ସରି ସରି ଆସୁଛି ଭଞ୍ଜନଗର ଠାକୁରାଣୀ ଯାତ୍ରା; ଆଜି ବ୍ୟାଘ୍ରଦେବୀଙ୍କ ସିଂହବାହିନୀ ବେଶ, ବୁଧବାର ବାହୁଡ଼ା ସହ…

ଭଞ୍ଜନଗର,୧୯। ୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୨୪ ଦିନରେ ପହଞ୍ଚିଛି। ଆଜି ସଂଧ୍ୟା ୭ ଟା ୩୦ ମିନିଟରେ ବ୍ୟାଘ୍ରଦେବୀ ଏବଂ ଠାକୁରାଣୀଙ୍କ ସଂଧ୍ୟା ଆଳତି ହୋଇଥିଲା। ଏହି ସମୟରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପ ଜିଲ୍ଲାପାଳ ତଥା ଯାତ୍ରା କମିଟି ମୁଖ୍ୟ ଉମା ଶଙ୍କର ବେହେରା, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, ସଂପାଦକ ସୁଶାନ୍ତ ମାହାପାତ୍ର, ସୁଧୀର ରଞ୍ଜନ ବେହେରା, କୋଷାଧକ୍ଷ ମହେଶ୍ୱର ପାତ୍ର, ମ୍ୟୁନିସିପାଲଟି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବ୍ୟାଘ୍ର ଦେବୀ ସିଂହ ବାହିନୀ ବେଶରେ ରାତି ୧୦ ଟାରେ ନଗର ଭ୍ରମଣରେ ବାହାରିଥିଲେ।

ଦେବୀ ତହସିଲ ଅଫିସ ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ପୁଣି ପଶ୍ଚିମ ମୁଖା ହୋଇ ଫେରି ପୁଜା ମଣ୍ଡପ ନିକଟରେ ପହଞ୍ଚିବେ। ସେଠାରେ ଦେବୀ ସିଂହ ଉପରେ ହିଁ ବସି ରହିବେ। ଏହାପରେ ସେଠାରେ ବଡକୋଦଣ୍ଡାର ମହାଭାରତ, ମୁଜାଗଡର କଂସବଧ ଏବଂ କୃଷ୍ଠ ଦଧିମନ୍ଥନ ନାଟକ ପରିବେଷଣ ହେବ। ବୁଧବାର ନାଟକ ସରିବା ପରେ ସଂନ୍ଧ୍ୟାରେ ଦେବୀଙ୍କ ବାହୁଡ଼ା ଯାତ୍ରା ହେବ। ତେଣୁ ଉଭୟ ଦେବୀଙ୍କୁ ବନ ବିଭାଗ ଡାକ ବଙ୍ଗଳା ପର୍ଯ୍ୟନ୍ତ ନିଆଯିବ। ସେଠାରେ ଭେଟ ଯାତ୍ରା ଅନୁଷ୍ଟିତ ହେବାପରେ ବ୍ୟାଘ୍ର ଦେବୀଙ୍କୁ କୁଲାଡ ଶୋଭାଯାତ୍ରାରେ ନିଆଯିବ। ସେଠାରେ ଦେବୀ ସ୍ଥାୟୀ ମନ୍ଦିରରେ ବିଶ୍ରାମ ନେବେ। ସେହିଭଳି ଦେବୀ ଠାକୁରାଣୀ ବନବିଭାଗ ଡାକବଙ୍ଗଳାରୁ ପଛକୁ ଫେରି ସ୍ଥାୟୀ ମନ୍ଦିରକୁ ଫେରିବେ। ଏହାପରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଯାତ୍ରା ଉଦଯାପିତ ହେବ।

ଏହାପରେ ପୁଣି ୩ ବର୍ଷ ପରେ ୨୦୨୯ ରେ ଯାତ୍ରା ହେବ। ସେହିଭଳି ମଙ୍ଗଳବାର ସନ୍ଧ୍ୟାରେ କବି ସମ୍ରାଟ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟି କାର୍ଯ୍ୟକାରି ସଭାପତି ବିଷ୍ଠୁ ପ୍ରସାଦ ପ୍ରଧାନ ସଂଯୋଜନା କରିଥିଲେ। ଅପରପକ୍ଷେ ଆଜି ଯାତ୍ରାରେ ସହଯୋଗ ପାଇଁ କୁଲାଡ ବ୍ୟାଘ୍ରଦେବୀଙ୍କ ସମେତ କିଛି କର୍ମକର୍ତ୍ତାକୁ ବିଧାୟକ ଉତ୍ସାହିତ କରିଥିଲେ। ଆଉ ଦିନକ ପରେ ଯାତ୍ରା ଉଦଯାପିତ ହେବାକୁ ଯାଉଥିବା ବେଳେ ଆଜି ସୁଦ୍ଧା ଦେବୀଙ୍କ କୃପାରୁ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଚାଲିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ସରପଞ୍ଚ, ଦିବ୍ୟାଙ୍ଗ ହୋଇ ବି…

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା। ଗାଁ ରାସ୍ତାରେ…

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri