ଭୁବନେଶ୍ୱର କୋର୍ଟ ନ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୪। ୮ (ବ୍ୟୁରୋ): ଭୁବନେଶ୍ୱର କୋର୍ଟରେ କାର୍ଯ୍ୟରତ ଜଣେ ସିଏସ୍‌ଆଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ କୋର୍ଟ ପରିସରକୁ ସାନିଟାଇଜ୍‌ କରାଯାଉଛି। ଏଥିସସହ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। କୋର୍ଟକୁ କେହି ନ ଆସିବାକୁ ପରାମର୍ଶ ଦିଆଯାଇଛି। ଖୋର୍ଦ୍ଧା ସିଭିଲ୍‌ କୋର୍ଟ ରେଜିଷ୍ଟ୍ରାର୍‌ ଏ ନେଇ ଭୁବନେଶ୍ୱର ବାର୍‌ ଆସୋସିଏଶନକୁ ଚିଠି ଲେଖିଛନ୍ତି। ଓକିଲ, ଜୁଡିସିଆଲ ଅଫିସର, କୋର୍ଟ ଷ୍ଟାପ୍‌, ମକଦ୍ଦମାକାରୀ ଓ ଅନ୍ୟମାନଙ୍କୁ କୋର୍ଟ ଆସିବାକୁ ମନା କରାଯାଇଛି। ସମସ୍ତ କୋର୍ଟ କାର୍ଯ୍ୟକୁ ଭିଡ଼ିଓ କନ୍‌ଫରେନ୍ସିଂ ଓ ଭର୍ଚୁଆଲ ମାଧ୍ୟମରେ ଶୁଣାଣି କରିବାକୁ ରେଜିଷ୍ଟ୍ରାର କହିଛନ୍ତି। ଯଦି କେହି ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆସୁଛନ୍ତି ସେମାନେ କୋର୍ଟ ପରିସରରେ ଏକାଠି ଛିଡା ନ ହୋଇ ସାମାଜିକ ଦୂରତା ରଖି ନିଜ କାର୍ଯ୍ୟ ଶେଷ କରି ଯଥା ସମ୍ଭବ ଶୀଘ୍ର ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟରେ ଉକ୍ତ ସିଏସ୍‌ଆଇ କର୍ମଚାରୀ ଜଣକ କୋର୍ଟରେ କାହା ସହ ମିଶିଛନ୍ତି ସେନେଇ ବିଏମ୍‌ସି ଓ ଡାକ୍ତରୀ ଟିମ୍‌ ଟ୍ରେସ୍‌ କରୁଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିଲେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଗୋଡ କାଢିଲେ, କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୪ ।୪ : ରାଜ୍ୟରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ଯା 20ରେ ପହଞ୍ଚିଛି। ସରକାର ଟୁଇନ ସିଟି ସମେତ ଭଦ୍ରକକୁ 48ଘଣ୍ଟା ଲାଗି ସମ୍ପଣ୍ଣ ସଟଡାଉନ...

ଶଟ୍‌ଡାଉନ ସମୟରେ ମାଛ, ମାଂସ, ଅଣ୍ଡା ହୋମ୍‌ଡେଲିଭରି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ସପ୍ତାହକୁ ଯେଉଁଦିନ ସରକାର ଶଟ୍‌ଡାଉନ ଘୋଷଣା କରିଛନ୍ତି ସେହିଦିନଗୁଡିକରେ ଅନ୍‌ଲାଇନ ଜରିଆରେ କୁକୁଡ଼ା, ମାଛ ଏବଂ ଚିଙ୍ଗୁଡି ଯୋଗାଇ ଦିଆଯିବ। ରାଜଧାନୀସ୍ଥିତ ଓପୋଲଫେଡ ଓ...

‘ମଧୁ ଆପ୍‌’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ‘ମଧୁ ଆପ୍‌’କୁ ମଙ୍ଗଳବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ପିଲାମାନଙ୍କୁ ସହଜରେ...

ଇନ୍‌ଫୋସିଟି, ଇନ୍‌ଫୋଭ୍ୟାଲି,ଏସ୍‌ଟିପିଆଇ ଅଞ୍ଚଳରେ ସୁରକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର,୭।୯(ବ୍ୟୁରୋ): ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ...

ଶ୍ରୀମନ୍ଦିର କବାଟ ହେବ ରୂପା ଛାଉଣୀ

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର କବାଟ ରୂପା ଛାଉଣୀ ହେବ। ଏଥିପାଇଁ ଦାତା ରୂପା ଦେଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ...

ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪...

କାଳିଆ ଯୋଜନାରେ ଚାଲିଛି ରାଜନୀତି:ବାଦ୍‌ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ

ଖୋର୍ଦ୍ଧା ଅଫିସ,୪ା୯:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧାର ମଙ୍ଗଳା ମଣ୍ଡପଠାରେ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁରେଶ ମାନସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ୱଜ ରଥ

ପୁରୀ ଅଫିସ, ୨୩।୬: ନବ ଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଭାଉଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାପ୍ରଭୁ। ପ୍ରଥମେ ପୂର୍ବାହ୍ନ ୧୧ଟା ୫୫ରେ...

Play 250+ Trending Games
Archives

Model This Week

Why Dharitri