ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ ନମ୍ବରୀ କାରବାର କରି ରାତାରାତି ସେ ବଡ଼ ହୋଇଛି। ଆଉ ଥୋକାଏ କହିଲେ, ପାପ ଅର୍ଜିତ ଧନ, ଗଲାବେଳେ ଯିବ ମୂଳ ସହିତ। ତା’ର ଅନୁଗତ ଲୋକ କହିଲେ, ଜୀବନତମାମ କଠିନ ପରିଶ୍ରମକରି ଏହି ବିଶାଳ ସାମ୍ରାଜ୍ୟ ତିଆରି କରିଛି।
କାହାକୁ ଟଙ୍କାଟିଏ ଦେଉ ନ ଥିବା ଲୋକ ଶେଷରେ ସାମାଜିକ ସେବା ଲାଗି ତା’ର ଅର୍ଥ ଭଣ୍ଡାର ଖୋଲିଦେଲା। ସମସ୍ତଙ୍କୁ ସହାୟତା କଲା। ତଥାପି ଲୋକ ମନରେ ସଂଶୟ ସୃଷ୍ଟିହେଲା ଲୋକଟି କିଛି ଅଭିସନ୍ଧି ରଖି ଏଇ କାମ କରୁଛି କି ! ହୁଏତ ଆଗକୁ ରାଜନୀତି କରିବ ଓ ପୁଣି ଲୋକଙ୍କ ଅର୍ଥ ଶୋଷିବ। କିନ୍ତୁ ସେମିତି ଛଳନା ଏବେ ତା’ ପାଖରେ ନ ଥିଲା।
ଥିଲା ସମର୍ପଣ ଓ ସେବା ଭାବ। ଲୋକେ ନେଲେ ସବୁ, କିନ୍ତୁ ଗ୍ରହଣ କଲେନି ତାକୁ। ଠିକ୍‌ ତା’ର ପୁଅ ପରି। ଯେଉଁ ପୁଅ ପାଇଁ ବିପୁଳ ସମ୍ପତ୍ତି ଅର୍ଜିଲା ସେ ଗୋଟେ ନଷ୍ଟ ଚରିତ୍ର ଭାବେ ଉଭାହେଲା। ପଇସା ଲାଗି ବାପାମାଆ ଉପରେ ଜୁଲୁମ କଲା । ସେଥିପାଇଁ ବାପାର ମନ ପରିବର୍ତ୍ତନ ହେଲା। ମନରେ ପ୍ରଶ୍ନ ହେଲା କାହା ପାଇଁ ଏଇ ସମ୍ପତ୍ତି ଓ ଅର୍ଥ ଯୋଗାଡ଼? ପୁଅର ଭାଗକୁ ଆହୁରି ବଳକା ଛାଡ଼ି ବାକି ଧନ ଜନସେବାରେ ଲଗାଇବାକୁ ଦୁହେଁ ମନ ବଳାଇଲେ।
ଏଇ ବାସ୍ତବ ସତ୍ୟ କିନ୍ତୁ ଲୋକଙ୍କ ନିକଟରେ ଶେଷ ପର୍ଯ୍ୟନ୍ତ ଗ୍ରହଣୀୟ ହୋଇ ନ ଥିଲା।
କାରଣ ସେ ଯେମିତି ମିଥ୍ୟାଶ୍ରୟୀ ହୋଇ ଜୀବନତମାମ କାରବାର କରୁଥିଲା, ବାହାର ଦୁନିଆ ବି ଇତିମଧ୍ୟରେ ଫେକ୍‌ ହୋଇସାରିଥିଲା।
ତେଣୁ ବିଶ୍ୱାସ କେଉଁଠି ହଜିଯାଇଥିଲା। ଆସ୍ଥା ଏକ ଛଳନା ହୋଇ ପଡ଼ିଥିଲା। ଠିକ୍‌ ଏମିତି ଏକ ଦୁନିଆରେ ଆମେ ବଞ୍ଚୁଛୁ ଏବେ । କେବେ କେବେ ଲାଗେ ଆମେ ଏମିତି ଏକ ସମୟରେ ବଞ୍ଚୁଛୁ ଯେଉଁଠାରେ ମୁହଁ ଅଛି, କିନ୍ତୁ ମୁଖା ପରିହିତ ମୁହଁ।
ଚାରିପାଖରେ ଲୋକଙ୍କର ପ୍ରବଳ ଭିଡ଼, ତଥାପି ବାସ୍ତବ ମଣିଷର ଅଭାବ। ଏମିତିରେ ସମୟ ଆମକୁ ପ୍ରଶ୍ନକରେ ନିରୋଳାରେ ସତରେ ଆମେ ବଞ୍ଚିଛୁ ନା କେବଳ ଜୀବନ୍ତ ଅଭିନୟ କରୁଛୁ? ଏହାର ଠିକ୍‌ ଉତ୍ତର ନିଶ୍ଚିତ ରହିଛି ଆପଣମାନଙ୍କଠାରେ।
