସ୍ଥା ମଧ୍ୟ ସରକାରୀ ନିୟମ ଓ ଚୁକ୍ତିକୁ ଦଳି ମକଚି ନିଜ ଇଚ୍ଛାରେ କାମ କରୁଛି। କଟକରେ ଜାଇକା ଦ୍ୱାରା ଚାଲୁଥିବା ସ୍ବେରେଜ କାମ ଚାଲୁ ରହିଛି। ଦୀର୍ଘ ୫ ବର୍ଷ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହେଉ ନାହିଁ। ଏତେ ଢିଲା ସତ୍ତ୍ୱେ ଜାଇକା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା କମିଟିକୁ ଆଶ୍ଚର୍ଯ୍ୟ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ବେରେଜ କାମ ଶେଷ ନ କଲେ ଜାଇକା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କମିଟି ସୁପାରିସ କରିଛି। ଉକ୍ତ ଦ୍ୱୈତ ନଗରୀର ଡ୍ରେନ ଓ ସ୍ବେରେଜ ବ୍ୟବସ୍ଥା ତଦାରଖ କରିବାକୁ ଜଳ ସମ୍ପଦ ବିଭାଗ ସମନ୍ବୟରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କମିଟି ପରାମର୍ଶ ଦେଇଛି।
ତୁରନ୍ତ ଡ୍ରେନ୍‌ ଓ ପ୍ରାକୃତିକ ନାଳ ଉପରୁ ଅବରୋଧ ହଟାଇବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ କମିଟି ନିର୍ଦ୍ଦେଶ ଦେଇଛି। ଏପରିକି କଟକ ସହର ସ୍ବେରେଜ କାମର ତଦାରଖ ମଧ୍ୟ ଠିକ୍‌ ଢଙ୍ଗରେ ହେଉ ନ ଥିବା କମିଟି ପରିଦର୍ଶନ ବେଳେ ଜାଣିବାକୁ ପାଇଛନ୍ତି। ଏଥିଯୋଗୁ କଟକ ସହରବାସୀ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି।
କେବଳ କଟକ କିମ୍ବା ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ପୌର ସଂସ୍ଥାରେ ଡ୍ରେନ ବ୍ୟବସ୍ଥା ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥାରେ ରହିଛି। ପ୍ରାଥମିକତା ଭିତ୍ତିରେ ସହରାଞ୍ଚଳର ଡ୍ରେନ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ କମିଟି ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସହରର କେଉଁ ସ୍ଥାନରେ ଜଳ ଜମି ରହୁଛି, ସେଗୁଡ଼ିକର ଉପଯୁକ୍ତ ସର୍ଭେ କରି ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି। ସହରରେ ଥିବା ଜଳାଶୟଗୁଡ଼ିକୁ ପୋତି ଦିଆଯାଉଛି। ସେସବୁର ପୁନରୁଦ୍ଧାର କରିବାକୁ କମିଟି ସୁପାରିସ କରିଛି। ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ମାନ୍ଦା ଅବସ୍ଥାରେ ଚାଲିଛି। ଏଥିପାଇଁ ଆର୍ଥ୍‌ତ୍କ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଉଟ୍‌ସୋର୍ସ ଜରିଆରେ ସାନିଟାରି ଇନ୍ସପେକ୍ଟର ପଦବୀ ପୂରଣ କରିବା ସହିତ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାନିଟାରି କ୍ୟାଡର ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାକୁ କମିଟି ସୁପାରିସ କରିଛି। ପାଣିପାଇପ୍‌ ବିଛାଇବା ପରେ ରାସ୍ତାଗୁଡିକୁ ମୁକୁଳା ଛାଡି ଦିଆଯାଉଛି। ଫଳରେ ଯିବାଆସିବା ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ତୁରନ୍ତ ମରାମତି କରି ଅବାଧ ଯାତାୟାତ ପାଇଁ ବ୍ୟବସ୍ଥା କରିବାକୁ କମିଟି ବିଭାଗକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?