Posted inଖେଳ

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସମୟରେ ତାଙ୍କ ସହ ଅନ୍ୟ ସାଥୀ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା। ଗୋଟିଏ ସପ୍ତାହରେ ତାଙ୍କର ୫ କିଗ୍ରା ଓଜନ କମିଥିଲା। ସେହିଭଳି ଡୋମ୍‌ ସିବ୍ଲିଙ୍କ ୪ କିଗ୍ରା ଏବଂ ଜିମ୍ମି ଆଣ୍ଡରସନଙ୍କ ୩ କିଗ୍ରା ଓଜନ କମିଥିଲା। ମ୍ୟାଚ୍‌ରେ ବୋଲିଂ କରୁଥିବା ସମୟରେ ଜ୍ୟାକ୍‌ ଲିଚ୍‌ ଅଧାରୁ ପଡ଼ିଆ ବାହାରକୁ ଆସି ଶୌଚାଳୟକୁ ଯାଉଥିଲେ। ସେଠାରେ ସେ ଅଧିକ ସମୟ ବିତାଉଥିଲେ। କାରଣ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ ପେଟ ସମସ୍ୟାରେ ପୀଡ଼ିତ ହୋଇଯାଇଥିଲେ। ତେବେ ଇଂଲଣ୍ଡର ଖେଳାଳିମାନେ ଦଳ ପ୍ରତି ପ୍ରତିବଦ୍ଧ। ହେଲେ ଅସୁସ୍ଥ ଥିବା ସତ୍ତ୍ୱେ ୪୧ ଡିଗ୍ରୀ ତାପମାତ୍ରାରେ ଖେଳିବା ଖେଳାଳିମାନଙ୍କ ପାଇଁ କଠିନ ଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ଷ୍ଟୋକ୍ସ ଆହୁରି ମଧ୍ୟ କହିଛନ୍ତି, ଭାରତ ବିପକ୍ଷରେ ଦଳର ଖେଳାଳିମାନେ ସବୁ ପ୍ରକାର ପ୍ରୟାସ କରିଥିଲେ। ହେଲେ ଖେଳାଳିପାଇଁ ଅଧିନାୟକ, କୋଚ୍‌ ଏବଂ ସାଥୀମାନଙ୍କ ବିଚାର ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଭଲ ଟିମ୍‌ ଏବଂ ନିଜକୁ ଭଲ ଖେଳାଳି ଭାବେ ପ୍ରସ୍ତୁତ କରିବାକୁ ବାଟ କଢ଼ାଏ। ଅନେକ ଖେଳାଳି ଭାରତକୁ ପ୍ରଥମ ଥର ପାଇଁ ଗସ୍ତ କରିଥିବା ବେଳେ ସେମାନେ ଅନେକ କିଛି ଶିଖିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଚ୍‌ ହେଡେନଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ,୧୧।୧୧: ପାକିସ୍ତାନ ଅଧିନାୟକ ତଥା ବ୍ୟାଟର ବାବର ଆଜାମ ପଦାର୍ପଣ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି...

କିଙ୍ଗ୍ସ ଇଲେଭେନ ଛାଡ଼ିଲେ ହେସନ: ଭାରତ କୋଚ୍‌ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୮।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ମାଇକ୍‌ ହେସନ ଗୁରୁବାର ଆଇପିଏଲ୍‌ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ୍‌ ପଦରୁ ଅବ୍ୟାହତି ନେଇଛନ୍ତି।...

ହସ୍ପିଟାଲରୁ ଛାଡ଼ ପାଇଲେ ପାରା-ତୀରନ୍ଦାଜ ଅଙ୍କିତ

ସୋନେପତ୍‌, ୨୪ା୧୦ (ପି.ଟି.)- କୋଭିଡ୍‌ ଟେଷ୍ଟରେ ପଜିଟିଭ ହୋଇଥିବା ପାରା-ତୀରନ୍ଦାଜ ଅଙ୍କିତ ହସ୍ପିଟାଲରୁ ମୁକ୍ତି ଲାଭ କରିଛନ୍ତି। ତେବେ ସେ ୧୦ ଦିନ ପାଇଁ ହୋମ୍‌...

କୋଚ୍‌ଙ୍କ ନକଲ କରୁଥିଲାବେଳେ ଧରାପଡିଲେ ଏହି ଖେଳାଳି

ଦୁବାଇ, ୧୯।୧୦: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ର ୧୩ତମ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରୁଛି। ୯ଟି ମ୍ୟାଚ୍‌ରୁ ୭ଟିରେ ବିଜୟ ହାସଲ କରି...

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...

୧୯ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌, ଧୋନୀ ଦେଲେ ସ୍ବତନ୍ତ୍ର ଉପହାର

ଆବୁଧାବି,୩।୧୦: ଆବୁଧାବିରେ ଚେନ୍ନାଇ ସୁପର କିଙ୍ଗ୍ସ (ଆରଆର ବନାମ ସିଏସକେ) ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜଶୱାଲ ଅର୍ଦ୍ଧଶତକ ହାସଲ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ରାଞ୍ଚତ୍ଠାରୁ ହାରିଲା ସମ୍ବଲପୁର

ଭୁବନେଶ୍ୱର, ୨୩।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ଶନିବାର ୨ୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ହକି ଷ୍ଟାଡିୟମରେ...

ଶ୍ରୀଲଙ୍କା କ୍ରିକେଟରଙ୍କ ଲାଗି ସମୟ ସୀମା ଜୁଲାଇ ୮

କଲମ୍ବୋ, ୬ା୭ (ପି.ଟି.)- ବିବାଦୀୟ ଜାତୀୟ ଚୁକ୍ତିରେ ତୁରନ୍ତ ସ୍ବାକ୍ଷର କରିବା ଲାଗି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏହାର କ୍ରିକେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ସମୟସୀମା...

Advertisement


Archives

Model This Week