ପୃଥିବୀ ଯେତେ ଆଧୁନିକ ହେଉଛି, ମଣିଷ ସେତେ ନିଜଠାରୁ ଦୂରେଇଯାଉଛି। ପ୍ରଯୁକ୍ତି ବିଦ୍ୟା ଦୂରତା କମାଇଛି। ଆଜି ଆଙ୍ଗୁଠିର ଗୋଟିଏ ସ୍ପର୍ଶରେ ଆମେ ପୃଥିବୀର ଯେକୌଣସି କୋଣରେ ପହଞ୍ଚିପାରୁଛୁ ସତ, ଅଥଚ ପାଖ ଘରେ ଥିବା ମଣିଷର ମନକୁ ପହଞ୍ଚିବା କଷ୍ଟକର ହେଉଛି। ଏହା ହେଉଛି ଆଧୁନିକତାର ଏକ ବିଡ଼ମ୍ବନା। ଆଜିର ଦୁନିଆରେ ସବୁକିଛି ଦେଖାଇବାର ପ୍ରତିଯୋଗିତା। କିଏ କେତେ ସୁଖୀ, କିଏ କେତେ ସଫଳ, କିଏ କେତେ ଲୋକପ୍ରିୟ ତାହାର ପ୍ରଦର୍ଶନ ଚାଲିଛି ନିରନ୍ତର ଶଠ ଉପାୟରେ। ସୋସିଆଲ ମିଡିଆ ଏକ ବିଶାଳ ରଙ୍ଗମଞ୍ଚ ପାଲଟିଛି।
ପ୍ରତ୍ୟେକ ମଣିଷ ପାଲଟିଛନ୍ତି ଅଭିନେତା ା କେହି ନିଜର ଅସଲ ଚେହେରା ଦେଖାଇବାକୁ ଚାହାନ୍ତି ନାହିଁ। ଲୁହ ଲୁଚିଯାଏ ରିଲ୍‌ ତଳେ। ଏକଲାପଣ ହଜିଯାଏ ଲାଇକ୍‌ର ଭିଡ଼ରେ। ଆମ ପାଖରେ ସ୍ମାର୍ଟଫୋନ୍‌, ସୋସିଆଲ ମିଡିଆ, ଚମକଦାର ଜୀବନଶୈଳୀ, ହଜାର ହଜାର ବନ୍ଧୁ ଏବଂ ଅସଂଖ୍ୟ ଫଲୋଅର। ହେଲେ ହୃଦୟର ଭିତରେ ଅସୀମ ଶୂନ୍ୟତା। ବାହାରେ ହସର ଛଳନା, ଭିତରେ ଅବ୍ୟକ୍ତ ଯନ୍ତ୍ରଣା। ନକଲି ଦୁନିଆ କେବଳ ସୋସିଆଲ ମିଡିଆରେ ସୀମିତ ନୁହେଁ। ରାଜନୀତିରେ ମିଥ୍ୟା ପ୍ରତିଶ୍ରୁତି, ବ୍ୟବସାୟରେ ଛଳନା, ସମ୍ପର୍କରେ ସ୍ବାର୍ଥପରତା ସବୁକିଛି ଏହାର ଅଂଶ ହୋଇସାରିଛି।
ଏକଦା ଗାଁର ଚାନ୍ଦିନୀରେ, ଘରର ଅଗଣାରେ କିମ୍ବା ଗଛ ଛାୟାରେ ବସି ଲୋକମାନେ ହୃଦୟର କଥା କହୁଥିଲେ। ସମ୍ପର୍କର ମୂଲ୍ୟକୁ ଭାବନାରେ ମପାଯାଉଥିଲା। ସେହି ସମ୍ପର୍କର ସ୍ଥାନ ନେଇଛି କେବଳ ଔପଚାରିକତା। ସମ୍ପର୍କକୁ ଲୋକେ ଲାଇକ୍‌ ଓ କମେଣ୍ଟରେ ଖୋଜୁଛନ୍ତି ା ଖୁସିରେ ଓ ଶୋକରେ ଲାଇକ୍‌ର ଜୁଆର। ଅର୍ଥହୀନ କମେଣ୍ଟ ପ୍ରବଳ।
