ସୁଶାନ୍ତଙ୍କ ମୃତ୍ୟୁ ପରେ ଏପରି କହିଲେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂ

ବହୁ ବର୍ଷ ଧରି ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗକୁ ନେଇ ବିତର୍କ ହୋଇଥିଲା ଏବଂ ପରେ ଏହା ଶାନ୍ତ ପଡ଼ିଥିଲା। ମାତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ପୁଣି ଥରେ ନେପୋଟିଜିମ୍‌ ଉପରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି। ଅନେକ ବଡ କଳାକାରଙ୍କ ସହ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ରଖୁଛନ୍ତି। ଏହି ସମୟରେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂ ମଧ୍ୟ ଏହି ବିତର୍କକୁ ଡେଇଁଛନ୍ତି ଏବଂ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

ସେ ଏକ ଭିଡିଓ ଶେୟାର କରି କହିଛନ୍ତି ଷ୍ଟାର କିଡ୍ସମାନେ ସହଜରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାର ସୁଯୋଗ ପାଇଥନ୍ତେି। ଯେଉଁମାନେ କଳାକାର ହେବାକୁ ଚାହାଁନ୍ତି, ଯେଉଁମାନେ ଦକ୍ଷ, ସେମାନଙ୍କୁ ସୁଯୋଗ ମିଳିବା ଉଚିତ୍‌। ସଫଳ କଳାକାରଙ୍କ ପିଲାମାନେ ମଧ୍ୟ ସଂଘର୍ଷ କରିବା ଉଚିତ୍‌।

ଅକ୍ସରା ଏହା ମଧ୍ୟ କହିଛନ୍ତି ଯେ, ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଦଳଗତ ବହୁତ ଥିଲା । ସେ କହିଛନ୍ତି ଯେତେବେଳେ ମୁଁ ଏଠାକୁ ଆସିଥିଲି, ଯଦି ମୁଁ ଅନ୍ୟ ଜଣେ ହିରୋଙ୍କ ସହ କାମ କରୁଛି, ତେବେ ଅନ୍ୟ ହିରୋ ମୋ ସହ କାମ କରିବାକୁ ମନା କରିବେ। ଏହା ପରେ କୁହାଯାଇଥିଲା ଯେ ସେ ସେହି ଦଳର ହିରୋଇନ। ମୋତେ ଅନେକ ଚଳଚ୍ଚିତ୍ରରୁ ବରଖାସ୍ତ କରାଯାଇଥିଲା । ସେହି ସମୟରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ପଟେ ଥିଲା।

ସେ ଏହା କହିଛନ୍ତି ଯେ, ମୋ ସାମ୍ନାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ମୁଁ ଆତ୍ମହତ୍ୟା ଭଳି ସ୍ଥିତିରେ ପହଞ୍ଚିଥିଲି। ସେତେବେଳେ ମୋତେ କେହି ସମର୍ଥନ କରି ନ ଥିଲେ। ମୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲି। ଯେତେବେଳେ ତୁମେ ଜୀବିତ, ତୁମ ପାଖକୁ କେହି ଆସନ୍ତି ନାହିଁ । କିନ୍ତୁ ଯେତେବେଳେ ଲୋକମାନେ ମରନ୍ତି, ସେମାନେ ଏକ ମହମବତୀ ଛାଡ଼ିି ଚାଲିଯାଆନ୍ତି। ମୁଁ ଆଜି ମଧ୍ୟ ଯୁଦ୍ଧ କରୁଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଅକ୍ସରା ସିଂ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ସେ ସୁଶାନ୍ତଙ୍କ ବାପା କେ.କେ ସିଂଙ୍କୁ ଭେଟିଥିଲେ। ଏହି ସମୟରେ ଅକ୍ସରା କାନ୍ଦି କହିଥିଲେ ବହୁତ ସୁନ୍ଦର ବ୍ୟକ୍ତି ଚାଲିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?