ପାର୍ଲର ଯିବା ପୂର୍ବରୁ…

 

ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ବ୍ୟୁଟି ପାର୍ଲର ଯିବା ପୂର୍ବରୁ ସତର୍କ ରୁହନ୍ତୁ…

ସବୁବେଳେ ନିଜ ବଜେଟ ଅନୁସାରେ ହିଁ ବ୍ୟୁଟି ପାର୍ଲର ବାଛନ୍ତୁ। କିନ୍ତୁ ପାର୍ଲରର ହାଇଜିନ୍‌ ନେଇ ଆଦୌ ବୁଝାମଣା କରନ୍ତୁ ନାହିଁ, ନଚେତ୍‌ ସଂକ୍ରମଣ ହୋଇପାରେ।
ପାର୍ଲରରେ ପ୍ରଥମେ ବ୍ୟୁଟିସିଆନଜଣକ ନିଜେ ପରିଷ୍କାର ହୋଇଛନ୍ତି କି ନାହିଁ ଦେଖନ୍ତୁ। ସେ ନିଜେ ଅପରିଷ୍କାର ହୋଇଥିଲେ ତାଙ୍କ ପାଖରେ କୌଣସି ପ୍ରକାରର ଟ୍ରିଟମେଣ୍ଟ କରାନ୍ତୁ ନାହିଁ।
ଫେସିଆଲ କରାଇବା ପୂର୍ବରୁ ବୁଟିସିଆନଙ୍କୁ ସାବୁନରେ ହାତ ଧୋଇବା ପାଇଁ କୁହନ୍ତୁ।
ମେନିକିଓର କିମ୍ବା ପେଡିକିଓର କରାଉଥିଲେ ପାଦ ବୁଡାଇବା ନିମନ୍ତେ ପ୍ରସ୍ତୁତ ପାଣିକୁ ଆପଣଙ୍କ ସାମ୍ନାରେ କରିବା ପାଇଁ କୁହନ୍ତୁ। ଆଗରୁ ପ୍ରସ୍ତୁତ ହୋଇଥିବା ପାଣିକୁ ଆଦୌ ବ୍ୟବହାର କରନ୍ତୁ ନାହିଁ।
ସେହିପରି ୱାକ୍ସିଂ କରାଉଥିଲେ ସବୁବେଳେ ନୂଆ ଛୁରି ଏବଂ ନୂଆ କ୍ରିମ୍‌ ତିଆରି କରିବା ପାଇଁ କୁହନ୍ତୁ। କାହିଁକି ନା ଅନେକ ସମୟରେ ଲାଭ ପାଇଁ ପାର୍ଲରରେ ସେହି ଗୋଟିଏ ପାତ୍ରରେ ପୂର୍ବରୁ ଛୁରି ବୁଡାଇ ରଖିଥାନ୍ତି, ଯାହାକି ଇନଫେକସନ୍‌ ସୃଷ୍ଟି କରିଥାଏ।
ପାର୍ଲରରେ ଥିବା ଟାୱେଲକୁ ବାରମ୍ବାର ଧୋଇ ସମସ୍ତଙ୍କ ପାଇଁ ବ୍ୟବହାର କରାଯାଏ। ତେଣୁ ଆପଣ ଡିସପୋଜେବଲ୍‌ ଟିସୁ ବ୍ୟବହାର କରିବା ଉପରେ ଅଧିକ ଜୋର ଦିଅନ୍ତୁ।
ଯଦି କୌଣସି ଛୋଟ ପାର୍ଲରକୁ ନିଜ ବଜେଟ୍‌ ହିସାବରେ ଯାଉଛନ୍ତି, ତେବେ ସେଠାକୁ ନିଜର ଟାୱେଲ ଓ ଗାଉନ୍‌ ସାଙ୍ଗରେ ନେଇ ଯାଆନ୍ତୁ।
ଟାଟୁ ତିଆରି କରିବା ସମୟରେ ଖୁବ୍‌ ସାବଧାନ ରୁହନ୍ତୁ। ସବୁବେଳେ ଡିସପୋଜେବଲ ସିରିଞ୍ଚ ବ୍ୟବହାର କରନ୍ତୁ, ନଚେତ୍‌ ତାହା ବହୁତ କ୍ଷତିକାରକ ହୋଇପାରେ।
ନିଜ ତ୍ୱଚାର ପ୍ରକାର ଅନୁସାରେ ଭଲ ବ୍ରାଣ୍ଡର କସମେଟିକ୍‌ ପ୍ରଡକ୍ଟ ବ୍ୟବହାର କରନ୍ତୁ। ବିଭିନ୍ନ ପ୍ରକାର ବ୍ରାଣ୍ଡର ପ୍ରଡକ୍ଟକୁ ତ୍ୱଚାରେ ପରୀକ୍ଷା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri