Posted inଖେଳ

ଓ୍ବାଙ୍ଖଡେର ମାହୋଲକୁ ବେକ୍‌ହାମଙ୍କ ପ୍ରଶଂସା, ବିରାଟଙ୍କ ଲୋକପ୍ରିୟତା ଦେଖି ବିମୋହିତ

ମୁମ୍ବାଇ,୧୬ା୧୧(ପି.ଟି.) ଇଂଲଣ୍ଡ ଫୁଟ୍‌ବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌ କରାଯାଇଛି। ଏହି ଭିଡିଓରେ ସେ ଓ୍ବାଙ୍ଖଡେ ଷ୍ଟାଡିୟମର ଦର୍ଶକଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଓ୍ବାଙ୍ଖଡେର ଦର୍ଶକୀୟ ଅନୁଭୂତିକୁ ସେ ଅନନ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ମ୍ୟାଚ ଦେଖିବା ପୂର୍ବରୁ କେବଳ ଫୁଟ୍‌ବଲରେ ଦର୍ଶକଙ୍କ ଏଭଳି ରୂପ ଦେଖିଥିଲି। ତେବେ ଏହି ମ୍ୟାଚ ଦେଖିବା ପରେ ମୁଁ ବର୍ତ୍ତମାନ ଦ୍ୱନ୍ଦ୍ୱରେ ରହିଛି ବୋଲି ବେକ୍‌ହାମ ଭିଡିଓରେ କହିଛନ୍ତି।

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହିତ ଗ୍ରାଉଣ୍ଡରେ ପ୍ରବେଶ କରିବା ସମୟରେ ଦର୍ଶକ ଯେଉଁଭଳି ଚିୟର କରୁଥିଲେ ତାହା ଫୁଟବଲ ମ୍ୟାଚକୁ ମଧ୍ୟ ପଛରେ ଛାଡିