Posted inଜାତୀୟ

ଭାଜପା କାର୍ଯ୍ୟାଳୟରୁ ଭାରତ ମାତା ମୂର୍ତ୍ତି ହଟିଲା…

ଚେନ୍ନାଇ,୯।୮ : ତାମିଲନାଡୁର ବ୍ରିଧୁନଗର ଜିଲାର ଭାଜପା କାର୍ଯ୍ୟାଳୟରୁ ଭାରତ ମାତାଙ୍କର ନୂତନ ସ୍ଥାପିତ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପୋଲିସ ଏବଂ ରାଜସ୍ବ ଅଧିକାରୀଙ୍କ ଏହି ପଦକ୍ଷେପ ଶାସକ ଡିଏମକେ ଏବଂ ଭାଜପା ମଧ୍ୟରେ ଏକ ନୂଆ ରାଜନୈତିକ ତିକ୍ତତା ସୃଷ୍ଟି କରିଛି।
ଭାଜପାର ତାମିଲନାଡୁ ୟୁନିଟ ସଭାପତି କେ ଅନନାମାଲାଇ ୬ ମାସ ଧରି ଚାଲିଥିବା ‘ମୋ ଭୂମି, ମୋ ଲୋକ’ ପଦଯାତ୍ରା ଆରମ୍ଭ କରିଥିଲେ। ଏହା ଅନ୍ତର୍ଗତ ବୁଧବାର ‘ଭାରତ ମାତା’ର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାକୁ ଥିଲା।

ଦଳର ନେତାମାନେ ଅଗଷ୍ଟ ୯ ରୁ ୧୧ ତାରିଖ ମଧ୍ୟରେ ବ୍ରିଧୁନଗରରେ ପଦଯାତ୍ରା ପ୍ରବେଶ କରିବା ପୂର୍ବରୁ ଜିଲା ପାର୍ଟି ମୁଖ୍ୟାଳୟରେ ଭାରତ ମାତାଙ୍କର ଏକ କଳା ପଥର ମୂର୍ତ୍ତି ସ୍ଥାପନ କରିଥିଲେ। କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପ୍ରତିମୂର୍ତ୍ତିକୁ ହଟାଇବା ନେଇ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
ବିନା ଅନୁମତିରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା ବୋଲି କୁହାଯାଉଛି।
ଅରୁପୁକୁଟାଇ ରାଜସ୍ବ ସର୍କଲ ଅଧିକାରୀ ଶିଭକୁମାର ଏବଂ ତହସିଲଦାର ଭାସ୍କରନଙ୍କ ନେତୃତ୍ୱରେ ଅଧିକାରୀମାନେ ବିନା ଅନୁମତିରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ଉପରେ ପ୍ରଶ୍ନ କରିଥିଲେ। ଏହାକୁ ହଟାଇବାକୁ ସେମାନେ ଭାଜପା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନେତାମାନେ ଏହା କରିବାକୁ ମନା କରି କହିଥିଲେ ସର୍ବସାଧାରଣ ସ୍ଥାନରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ। ଏକ ଘରୋଇ ଲିଜ ଜମି ଭିତରେ ଏହା ସ୍ଥାପନ କରାଯାଇଛି ।

ବରିଷ୍ଠ ଅଧିକାରୀମାନେ କହିଛନ୍ତି ଏହି ପ୍ରତିମୂର୍ତ୍ତିକୁ ପୂର୍ବ ଅନୁମତି ବିନା ସ୍ଥାପନ କରାଯାଇଥିଲା ଏବଂ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ଆଦେଶ ବିରୁଦ୍ଧରେ ଥିଲା। ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ ଭାଜପା କର୍ମୀଙ୍କୁ କୁହାଯାଇଥିଲା, କିନ୍ତୁ ସେମାନେ ଏହି ନିର୍ଦ୍ଦେଶ ପାଳନ କରିବାକୁ ମନା କରିଦେଇଥିଲେ। ଏହା ପରେ ରାଜସ୍ବ ଅଧିକାରୀମାନେ ନିଜେ ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ ସହ ଆସିଥିବା ଅଧିକାରୀମାନେ ଭାଜପା କାର୍ଯ୍ୟାଳୟରେ ପହଞ୍ଚି ପ୍ରତିମୂର୍ତ୍ତିକୁ ହଟାଇ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

୩୮ ଏମ୍‌ଓୟୁ ସ୍ବାକ୍ଷରିତ: ଓଡ଼ିଶାକୁ ୬୬,୩୯୨ କୋଟି ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର,୯।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଶନିବାର ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି।…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri