Posted inଫୁରସତ

ଦେଶର ଜନସଂଖ୍ୟା ୨୭

ଲଣ୍ଡନ: କ୍ଷେତ୍ରଫଳ ଦୃଷ୍ଟିରୁ ରୁଷିଆ ବିଶ୍ୱର ସର୍ବବୃହତ ଦେଶ ହୋଇଥିବାବେଳେ ଜନସଂଖ୍ୟା ଦୃଷ୍ଟିରୁ ଚାଇନା ସବୁଠାରୁ ଆଗରେ ରହିଛି। ଏହି କ୍ରମରେ ଦେଖିଲେ ଭାରତ ଦ୍ୱିତୀୟ ସର୍ବାଧିକ ଲୋକସଂଖ୍ୟାର ଦେଶ। ୟୁରୋପୀୟ ଦେଶ ଭାଟିକାନ୍‌ ସିଟିର ଜନସଂଖ୍ୟା ପ୍ରାୟ ୯୦୦ ହୋଇଥିବାବେଳେ ଏହାକୁ ବିଶ୍ୱର ସବୁଠୁ କ୍ଷୁଦ୍ର ରାଷ୍ଟ୍ର ବୋଲି କୁହାଯାଏ। ହେଲେ ଦୁନିଆରେ ଏପରି ଆଉ ଏକ ଦେଶ ରହିଛି ଯେଉଁଠି ମାତ୍ର ୨୭ ଲୋକ ବାସକରନ୍ତି। ଏହାର ନାଁ ହେଉଛି ସି-ଲ୍ୟାଣ୍ଡ। ଏହାର କ୍ଷେତ୍ରଫଳ ମାତ୍ର ୬ ହଜାର ବର୍ଗଫୁଟ। ସି-ଲ୍ୟାଣ୍ଡକୁ ମାଇକ୍ରୋ ନେଶନ ମଧ୍ୟ କୁହାଯାଏ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶମାନେ ଏହି ଦେଶ ତିଆରି ଥିଲେ। ତେବେ ଅନ୍ତର୍ଜାତୀୟ ସ୍ତରରେ ବିଧିବଦ୍ଧ ଭାବେ ଏହାକୁ ଦେଶ ମାନ୍ୟତା ମିଳି ନ ଥିବାରୁ କ୍ଷୁଦ୍ରରାଷ୍ଟ୍ର ତାଲିକାରେ ସାମିଲ କରାଯାଇନାହିଁ।
ବ୍ରିଟେନର ସୁଫୋଲ୍କ ତଟଠାରୁ ପ୍ରାୟ ୧୦ କି.ମି. ଦୂରରେ ଅବସ୍ଥିତ। ସମୁଦ୍ର ମଝିରେ ଏକ ଦୁର୍ଗ ଉପରେ ଏହାର ଭୂମି। ୧୯୪୩ରେ ବ୍ରିଟିଶମାନେ ତାହାକୁ ଏକ ଦେଶ ଭଳି ଦେଖିବା ସହ ସେଠାରେ ରାଜତନ୍ତ୍ର ଆରମ୍ଭ କରିଥିଲେ। ପରେ ସେଠାରେ ଡାକ ଟିକଟ, ପାସ୍‌ପୋର୍ଟ ଏବଂ ମୁଦ୍ରା ମଧ୍ୟ ଘୋଷଣା କରାଯାଇଥିଲା। ମୁଦ୍ରାରେ ରାୟ ବ୍ରିଟିଶଙ୍କ ସ୍ତ୍ରୀ ଜେନ୍‌ ବ୍ରିଟିଶଙ୍କ ଛବି ରହିଥିଲା। ସ୍ଥଳସେନା ଏବଂ ନୌସେନା ଘାଟି ପାଇଁ ମଧ୍ୟ ବ୍ରିଟିଶମାନେ ସି-ଲ୍ୟାଣ୍ଡକୁ ବ୍ୟବହାର କରୁଥିଲେ। ଏହାର ଏକ ଲାଲ ରଙ୍ଗର ପତାକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri