ଚୁମ୍ବନକୁ ସାବଧାନ ! ୮୦ ନିୟୁତ ଭୂତାଣୁ ସଂକ୍ରମଣ ଆଶଙ୍କା

ଲଣ୍ଡନ,୬।୭: ଜୁଲାଇ ୬ରେ ଅନ୍ତର୍ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏହା ଅନ୍‌ ଅଫିସିଆଲ୍‌ ଭାବେ ପାଳନ କରାଯାଇଥାଏ। ସ୍ନେହ ଓ ପ୍ରେମର ପରିପ୍ରକାଶ ଭାବେ ଚୁମ୍ବନକୁ ଗ୍ରହଣ କରାଯାଇଥାଏ। ମା’ ସନ୍ତାନଙ୍କୁ ସ୍ନେହରେ ଚୁମ୍ବନ ଦେଇଥାନ୍ତି। ସେହିପରି ପ୍ରେମୀ ଯୁଗଳ ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ତଥା ଆବେଗର ନିଦର୍ଶନ ସ୍ବରୂପ ଚୁମ୍ବନ ଦେଇଥାନ୍ତି। କିନ୍ତୁ ଚୁମ୍ବନ ଦେବା ସମୟରେ ଓଠରେ ଥିବା ମାରାତ୍ମକ ଅଣୁଜୀବ ଦ୍ୱାରା ବିଭିନ୍ନ ରୋଗ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏହା ପ୍ରେମ ଓ ସ୍ନେହର ନିଦର୍ଶନ ବଦଳରେ ବିଷ ସ୍ଥାନାନ୍ତରର ଏକ ମାଧ୍ୟମ ପାଲଟି ଯାଇଥାଏ। ମାତ୍ର ୧୦ସେକେଣ୍ଡର ଚୁମ୍ବନରେ ୮୦ ନିୟୁତ ଭୂତାଣୁ ସଂକ୍ରମିତ ହୋଇଥାନ୍ତି। ଯାହାକି କୌଣସି ଉତ୍କଟ ବିଷଠାରୁ ଅନେକ ଗୁଣା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅତି ନିବିଡଭାବେ ଚୁମ୍ବନ ସମୟରେ ଲାଳ ମଧ୍ୟରେ ବିଭିନ୍ନ ଅଣୁଜୀବ ମୁଖଗହ୍ବର ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି ବୋଲି ଗବେଷକ ସୂଚିତ କରିଛନ୍ତି। ଜଣା ପଡିଥିଲା ଚୁମ୍ବନ ଆଦାନପ୍ରଦାନ କରୁଥିବା ଦୁଇ ବ୍ୟକ୍ତିଙ୍କ ମୁଖରେ ଏକ ପ୍ରକାର ଭୂତାଣୁ ବାସ କରିଥାନ୍ତି। ଯାହାକି ଚୁମ୍ବନ ମାଧ୍ୟମରେ ସଂକ୍ରମିତ ହୋଇଥାଏଗବେଷକ ୧୭ରୁ ୪୫ ବର୍ଷ ବୟସ୍କ ଲୋକଙ୍କ ଉପରେ ଦୀର୍ଘ ଦିନ ଧରି ଅନୁଧ୍ୟାନ କରିଥିଲେ। ଦିନକୁ ୧୦ଥର ଚୁମ୍ବନ ଦେଉଥିବା ବ୍ୟକ୍ତି ତଥା ଦିନକୁ ଏହାଠାରୁ ଅଧିକ ଚୁମ୍ବନ ଦେଉଥିବା ଲୋକଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?