ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଜଙ୍ଗଲୀ କନ୍ଦା

କୋରାପୁଟ,୧୩।୨(ସ୍ବ.ପ୍ର.) କୋରାପୁଟର ଆଦିମ ଜନଜାତି ବ୍ୟବହାର କରୁଥିବା ଜଙ୍ଗଳୀ କନ୍ଦା ଚାଷ ମାଟି ଆଳୁଠାରୁ ଅଧିକପୃଷ୍ଟିକର ଓ ପୋଷକଯୁକ୍ତ। ଜଙ୍ଗଲୀ କନ୍ଦା ଆଦିବାସୀମାନଙ୍କୁ ଖାଦ୍ୟ, ପୃଷ୍ଟିସାର ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଜୈବ ବିବିଧତା ଓ ପ୍ରାକୃତିକ ସଂରକ୍ଷଣ ବିଭାଗ ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ଡଃ ପଣ୍ଡା କୋରାପୁଟର ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଜଙ୍ଗଲୀ ଫଳ, ଫୁଲ ଓ କନ୍ଦାକୁ ନେଇ ଦୀର୍ଘ ୧୦ ବର୍ଷ ହେବ ଗବେଷଣା କରୁଛନ୍ତି।
କୋରାପୁଟର ଆଦିବାସୀମାନେ ପ୍ରାୟତଃ ୮ ପ୍ରକାରର ଜଙ୍ଗଲୀ କନ୍ଦାକୁ ଖାଦ୍ୟ ଓ ଔଷଧରେ ବ୍ୟବହାର କରିଥାନ୍ତି ା ଖାଦ୍ୟାଭାବ ସମୟରେ ମୁଖ୍ୟତ ଫିଟକଳା, ତାରାଗାଇ କନ୍ଦା, କଶା କନ୍ଦା, କୁଳିଆ କନ୍ଦା, ସୋରଣ୍ଡା କନ୍ଦା ଓ ଚେରଭ୍‌ଗା କନ୍ଦାକୁ ଜଙ୍ଗଲରୁ ସଂଗ୍ରହ କରି ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟରେ ବ୍ୟବହାର କରିଥାନ୍ତି। ଏହି ଜଙ୍ଗଲ କନ୍ଦାରେ ଅଧିକ ପରିମାଣରେ ପ୍ରୋଟିନ, ଖଣିଜ ପଦାର୍ଥ ଓ ପୋଷକତତ୍ୱ ଭରି ରହିଛି। ଏଥିସହିତ ଜଙ୍ଗଲି କନ୍ଦାରେ ବହୁଳ ମାତ୍ରାରେରେ ଭିଟାମିନ ସି, ଭିଟାମିନ ଇ, ସୋଡିୟମ, ପଟାସିୟମ, କାଲସିୟମ ଓ ଜିଙ୍କ ଭରିରହିଛି ା ଏହି ଜଙ୍ଗଲି କନ୍ଦାରେ ଅଧିକ ପରିମାଣରେ ଆଣ୍ଟି ଅକସିଡେଣ୍ଟ ଥିବାରୁ ଏହା ଆଦିବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବ। ଏତଦ୍‌ ବ୍ୟତିତ ଏହା ଜଳବାୟୁ ପରିବର୍ତ୍ତନରେ ଆଦିବାସୀଙ୍କର ପୃଷ୍ଟିହୀନତା ଦୂର କରିବ। ଏହି ବହୁମୂଲ୍ୟ ଜଙ୍ଗଲୀ କନ୍ଦାର ବ୍ୟବହାର ସମ୍ପର୍କରେ ପ୍ରଚାର ପ୍ରସାର କରାଗଲେ ଏହା ଆଦିବାସୀଙ୍କର ଜୀବନ ଜୀବିକାକୁ ସହଜ କରିବ। କୋରାପୁଟର କଫି ଓ କଳାଜିରା ଚାଉଳ ଭଳି ଏହି ଜଙ୍ଗଲି କନ୍ଦାକୁ ଷ୍ଟ୍ରାଟ୍‌ଅଫ ମାଧ୍ୟମରେ ବ୍ୟବସାୟୀକରଣ ଉଦ୍ୟମ କରାଯିବା ଦରକାର। ତେଣୁ ବହୁ ମୂଲ୍ୟ ଜଙ୍ଗଲୀ କନ୍ଦାର ସଂରକ୍ଷଣ ଓ ବ୍ୟବସାୟିକ ଉପତ୍ାଦନ ଜରିଆରେ ଆଦିବାସୀମାନଙ୍କୁ ଉସତ୍ାହିତ କରିବାକୁ କହିଛନ୍ତି ପ୍ରଫେସର ପଣ୍ଡା। ପ୍ରକାଶ ଯେ, ଏହି ଜଙ୍ଗଲି କନ୍ଦା ଚାଷର ପ୍ରସାର ଉଦ୍ଦେଶ୍ୟରେ କୋରାପୁଟର ପ୍ରଗତୀ ନାମକ ଅନୁଷ୍ଠାନ କାଯର୍‌ୟ କରିଆସୁଛି। ଉକ୍ତ ଅନୁଷ୍ଠାନ ଦ୍ୱାରା ଏହି କନ୍ଦାର ବଜାରିକରଣ କରାଯାଇ ଚାଷୀଙ୍କ ଆର୍ଥତ୍କ ଅଭିବୃଦ୍ଧି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରିଗୁଡ଼ା: ଚୁଆପାଣିରେ ଯେଉଁଠି ଜୀବନ ବଞ୍ଚେ

କୋରାପୁଟ, ୨।୨(ସ୍ବ.ପ୍ର.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗା ପଞ୍ଚାୟତର ଶୁକ୍ରିଗୁଡା ଗ୍ରାମର ଗାଦବା ସାହି ଲୋକେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅବସ୍ଥା...

ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା: ଲୋକେ ଅସନ୍ତୁଷ୍ଟ

ପଟ୍ଟାଙ୍ଗି,୨୬।୧(ଡି.ଏନ୍‌.ଏ.): ଗଣତନ୍ତ୍ର ଦିବସରେ ସାଧାରଣ ସ୍ଥଳରେ ହେଉଥିବା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସଦର...

ତେଲେଙ୍ଗିରି ୧, ମାଛକୁଣ୍ଡ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୧୭।୮(ସ୍ବ.ପ୍ର.): ସୋମବାର କୋରାପୁଟ ଜିଲାରେ ୧୪୬୭.୨ ମିମି ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୨୯୩ ମିମି ବର୍ଷା ହୋଇଛି। ପ୍ରଥମ କରି ଜିଲାର...

ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ

ସେମିଳିଗୁଡା, ୧୫।୮(ସ୍ବ.ପ୍ର.)- ସେମିଳିଗୁଡ଼ାସ୍ଥିତ ସାଉଥ୍‌-କୋ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ପ୍ରଥମେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ ଏହି ଅବସରରେ...

କୋରାପୁଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୨।୩,(ସ୍ବ.ପ୍ର): କୋରାପୁଟ ଜିଲା ପୋଲିସକୁ ଶୁକ୍ରବାର ବଡ ସଫଳତା ମିଳିଛି। ଜିଲାର ପୃଥକ ପୃଥକ ଦୁଇଟି ସ୍ଥାନରୁ ପୋଲିସ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ...

ବିଭାଗ ନୀରବ, ନିମ୍ନମାନର କାର୍ଯ୍ୟ କରୁଛନ୍ତି ଠିକାଦାର

ଦଶମନ୍ତପୁର, ୨୩ା୧ ( ଡି.ଏନ୍‌.ଏ. ) ଆରମ୍ଭରୁ ନିମ୍ନମାନର ରାସ୍ତା ନିର୍ମାଣ କରୁଛନ୍ତି ଠିକାଦାର। ସରକାରୀ ନିୟମ ଅନୁସାରେ କାମ କରିବାକୁ କହିଲେ ଶୁଣୁନାହାନ୍ତି। ଏଭଳି...

କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ

କୋରାପୁଟ,୧୫ା୯(ଅମିତାଭ ବେହେରା): କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲଙ୍କୁ ଫେସ୍‌ବୁକରେ ଜଣେ ଯୁବକ ହତ୍ୟା ଧମକ ଦେଇଛନ୍ତି। ଏଥିରେ ଭୟଭୀତ ହୋଇ...

ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ...

Advertisement
Archives

Model This Week