ଶତ ପ୍ରତିଶତ ରୋଗୀଙ୍କୁ ସୁବିଧାରେ ରକ୍ତ ଦେବା ଯୋଜନା; ନୂତନ ରକ୍ତଦାତା ସୃଷ୍ଟି ପାଇଁ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲଡ ବ୍ୟାଙ୍କ ରାଜ୍ୟର ଏକ ଅଗ୍ରଣୀ ବ୍ଲଡ ବ୍ୟାଙ୍କ । ଏଠାରେ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସିଧାସଳଖ ରକ୍ତ ଦିଆଯାଉଛି । ବଳକା ୩୦ ପ୍ରତିଶତ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଦେଇ ରକ୍ତ ନେଉଛନ୍ତି । ଆଗାମୀ ଦିନରେ ଶତ ପ୍ରତିଶତ ରୋଗୀଙ୍କୁ ସିଧାସଳଖ ରକ୍ତ ଦେବା ବ୍ୟବସ୍ଥା କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ନୂଆ ରକ୍ତଦାତା ସୃଷ୍ଟି କରିବାକୁ ପଡ଼ିବ। ଏଥିସହ ବିଭିନ୍ନ ସଂଗଠନ ସହ ଯୋଡ଼ି ହୋଇ ଖରାଦିନେ ଆବଶ୍ୟକ ରକ୍ତ ଅଭାବକୁ ପୂରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏଥିସହ କିଛି ସଂଗଠନ ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଯୋଗୁ ସେମାନକୁ ବୈଠକରେ ପ୍ରଶଂସା କରାଯାଇଥିଲା ।

ବୈଠକରେ ଉପ ଜିଲାପାଳ ତଥା ମେଡିକାଲ୍ ପରିଚାଳନା କମିଟି ଅଧକ୍ଷ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରି ନୂତନ ରକ୍ତଦାତା ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ମେଡିକାଲ୍ ଅଧିକ୍ଷକ ଡ ଗୋବିନ୍ଦ ମାହାପାତ୍ର ସଭାକୁ ସଂଯୋଜନା କରିଥିଲେ । ଏଥିସହ ବ୍ଲଡ ବ୍ୟାଙ୍କର ବିଭିନ୍ନ ଅଭାବକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ୮ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଗାମି ଦିନରେ ତାହା ବ୍ଲଡ ବ୍ୟାଙ୍କ ର ଉନ୍ନତୀ ରେ ବ୍ୟବହାର ହେବ। ରକ୍ତ ହୀନତା,ରକ୍ତ ଶିକୁଳି, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତର ଆବଶ୍ୟକତା ବହୁ ଗୁଣା ବୃଦ୍ଧିପାଇଛି। ତେଣୁ ରକ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ସବୁ ଆଡୁ ଚେଷ୍ଟା ହେବା ଦରକାର ବୋଲି ବକ୍ତାମାନେ କହିଥିଲେ। ବ୍ଲଡ ବ୍ୟାଙ୍କ କର୍ମଚାରୀ ବିପିନ କୁମାର ପାଣିଗ୍ରାହୀ ଆୟ ବ୍ୟୟ ର ହିସାବ ଦେଇଥିଲେ । ବ୍ଲଡ ବ୍ୟାଙ୍କ ଅଧିକାରୀ ଡା,ସତୀଶ ମୋହନ ପାଢୀ,ଡା.ସୁରେଶ ଚନ୍ଦ୍ର ସାମନ୍ତ, ସ୍ବେଛାସେବୀ ବିଶ୍ବମ୍ବର ଜେନା, ଯୁବ ରେଡକ୍ରସ୍ ରାଜ୍ୟ କର୍ମକର୍ତ୍ତା ବି.ଗୋବିନ୍ଦ ରାଓ, ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ,କେଏସ୍‌ୟୁବି କଲେଜ ଅଧ୍ୟାପକ ଡ ରବିନ୍ଦ୍ର କୁମାର ମିଶ୍ର,ବିଡ଼ିପୁର କଲେଜ ଯୁବ ରେଡକ୍ରସ୍ ଅଧିକାରୀ ବସନ୍ତ କୁମାର ଶତପଥୀ,ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଅମୁଲ୍ୟ କୁମାର ଶତପଥୀ,ମୁନିସିପାଲିଟି କାଉନସିଲର ଉପେନ୍ଦ୍ର କୁମାର ପ୍ରଧାନ,ମେଡିକାଲ୍ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବ୍ଲଡ ବ୍ୟାଙ୍କ କର୍ମଚାରୀ ଲକ୍ଷ୍ମୀ ନୃସିଂହ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇଥିଲେ

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

ମେଣ୍ଢା ଫାର୍ମଠାରେ ୩୦ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ବଲାଙ୍ଗିର,୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ରେଞ୍ଜ ଅନ୍ତର୍ଗତ ଦେଓଗାଁ ବଙ୍ଗଳା ମେଣ୍ଢା ଫାର୍ମଠାରେ ଗତରାତିରୁ ୩୦ ଟିକିଆ ହାତୀପଲ ଆସି ଅଛନ୍ତି। ଦେଓଗାଁ ଅଞ୍ଚଳର…

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ରାଜୀବଙ୍କ ଅବଦାନ ଅତୁଳନୀୟ

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri