Posted inଫୁରସତ

ଦିବ୍ୟାଙ୍ଗ ଛାତ୍ରୀଙ୍କ ଏହି ଇଚ୍ଛା ପୂରଣ କଲେ ଶିକ୍ଷକ, ଜାଣିଲେ କରିବେ ପ୍ରଶଂସା

କାହାର ସ୍ବପ୍ନ ପୂରଣ କରିବା ପାଇଁ ନିଜ ସ୍ବପ୍ନ ତିଆରି କରିବା କୌଣସି ସାଧାରଣ କଥା ନୁହେଁ। କିନ୍ତୁ ଯେତେବେଳେ ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କ ପାଇଁ ଏମିତି କିଛି କରନ୍ତି ତେବେ ଏହା ନିଶ୍ଚିତ ଭାବେ ସ୍ବତନ୍ତ୍ର ଏବଂ ପ୍ରଶଂସାଯୋଗ୍ୟ।

ଗ୍ରୀସର ଆଥଲେଟ୍‌ ମାରିଓସ ଜିଆନାକୋ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏକ ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି। ରନର୍‌ ଏଲିଫାଥେରିଆ ଟୋସିଓ ନାମକ ଛାତ୍ରୀଙ୍କୁ ତାଙ୍କ ପିଠିରେ ବସାଇ ତାଙ୍କୁ ମାଉଣ୍ଟ ଅଲିମ୍ପସ୍‌ ଶିଖରକୁ ନେଇଛନ୍ତି। ଯେଉଁଠାକୁ ଯିବାକୁ ଛାତ୍ରୀ ଜଣକ ସ୍ବପ୍ନ ଦେଖିଥିଲେ। ଯଦିଓ ମାରିଓସ ମାଉଣ୍ଟ ଅଲିମ୍ପ୍‌ସ ଜିତିଥିଲେ ମଧ୍ୟ ୫୧ ତମ ଥର ଶୀର୍ଷରେ ପହଞ୍ଚିବାରେ ତାଙ୍କର ଦ୍ୱିଧା ନ ଥିଲା। କାରଣ ତାଙ୍କ ଛାତ୍ରୀ ସଠାରେ ପହଞ୍ଚିବା ପାଇଁ ସ୍ବପ୍ନ ଦେଖିଥିଲେ। ଏହାକୁ ଛାତ୍ରୀଛାତ୍ରଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ବୋଲି କୁହାଯାଉଛି।

ସେପ୍ଟେମ୍ବରରେ, ମାରିଓସ ୨୨ ବର୍ଷ ବୟସ୍କ ଜୀବବିଜ୍ଞାନ ଛାତ୍ରୀ ଏଲିଫାଥେରିଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ସେ ତାଙ୍କୁ କହିଥିଲେ ଯେ, ସେ ସର୍ବଦା ମାଉଣ୍ଟ ଅଲିମ୍ପସ ଉପରକୁ ଯିବାକୁ ଚାହାନ୍ତି। ମାରିଓସ ସେହିଦିନଠାରୁ ଛାତ୍ରୀଙ୍କୁ ପର୍ବତ ଶିଖରରେ ପହଞ୍ଚାଇବା ସ୍ବପ୍ନକୁ ପୂରଣ କରିବା ପାଇଁ ସ୍ଥିର କରିଥିଲେ।

ମାରିଓସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପର୍ବତ ଉପରକୁ ଯିବା ଯୋଜନା ସମ୍ପର୍କରେ ପ୍ରଶଂସକମାନଙ୍କୁ ଜଣାଇଥିଲେ। ସେ ସୂଚନା ଦେଇଥିଲେ ଯେ, ଇଲେଫାଥେରିଆ ପ୍ରଥମ ମହିଳା ହେବେ ଯିଏକି ଦିବ୍ୟାଙ୍ଗ ହୋଇବି ସକ୍ଷମ। ଅଲିମ୍ପସର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବେ।

ପର୍ବତ ଚଢ଼ିବା ପାଇଁ, ମାରିଓସ ତାଙ୍କ ପିଠିରେ ଥିବା ବ୍ୟାକ୍‌ପ୍ୟାକ ବ୍ୟବହାର କରି ଇଲେଫାଥେରିଆଙ୍କୁ ବସାଇଥିଲେ। ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଏହି ଯାତ୍ରା କରିଥିଲେ। ଫଳରେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ବପ୍ନ ପୂରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?