ହୃଦୟରୁ ହୃଦୟକୁ ଯିବା ବାଟଟି ଯେପରି ବନ୍ଦ ହୋଇଯାଉଛି। ଆଜି ଆମେ ନିଜକୁ ଚିହ୍ନିବା ପରିବର୍ତ୍ତେ ଅନ୍ୟଙ୍କୁ ପ୍ରଭାବିତ କରିବାରେ ବ୍ୟସ୍ତ। ଆମେ ଯାହା ନୁହଁ, ତାହା ହେବାକୁ ଚେଷ୍ଟା କରୁଛୁ। ଯାହା ଅଛି ତାକୁ ହରେଇ ଦେଉଛୁ ା ଫଳରେ ଆମର ଅସଲ ପରିଚୟ ହଜିଯାଉଛି। ଆମେ ନିଜ ଭିତରକୁ ଦେଖିବାକୁ ଭୟ କରୁଛୁ। ଯେହେତୁ ସେଠାରେ ଅନେକ ଅପୂର୍ଣ୍ଣତା, ଅନେକ ପ୍ରଶ୍ନ, ଅନେକ ଏକାକୀପଣ ଲୁଚି ରହିଛି, ସେଥିପାଇଁ ଆମର ଅସଲ ଅସ୍ତିତ୍ୱ ଏକ ନକଲି ପରିଚୟ ତଳେ ଚାପିହୋଇଯାଉଛି। ନକଲି ଦୁନିଆର ସବୁଠାରୁ ବଡ଼ କ୍ଷତି ହେଲା ସେ କୌଶଳରେ ଆମର ସମ୍ବେଦନଶୀଳତାକୁ ଚୋରି କରିନେଉଛି। ଅନ୍ୟର ଦୁଃଖ ଆମକୁ ଆଉ ବିଚଳିତ କରୁନାହିଁ। ମାନବିକତା ମରିଯାଇଛି। ମଣିଷପଣିଆ ଏବେ ଅନୁଭବର କଥା ନୁହେଁ। ଏଠାରେ ଗ୍ରୀକ୍‌ ଦାର୍ଶନିକ ଡାୟୋଜେନିସ୍‌ଙ୍କ କଥା ମନେପଡ଼େ। ଦିନବେଳେ ଦୀପ ଧରି ମଣିଷ ଖୋଜୁଥିଲେ ସେ କାଳେ । ଆଜି ତାଙ୍କ ସେହି ଦୀପ ସାରା ପୃଥିବୀ ପାଇଁ ଏକ ପ୍ରତୀକ ଭଳି ମନେହେଉଛି। ଆମେ ମଧ୍ୟ ଦୀପ ହାତରେ ନେଇ ତାଙ୍କ ଭଳି ମଣିଷ ଖୋଜୁଛୁ ; ଯାହାର କଥାରେ ସତ୍ୟତା ଥିବ, ଆଖିରେ ଦୟା ଥିବ, ହୃଦୟରେ ଭଲପାଇବା ଥିବ। ପଣେରୁ ଜଣେ ଖୋଜିବା ଭାରି କଷ୍ଟ ହେଉଛି। କାରଣ ମଣିଷ ଏବେ ଚରିତ୍ର ଅପେକ୍ଷା ଚେହେରାକୁ ଚିହ୍ନିଛୁ ଏବଂ ମାନବିକତା ଅପେକ୍ଷା ସମ୍ପତ୍ତିକୁ ସମ୍ମାନ ଦେଉଛି। ତଥାପି ସବୁକିଛି ଶେଷ ହୋଇଯାଇନାହିଁ। ଆଜି ମଧ୍ୟ କୋଟିକରେ ଗୋଟିଏ ହେଉ ପଛେ ମଣିଷ ଅଛନ୍ତି। ଅନ୍ଧାର ମଧ୍ୟରେ ଜଳୁଥିବା ଦୀପଶିଖାଟିଏ ପରି ଆଲୋକିତକରି ଚାଲିଛନ୍ତି। ସମାଜକୁ ବଦଳାଇବା ପାଇଁ ବଡ଼ ବଡ଼ ଭାଷଣର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ଅଭିଯାନ ଲୋଡ଼ାନାହିଁ। ଆବଶ୍ୟକ କେବଳ କିଛି ସତ୍ୟ କଥା, କିଛି ନିଷ୍କପଟ ସମ୍ପର୍କ ଏବଂ କିଛି ମାନବିକ କାର୍ଯ୍ୟ। ଅତଏବ ମଣିଷ ଖୋଜିବା ଅପେକ୍ଷା ନିଜେ ମଣିଷ ହେବା ଏଥର। ନିଜଠାରୁ ଆରମ୍ଭ କରିବା। ମଣିଷର ସବୁଠାରୁ ବଡ଼ ସମ୍ପଦ ହେଉଛି ବିଶ୍ୱାସ ଓ ଭଲପାଇବା। ତାକୁ ଜିତିବା ଚାଲ।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରାନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?