Posted inଜାତୀୟ

ଦୁର୍ଘଟଣା ରୋକିବା ପାଇଁ ସଡ଼କର ଗୁଣବତ୍ତାରେ ଉନ୍ନତ-ହେଲମେଟ ଜରୁରୀ: ନିର୍ଦ୍ଦେଶାବଳୀ ଜାରି କଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା, ୧୨।୯ : ସମଗ୍ର ବିଶ୍ୱରେ ଦୁର୍ଘଟଣା ରୋକିବା ପାଇଁ ସଡ଼କର ଗୁଣବତ୍ତାରେ ଉନ୍ନତି କରିବାକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପଥଚାରୀମାନେ ଚାଲିବା ପାଇଁ ସବୁ ସ୍ଥାନରେ ଫୁଟପାଥ ନିର୍ମାଣ କରାଯିବା ଉପରେ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଟ୍ରାଫିକ ନିୟମକୁ କଠୋର ଭାବରେ ଅନୁସରଣ କରିବା ସହିତ ପଥଚାରୀମାନଙ୍କୁ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା ଏବଂ ହେଲମେଟ ବ୍ୟବହାର କରିବା ପାଇଁ ବିଶ୍ୱ ସୱାସ୍ଥ୍ୟ ସଂଗଠନ ବିଭିନ୍ନ ସଂଗଠନ ସହ ମିଳିତ ଭାବରେ ନିର୍ଦ୍ଦେଶାବଳୀ ଜାରି କରିଛି।

ଏକ ସାମାଜିକ ସଂଗଠନ ସହଯୋଗରେ ଆଇଆଇଟି ଦିଲ୍ଲୀର ପରିବହନ ଅନୁସନ୍ଧାନ ଆଘାତ ନିବାରଣ କେନ୍ଦ୍ର ଦ୍ୱାରା ଆୟୋଜିତ ଏକ ସେମିନାରରେ ଏହି ନିର୍ଦ୍ଦେଶାବଳୀଗୁଡିକ ସୂଚନା ଦିଆଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସୁରକ୍ଷା ଏବଂ ମୋବିଲିଟିର ମୁଖ୍ୟ ଡାକ୍ତର ନାହାନ ଟ୍ରାନ କହିଛନ୍ତି ଯେ ପଥଚାରୀଙ୍କ ସହ ଜଡିତ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଏହି ନୂତନ ନିର୍ଦ୍ଦେଶାବଳୀ ଉପଯୋଗୀ ହେବ।

ହେଲମେଟ ବିନା ମୁଣ୍ଡରେ ଆଘାତ ଯୋଗୁ ମୃତ୍ୟୁକୁ ହ୍ରାସ କରିବା ପାଇଁ ଗୁଣାତ୍ମକ ହେଲମେଟର ବ୍ୟବହାରକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏକ ଗୁଣାତ୍ମକ ହେଲମେଟ ବ୍ୟବହାର କରିବା ଦ୍ୱାରା ସାଂଘାତିକ ଆଘାତ ମୃତ୍ୟୁ ୭୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

ବିକାଶଶୀଳ ଦେଶମାନଙ୍କରେ ସଡ଼କ ଦୁର୍ଘଟଣାରେ ପ୍ରତି ମିନିଟରେ ଦୁଇରୁ ଅଧିକ ଲୋକ ମୃତ୍ୟୁବରଣ କରନ୍ତି। ବିକାଶଶୀଳ ଦେଶମାନଙ୍କରେ ଅଧିକାଂଶ ସଡ଼କ ଦୁର୍ଘଟଣା ଦୁଇ ଏବଂ ତିନି ଚକିଆ ଯାନ ଦ୍ୱାରା ହୋଇଥାଏ । ପ୍ରତିବର୍ଷ ଦୁନିଆରେ୧୩ ଲକ୍ଷରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥାଏ। ଏହି ମୃତ୍ୟୁ ମଧ୍ୟରୁ ୧୦ଟି ମଧ୍ୟରୁ ନଅଟି ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ଘଟିଥାଏ ।
ଏହି ମୃତ୍ୟୁରେ ପାଞ୍ଚରୁ ୨୯ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ସମସ୍ତ ଦୁର୍ଘଟଣାର ପ୍ରାୟ ୩୦ ପ୍ରତିଶତ ଦୁଇ ଏବଂ ତିନି ଚକିଆ ଯାନ ସହିତ ଜଡିତ।
ଏଥି ସହିତ, ଭାରତରେ ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ୩୦ ପ୍ରତିଶତ ରହିଛି। ଭାରତର କେତେକ ବଡ ସହରରେ ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?