ନ କହିଲେ ଭଲ

ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍‌, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍‌ ନୁହେଁ। କାରଣ ଏହି କାନକୁହା କଥା ବି ବେଳେବେଳେ ବୁମେରାଂ ହୋଇପାରେ। ସୁଖୀ ଓ ସଫଳ ଦାମ୍ପତ୍ୟ ଜୀବନକୁ ବରବାଦ କରିଦେଇପାରେ। ତେଣୁ କେଉଁ କଥା ସ୍ବାମୀଙ୍କୁ କହିବେ ତାହା ଜାଣିବା ଅପେକ୍ଷା କ’ଣ ନ କହିବେ ତାହା ନିଶ୍ଚୟ ଜାଣିବା ଦରକାର…

ସବୁ ଅକୁହା କଥା ତାଙ୍କ ଆଗରେ କହିହୁଏ। ମନକଥା ଖୋଲି କହିଦେଲେ ମନ ହାଲକା ହୁଏ ଆଉ ସମ୍ପର୍କ ହୋଇଥାଏ ମଜବୁତ। ହେଲେ ଏମିତି କିଛି କଥା ଅଛି ଯାହା ସମ୍ପର୍କରେ ସନ୍ଦେହ ସୃଷ୍ଟି କରିବା ପାଇଁ ବାଧ୍ୟ କରିଥାଏ। ତେଣୁ ପରିବାର ଚଳାଇବାକୁ ହେଲେ ସ୍ବାମୀଙ୍କୁ ବି ସବୁକଥା ନ କହିବା ଭଲ।
ପୁରୁଣା ପ୍ରେମ: ନିଜର ହେଉ ବା ସ୍ବାମୀଙ୍କର ପୁରୁଣା ପ୍ରେମକୁ ନେଇ କୌଣସି ପ୍ରକାରର ଟିପ୍‌ପଣୀ ଦେବା ଉଚିତ୍‌ ନୁହେଁ। ଏମିତିକି ସେ ସମ୍ପର୍କକୁ ନେଇ କୌଣସି ଆଲୋଚନା କରିବା ପାଇଁ ଚେଷ୍ଟା କରିବା କଥା ନୁହେଁ। କାହିଁକିନା ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନାବେଳେ କେଉଁଠି ନା କେଉଁଠି ହୃଦୟକୁ ଆଘାତ ମିଳିଥାଏ। ତା ଛଡା ଏନେଇ ଆଲୋଚନା କଲେ ନା ସ୍ବାମୀଙ୍କୁ ଭଲ ଲାଗିବ ନା ଆପଣଙ୍କୁ। ତେଣୁ ଏଭଳି ପ୍ରସଙ୍ଗ ଅତୀତ ହୋଇ ରହିବା ଭଲ।
ବାପଘରର ଗୁମର: ନିଜର ସୁଖ ଦୁଃଖ ଭଲ ମନ୍ଦ ସମ୍ପର୍କରେ ସ୍ବାମୀଙ୍କୁ ଜଣାଇବା ଠିକ୍‌। କିନ୍ତୁ ବାପଘରର କୌଣସି ଗୁମର କଥାକୁ କେବେ ହେଲେ ତାଙ୍କ ଆଗରେ ଖୋଲି କୁହନ୍ତୁ ନାହିଁ। କାହିଁକିନା ଅନେକ ସମୟରେ ଏହି କଥା ଆପଣଙ୍କ ଉପରେ ହିଁ ଅସ୍ତ୍ର ହୋଇ ଫେରି ଆସିପାରେ। ସେହି କଥାକୁ ନେଇ ସୁଯୋଗ ଦେଖି ସେ ଆପଣଙ୍କୁ କିଛି କହିଲେ ଶୁଣିବାକୁ ଆଦୌ ଭଲ ଲାଗିବନି।
ନିଜର ବ୍ୟକ୍ତିଗତ ସଞ୍ଚୟ: ସ୍ବାମୀଙ୍କ ଆଗରେ ନିଜର ବ୍ୟକ୍ତିଗତ ସଞ୍ଚୟ ନେଇ ସତକଥା କୁହନ୍ତୁ ନାହିଁ। ନଚେତ୍‌ ଖୁବ୍‌ ଶୀଘ୍ର ସେହି ସଞ୍ଚୟ ଶେଷ ହୋଇଯିବ। କାରଣ ଘର ପାଇଁ କୌଣସି ଖର୍ଚ୍ଚର ଆବଶ୍ୟକତା ପଡିଲେ ପ୍ରଥମେ ସେ ଆପଣଙ୍କ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଚାହିଁବେ। ତେଣୁ ଆପଣ ସେହି ସଞ୍ଚୟକୁ ନେଇ କୌଣସି ଭବିଷ୍ୟତ ଯୋଜନା କରିଥିଲେ ତାହା ହୁଏତ ଫଳବତୀ ହୋଇ ନ ପାରେ। ଏହି ଦୃଷ୍ଟିରୁ ନିଜ ସଞ୍ଚୟକୁ ଖୋଲି କୁହନ୍ତୁ ନାହିଁ। କିନ୍ତୁ ଭବିଷ୍ୟତରେ କୌଣସି ଠକାମୀର ଶିକାର ହେବା ଭଳି କାମ ନ କରି ବୁଝି ବିଚାରି ସଞ୍ଚୟ କିମ୍ବା ବିନିଯୋଗ କରନ୍ତୁ।
ନିନ୍ଦା କରିବା: ଶାଶୂଘରର କୌଣସି ଲୋକଙ୍କ ନିନ୍ଦା କରନ୍ତୁ ନାହିଁ। ସ୍ବାମୀଙ୍କୁ ଆପଣଙ୍କର ଏପରି ଗୁଣ ଆଦୌ ଭଲ ଲାଗିବ ନାହିଁ। କାରଣ ସେ ତାଙ୍କ ବାପା, ମାଆ କିମ୍ବା ଭାଇଭଉଣୀଙ୍କ ସମ୍ପର୍କରେ କୌଣସି ନକାରାତ୍ମକ କଥା ଶୁଣିବାକୁ ପସନ୍ଦ କରିବେ ନାହିଁ। ଠିକ୍‌ ଯେମିତି ଆପଣ ମଧ୍ୟ ନିଜ ବାପଘର ଲୋକଙ୍କ ସମ୍ପର୍କରେ ନକାରାତ୍ମକ କଥା ଶୁଣିପାରିବେ ନାହିଁ। ତେଣୁ ଏଭଳି କିଛି କହିବା ପୂର୍ବରୁ ସତର୍କ ରୁହନ୍ତୁ।
ବନ୍ଧୁଙ୍କ ବିରୋଧରେ: ସ୍ବାମୀଙ୍କର କୌଣସି ଘନିଷ୍ଟ ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ପର୍କକୁ ନେଇ ତାତ୍ସଲ୍ୟ କରନ୍ତୁ ନାହିଁ କିମ୍ବା ସନ୍ଦେହ କରନ୍ତୁ ନାହିଁ। ଏମିତିକି ବନ୍ଧୁଙ୍କର କୌଣସି ଖରାପ ଗୁଣ କିମ୍ବା ତାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।
ରୋଜଗାର ନେଇ ତାଚ୍ଛଲ୍ୟ: ସ୍ବାମୀଙ୍କର ରୋଜଗାରକୁ ନେଇ ଭୁଲରେ କେବେ ତାତ୍ସଲ୍ୟ କରନ୍ତୁ ନାହିଁ। ସବୁ ପୁରୁଷଙ୍କୁ ଏହା ଆଘାତ ଦେଇଥାଏ। ତେଣୁ ତାଙ୍କ ରୋଜଗାରକୁ ନେଇ ଆପଣ ସନ୍ତୁଷ୍ଟ ଥିବା ଭଳି ତାଙ୍କୁ ଅନୁଭବ କରାଇପାରିଲେ ପରିବାର ବେଶ୍‌ ହସଖୁସିରେ ଆଗେଇଯିବ।

