Posted inଖେଳ

ବାସ୍କେଟବଲ ଲିଗ୍‌ ସପକ୍ଷରେ ଭୃଗୁବଂଶୀ

ନୂଆଦିଲ୍ଲୀ, ୬।୭(ପି.ଟି.): ଭାରତରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ଅଭାବ ନାହିଁ। ଏକ ପେସାଦାର ବାସ୍କେଟବଲ ଲିଗ୍‌ ହୋଇପାରିଲେ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ମାର୍ଜିତ ହୋଇପାରିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ବାସ୍କେଟବଲ ଅଧିନାୟକ ବିଶେଷ ଭୃଗୁବଂଶୀ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସଫଳତା ପରେ ଏବେ ବ୍ୟାଡ୍‌ମିଣ୍ଟନ, ରେସ୍‌ଲିଂ ଓ କବାଡ଼ି ଆଦି କ୍ରୀଡ଼ାରେ ଲିଗ୍‌ ଆରମ୍ଭ ହୋଇଛି। ଅଧିକାଂଶ ଲିଗ୍‌୍‌ ଲୋକପ୍ରିୟ ହେବା ସହ ଭାରତରେ କ୍ରୀଡ଼ାର ମାନରେ ଉନ୍ନତି ଘଟିଛି। ଜାତୀୟ ଖେଳାଳିମାନେ ଅନ୍ତର୍ଜାତୀୟ ସର୍କିଟରେ ଚମତ୍କାର ପ୍ରଦର୍ଶନ କରି ପାରୁଛନ୍ତି। ତେଣୁ ବାସ୍କେଟବଲରେ ଏକ ଲିଗ୍‌ ନିହାତି ଆବଶ୍ୟକ ବୋଲି ଭୃଗୁବଂଶୀ କହିଛନ୍ତି। ଲିଗ୍‌ରେ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଏହାଦ୍ୱାରା ଆମ ପିଲାମାନେ ଅନେକ କିଛି ଶିଖିପାରିବେ ବୋଲି ଦଶନ୍ଧିଧରି ଭାରତୀୟ ଦଳର ନେତୃତ୍ୱ ନେଇ ଆସୁଥିବା ଏହି ତାରକା ଖେଳାଳି ପ୍ରକାଶ କରିଛନ୍ତି। ବିଦେଶୀ ଖେଳାଳିଙ୍କ ସହ ଆମର ଧାରଣା ଓ କୌଶଳ ବିନିମୟ ଦ୍ୱାରା ଭାରତୀୟ ଖେଳାଳିଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ ବୋଲି ୨୯ ବର୍ଷୀୟ ବାରାଣସୀର ଭୃଗୁବଂଶୀ କହିଛନ୍ତି। ପ୍ରଥମ ଭାରତୀୟ ଖେଳାଳିଭାବେ ଭୃଗୁବଂଶୀ ୨୦୧୭ରେ ଅଷ୍ଟ୍ରେଲିଆର ଜାତୀୟ ବାସ୍କେଟବଲ ଲିଗ୍‌(ଏବିଏଲ)ରେ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ସେ ଆଡିଲେଡରେ ଟ୍ରେନିଂ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ଭାଗ୍ୟ ସାଥ୍‌ ଦେଇ ନ ଥିଲା। ଆଣ୍ଠୁରେ ଆଘାତ ଯୋଗୁ ସେ ଲିଗ୍‌ରେ ଖେଳିପାରି ନ ଥିଲେ। ସୁସ୍ଥ ହେବାପରେ ସେ ଭାରତ ପାଇଁ ଏସିଆନ ଓ ଅଲିମ୍ପିକ କ୍ୱାଲିଫାୟରକୁ ପ୍ରାଥମିକତା ଦେଇ ପରେ ଅଷ୍ଟ୍ରେଲିଆ ଯିବାକୁ ମନସ୍ଥ କରିଥିଲେ। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri