ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଜଙ୍ଗଲୀ କନ୍ଦା

କୋରାପୁଟ,୧୩।୨(ସ୍ବ.ପ୍ର.) କୋରାପୁଟର ଆଦିମ ଜନଜାତି ବ୍ୟବହାର କରୁଥିବା ଜଙ୍ଗଳୀ କନ୍ଦା ଚାଷ ମାଟି ଆଳୁଠାରୁ ଅଧିକପୃଷ୍ଟିକର ଓ ପୋଷକଯୁକ୍ତ। ଜଙ୍ଗଲୀ କନ୍ଦା ଆଦିବାସୀମାନଙ୍କୁ ଖାଦ୍ୟ, ପୃଷ୍ଟିସାର ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଜୈବ ବିବିଧତା ଓ ପ୍ରାକୃତିକ ସଂରକ୍ଷଣ ବିଭାଗ ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ଡଃ ପଣ୍ଡା କୋରାପୁଟର ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଜଙ୍ଗଲୀ ଫଳ, ଫୁଲ ଓ କନ୍ଦାକୁ ନେଇ ଦୀର୍ଘ ୧୦ ବର୍ଷ ହେବ ଗବେଷଣା କରୁଛନ୍ତି।
କୋରାପୁଟର ଆଦିବାସୀମାନେ ପ୍ରାୟତଃ ୮ ପ୍ରକାରର ଜଙ୍ଗଲୀ କନ୍ଦାକୁ ଖାଦ୍ୟ ଓ ଔଷଧରେ ବ୍ୟବହାର କରିଥାନ୍ତି ା ଖାଦ୍ୟାଭାବ ସମୟରେ ମୁଖ୍ୟତ ଫିଟକଳା, ତାରାଗାଇ କନ୍ଦା, କଶା କନ୍ଦା, କୁଳିଆ କନ୍ଦା, ସୋରଣ୍ଡା କନ୍ଦା ଓ ଚେରଭ୍‌ଗା କନ୍ଦାକୁ ଜଙ୍ଗଲରୁ ସଂଗ୍ରହ କରି ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟରେ ବ୍ୟବହାର କରିଥାନ୍ତି। ଏହି ଜଙ୍ଗଲ କନ୍ଦାରେ ଅଧିକ ପରିମାଣରେ ପ୍ରୋଟିନ, ଖଣିଜ ପଦାର୍ଥ ଓ ପୋଷକତତ୍ୱ ଭରି ରହିଛି। ଏଥିସହିତ ଜଙ୍ଗଲି କନ୍ଦାରେ ବହୁଳ ମାତ୍ରାରେରେ ଭିଟାମିନ ସି, ଭିଟାମିନ ଇ, ସୋଡିୟମ, ପଟାସିୟମ, କାଲସିୟମ ଓ ଜିଙ୍କ ଭରିରହିଛି ା ଏହି ଜଙ୍ଗଲି କନ୍ଦାରେ ଅଧିକ ପରିମାଣରେ ଆଣ୍ଟି ଅକସିଡେଣ୍ଟ ଥିବାରୁ ଏହା ଆଦିବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବ। ଏତଦ୍‌ ବ୍ୟତିତ ଏହା ଜଳବାୟୁ ପରିବର୍ତ୍ତନରେ ଆଦିବାସୀଙ୍କର ପୃଷ୍ଟିହୀନତା ଦୂର କରିବ। ଏହି ବହୁମୂଲ୍ୟ ଜଙ୍ଗଲୀ କନ୍ଦାର ବ୍ୟବହାର ସମ୍ପର୍କରେ ପ୍ରଚାର ପ୍ରସାର କରାଗଲେ ଏହା ଆଦିବାସୀଙ୍କର ଜୀବନ ଜୀବିକାକୁ ସହଜ କରିବ। କୋରାପୁଟର କଫି ଓ କଳାଜିରା ଚାଉଳ ଭଳି ଏହି ଜଙ୍ଗଲି କନ୍ଦାକୁ ଷ୍ଟ୍ରାଟ୍‌ଅଫ ମାଧ୍ୟମରେ ବ୍ୟବସାୟୀକରଣ ଉଦ୍ୟମ କରାଯିବା ଦରକାର। ତେଣୁ ବହୁ ମୂଲ୍ୟ ଜଙ୍ଗଲୀ କନ୍ଦାର ସଂରକ୍ଷଣ ଓ ବ୍ୟବସାୟିକ ଉପତ୍ାଦନ ଜରିଆରେ ଆଦିବାସୀମାନଙ୍କୁ ଉସତ୍ାହିତ କରିବାକୁ କହିଛନ୍ତି ପ୍ରଫେସର ପଣ୍ଡା। ପ୍ରକାଶ ଯେ, ଏହି ଜଙ୍ଗଲି କନ୍ଦା ଚାଷର ପ୍ରସାର ଉଦ୍ଦେଶ୍ୟରେ କୋରାପୁଟର ପ୍ରଗତୀ ନାମକ ଅନୁଷ୍ଠାନ କାଯର୍‌ୟ କରିଆସୁଛି। ଉକ୍ତ ଅନୁଷ୍ଠାନ ଦ୍ୱାରା ଏହି କନ୍ଦାର ବଜାରିକରଣ କରାଯାଇ ଚାଷୀଙ୍କ ଆର୍ଥତ୍କ ଅଭିବୃଦ୍ଧି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?