ଚୁମ୍ବନକୁ ସାବଧାନ ! ୮୦ ନିୟୁତ ଭୂତାଣୁ ସଂକ୍ରମଣ ଆଶଙ୍କା

ଲଣ୍ଡନ,୬।୭: ଜୁଲାଇ ୬ରେ ଅନ୍ତର୍ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏହା ଅନ୍‌ ଅଫିସିଆଲ୍‌ ଭାବେ ପାଳନ କରାଯାଇଥାଏ। ସ୍ନେହ ଓ ପ୍ରେମର ପରିପ୍ରକାଶ ଭାବେ ଚୁମ୍ବନକୁ ଗ୍ରହଣ କରାଯାଇଥାଏ। ମା’ ସନ୍ତାନଙ୍କୁ ସ୍ନେହରେ ଚୁମ୍ବନ ଦେଇଥାନ୍ତି। ସେହିପରି ପ୍ରେମୀ ଯୁଗଳ ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ତଥା ଆବେଗର ନିଦର୍ଶନ ସ୍ବରୂପ ଚୁମ୍ବନ ଦେଇଥାନ୍ତି। କିନ୍ତୁ ଚୁମ୍ବନ ଦେବା ସମୟରେ ଓଠରେ ଥିବା ମାରାତ୍ମକ ଅଣୁଜୀବ ଦ୍ୱାରା ବିଭିନ୍ନ ରୋଗ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏହା ପ୍ରେମ ଓ ସ୍ନେହର ନିଦର୍ଶନ ବଦଳରେ ବିଷ ସ୍ଥାନାନ୍ତରର ଏକ ମାଧ୍ୟମ ପାଲଟି ଯାଇଥାଏ। ମାତ୍ର ୧୦ସେକେଣ୍ଡର ଚୁମ୍ବନରେ ୮୦ ନିୟୁତ ଭୂତାଣୁ ସଂକ୍ରମିତ ହୋଇଥାନ୍ତି। ଯାହାକି କୌଣସି ଉତ୍କଟ ବିଷଠାରୁ ଅନେକ ଗୁଣା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅତି ନିବିଡଭାବେ ଚୁମ୍ବନ ସମୟରେ ଲାଳ ମଧ୍ୟରେ ବିଭିନ୍ନ ଅଣୁଜୀବ ମୁଖଗହ୍ବର ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି ବୋଲି ଗବେଷକ ସୂଚିତ କରିଛନ୍ତି। ଜଣା ପଡିଥିଲା ଚୁମ୍ବନ ଆଦାନପ୍ରଦାନ କରୁଥିବା ଦୁଇ ବ୍ୟକ୍ତିଙ୍କ ମୁଖରେ ଏକ ପ୍ରକାର ଭୂତାଣୁ ବାସ କରିଥାନ୍ତି। ଯାହାକି ଚୁମ୍ବନ ମାଧ୍ୟମରେ ସଂକ୍ରମିତ ହୋଇଥାଏଗବେଷକ ୧୭ରୁ ୪୫ ବର୍ଷ ବୟସ୍କ ଲୋକଙ୍କ ଉପରେ ଦୀର୍ଘ ଦିନ ଧରି ଅନୁଧ୍ୟାନ କରିଥିଲେ। ଦିନକୁ ୧୦ଥର ଚୁମ୍ବନ ଦେଉଥିବା ବ୍ୟକ୍ତି ତଥା ଦିନକୁ ଏହାଠାରୁ ଅଧିକ ଚୁମ୍ବନ ଦେଉଥିବା ଲୋକଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦର ତ୍ୱଚା ପାଇଁ ରସୁଣ

ରସୁଣରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ; ଯାହାକୁ ବ୍ୟବହାର କରି ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ସୁନ୍ଦର ବେଦାଗ ତ୍ୱଚା ପାଇପାରିବେ। ଜାଣିରଖନ୍ତୁ...

ଫ୍ରିଜ୍‌ରେ ମାଛ ରଖି ଖାଉଛନ୍ତି କି….

ମାଛ ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି। ସ୍ବାସ୍ଥ୍ୟପାଇଁ ଏହା ମଧ୍ୟ ଉପକାରୀ । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଜାରରେ ମାଛ...

ଘରେ କରୁଥିବା ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…...

୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ...

ପିଲାଙ୍କ ଆୟା

ବର୍ତ୍ତମାନ ସମୟ ଅଭାବରୁ କେତେଜଣ କର୍ମଜୀବୀ ମା’ ସେମାନଙ୍କ ଅନୁପସ୍ଥିତିରେ ପିଲାଙ୍କ ଦାୟିତ୍ୱ ବୁଝିବା ଲାଗି ବେବି ସିଟର ବା ଆୟାଙ୍କ ଉପରେ ନିର୍ଭର କରୁଥିବା...

ମେଦବହୁଳତା ପାଇଁ ଲାଭଦାୟକ ଗୋଲାପ

ଲାଲ ଗୋଲାପ କେବଳ ଘର ସଜାଇବା କାମରେ ଲାଗି ନ ଥାଏ। ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ। ଥକ୍କାପଣ ଦୂର କରିବା ସହ ମେଦବହୁଳତା...

ବାତ ମାରିବା ସମୟରେ…

ଅପସ୍ମାର ଏକ ବାତ। ଏହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ। ବାତ ମାରିଲେ ରୋଗୀ...

ଇତିହାସ ରଚିବ ଚନ୍ଦ୍ରୟାନ-୩

ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦ୍‌ଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଳରୁ ଉଦ୍ୟମ କରି ଆସିଛି। ରୁଷିଆର ଏକ...

Advertisement
Archives

Model This Week