ଅଏଲି ସ୍କିନ୍‌ କେୟାର

ଅଏଲି ସ୍କିନ୍‌ ହୋଇଥିଲେ ସାଧାରଣତଃ ଅଧିକ ଯତ୍ନ ନେବାକୁ ହୋଇଥାଏ। ଆଉ ଏଥିପାଇଁ ରାସାୟନିକ ସାମଗ୍ରୀ ବଦଳରେ ଘରୋଇ ଉପାୟ ଆପଣେଇବା ଅଧିକ ଫଳପ୍ରଦ…

ସାଧାରଣତଃ ତୈଳୀୟ ତ୍ୱଚାରେ ବ୍ରଣ, ଦାଗ ଆଦି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରି ନ ଥାଏ। ଏ ଦୃଷ୍ଟିରୁ ଆପଣ କିଛି ଘରୋଇ ଫେସ୍‌ ପ୍ୟାକ୍‌ ସମ୍ପର୍କରେ ଜାଣିରଖନ୍ତୁ ଯାହା ସବୁ ସମସ୍ୟାକୁ ସମାଧାନ କରି ତ୍ୱଚାକୁ କୋମଳ କରିପାରିବ।
ନିମ୍‌ ଫେସ୍‌ ପ୍ୟାକ୍‌
ପ୍ରଥମେ ନିମ୍ବ ପତ୍ରକୁ ଧୋଇ ବାଟି ଦିଅନ୍ତୁ। ଏଥିରେ ଲେମ୍ବୁ ରସକୁ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ। ସପ୍ତାହକୁ ଅତିକମ୍‌ରେ ଏହି ପ୍ୟାକ ୪ ଥର ଲଗାଇଲେ ମୁହଁରେ ଥିବା ସମସ୍ତ ଦାଗ ଦୂର ହେବା ସହିତ ତ୍ୱଚା ଉଜ୍ୱଳ ଦିଶିବ।
କାକୁଡି ଫେସ୍‌ ପ୍ୟାକ୍‌
କାକୁଡିକୁ ଧୋଇ ପ୍ରଥମେ କୋରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ ମିଶାଇ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଆପଣ ଚାହିଁଲେ ଏହାକୁ ଆଇସ୍‌ ଟ୍ରେରେ ମଧ୍ୟ ରଖିପାରିବେ। ଫ୍ରିଜରୁ ବାହାର କରି ଏହି ପ୍ୟାକ୍‌କୁ ମୁହଁରେ ଘଷନ୍ତୁ। ସପ୍ତାହକୁ ଅତି କମ୍‌ରେ ଏହି ପ୍ୟାକ ୩ ଥର ଲଗାନ୍ତୁ। କିଛି ଦିନ ପରେ ଅଏଲି ତ୍ୱଚାର ସବୁ ସମସ୍ୟା ଦୂରେଇ ଯିବ ଏବଂ ତ୍ୱଚା ବହୁତ୍‌ ସୁନ୍ଦର ଦିଶିବ।
ମସୁର ଡାଲି ଫେସ୍‌ପ୍ୟାକ୍‌
ଦୁଇ ଚାମଚ ମସୁର ଡାଲିକୁ ଭଲଭାବେ ଗୁଣ୍ଡ କରି ସେଥିରେ ଏକ ଚାମଚ ଦହି ଓ ଗୋଲାପ ଜଳ ମିଶାନ୍ତୁ। ଏହି ପେଷ୍ଟକୁ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ। ଶୁଖି ଆସିବା ପରେ ଧିରେ ଧିରେ ମସାଜ୍‌ କରି ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଅତିକମ୍‌ରେ ଦୁଇଥର ଏହି ପ୍ୟାକ୍‌ ଲଗାଇଲେ ଅଏଲି ସ୍କିନ୍‌ର ସବୁ ସମସ୍ୟା ଦୂର ହୋଇପାରିବ ଏବଂ ତ୍ୱଚା କୋମଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri