ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ଗହମ

ବୁଗୁଡ଼ା,୧୫ା୧୦(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଶନ କାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ବେଳେ କିଛି ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁ ହିତାଧିକାରୀ ଯୋଜନାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ବୁଗୁଡ଼ା ଏନ୍‌ଏସିରେ ରାଶନ କାର୍ଡ ପିଛା ଦୁଇକିଲୋ ଗହମ କାଟୁଥିବା ହିତାଧିକାରୀ ଅଭିଯୋଗ କରିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଏ ନେଇ ଯୋଗାଣ ନିରୀକ୍ଷକ କହିଛନ୍ତି, ଗହମ କମ୍‌ ଆସିଥିବାରୁ ଦୁଇ କିଲୋ ଲେଖାଏ କମ୍‌ ଦେବାକୁ କୁହାଯାଇଥିଲା। ଷ୍ଟକ୍‌ ଆସିବା ପରେ ପୁଣି ଦିଆଯିବ। ଡିଲରମାନେ ହିତାଧିକାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ହିତାଧିକାରୀଙ୍କୁ ଡାକି ପୂର୍ବରୁ କଟା ଯାଇଥିବା ଗହମ ପୁଣି ଦୁଇ କିଲୋ ଲେଖାଏ ଦେଇ ସାରିଥିବା ସଫେଇ ଦେଇଛନ୍ତି। ଏ ସମ୍ପର୍କରେ କିଛି ୬ ନଂ. ଓ୍ବାର୍ଡର ହିତାଧିକାରୀ ଗଙ୍ଗାଧର ଗୌଡ଼, ଶମ୍ଭୁ ପାତ୍ର, ଲକ୍ଷ୍ମୀ ବିଷୋୟୀ, କାବେରୀ ବେହେରା ଓ ୪ ନଂ ଓ୍ବାର୍ଡର ବବି ସାହୁଙ୍କୁ ପଚାରିବାରୁ ସେମାନଙ୍କ କଟା ଯାଇଥିବା ଦୁଇ କିଲୋ ଗହମ ସେମାନଙ୍କୁ ଡକାଇ ଡିଲର ଦେଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀ ଚାଲାଣକାରୀ ଗିରଫ

ଲହୁଣୀପଡା, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରୁ ଯୁବତୀ ଚାଲାଣ କରୁଥିବା ଦଲାଲଙ୍କୁ ପୋଲିସ କରିଛି। ଯୁବତୀ ଚୋରା ଚାଲାଣର ଦଲାଲଙ୍କୁ ଦୀର୍ଘ ୮ମାସ ପରେ ଚାନ୍ଦିପୋଷ...

ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ...

ଚେକ ବାଉନ୍ସ ମାମଲା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ, ୭ା୩-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି) ଯୁଧିଷ୍ଠିର ଦଳେଇ ଶୁକ୍ରବାର ଏକ ଚେକ୍‌ ବାଉନ୍ସ ମାମଲାର ବିଚାର କରି ଅଭିଯୁକ୍ତ ବ୍ରହ୍ମପୁର...

ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।...

ସରକାରୀ ଯୋଜନା ବାଟବନା: ପରଶାସନିକ ଅବହେଲାର ଶିକାର ଗୁଞ୍ଜି ଚନ୍ଦନ

କେସିଙ୍ଗା, ୧୮।୭ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ, ବାସହୀନମାନକୁ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ...

କନ୍ତୋଲରେ ବୋମାମାଡ଼, ଜଣେ ଗୁରୁତର

ଆଠଗଡ଼,୨୦।୧୨(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନ୍ତୋଲ ବଉଳ ମଣ୍ଡପ ସାହିର ପ୍ରକାଶ କୁମାର ନାୟକଙ୍କ ଘର ଉପରେ ବୋମାମାଡ଼ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ...

୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌...

ଭିଡିଓ ଶୁଟିଂ ହେଲା କାଳ: ମହୁମାଛି ଆକ୍ରମଣରେ ୧ ଗୁରୁତର, ୫ ଆହତ

ବାରିପଦା ଅଫିସ,୩୦।୧୦: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଅଞ୍ଚଳକୁ ୟୁଟ୍ୟୁବ୍‌ ପାଇଁ ଭିଡିଓ ଶୁଟିଂ ଓ ସେଲ୍‌ଫି ନେବାକୁ ଯାଇଥିବା ବେଳେ ୬ ଛାତ୍ର ମହୁମାଛି...

Advertisement

BGU

Archives

Model This Week

Why Dharitri