ମୁଡ୍‌ ଭଲ ଥିଲେ କହେ
ସ୍ବାମୀଙ୍କ ମୁଡ୍‌ ଭଲ ଥିଲେ ମୁଁ ତାଙ୍କ ଆଗରେ ସବୁ କଥା କହିଥାଏ। ହେଲେ ଆଜିପର୍ଯ୍ୟନ୍ତ ମୁଁ ମୋ ନିଜର ଦୁର୍ବଳତା ବିଷୟରେ କେବେ ବି କହେନି। ଖାଲି ମୋ ବିଷୟରେ ନୁହେଁ, ମୋ ବାପଘରର ସବୁ ସଦସ୍ୟଙ୍କ ବିଷୟରେ ବି ମୁଁ କିଛି କହି ନଥାଏ। କାହିଁକିନା ଆମ ଘର ଲୋକଙ୍କୁ ନେଇ ସେ କିଛି କହିଲେ ମତେ ଭଲ ଲାଗିବନି। ଘରେ ସେ ନ ଥିବା ବେଳେ, ଝିଅ ଓ ମୁଁ ମିଶି ବେଳେବେଳେ ଅନେକ ଛୋଟ ବଡ଼ କାମ ବି କରିଥାଉ ହେଲେ, ତାଙ୍କୁ ଜଣାଇ ନଥାଉ। ତେଣୁ ମୋର ଏଇ ଦୁର୍ବଳତାକୁ ମୁଁ ତାଙ୍କ ସହ ଆଦୌ ଶେୟାର କରେନି।

ଏମାନେ କ’ଣ କରନ୍ତି
ମାନସୀ ମୋହିନୀ ପଣ୍ଡା
(ଗୃହିଣୀ, ଦାରିଙ୍ଗବାଡ଼ି, କନ୍ଧମାଳ)

ଚାହିଁଲେ ବି କହିପାରେନି
ସ୍ବାମୀଙ୍କୁ ତ ସବୁ କଥା କୁହେ, ହେଲେ ଏମିତି ବି କିଛି କଥା ଅଛି ଯାହା ମୁଁ ଚାହିଁଲେ ବି କହିପାରେନା। ଘରେ ମୁଁ ମୋର ନିଜସ୍ବ ଅର୍ଥ ସଞ୍ଚୟ କରେ, ହେଲେ ସ୍ବାମୀଙ୍କୁ ଜଣାଏ ନାହିଁ। ବେଳେବେଳେ ପୁଅ ଏତେ ଦୁଷ୍ଟ ହୁଏ ଯେ, ସ୍ବାମୀଙ୍କୁ କହିବାକୁ ଚାହୁଁଥିଲେ ବି ପୁଅ ମନା କରିବା ଯୋଗୁଁ କହିପାରେନି। ଅନେକ ସମୟରେ ଶାଶୁ ଘରେ କିଛି କିଛି କାରଣ ଯୋଗୁଁ ବି ମନ ଦୁତ୍ଃଖ ହୁଏ, ତାକୁ ବି ଶେୟାର୍‌ କରିପାରେନି। ତଥାପି ଆମେ ଖୁସିରେ ଅଛୁ।
ରଶ୍ମିରାଣୀ ତ୍ରିପାଠୀ (ଗୃହିଣୀ,ମଙ୍ଗଳାନଗର, ଖୋର୍ଦ୍ଧା)

 

 


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri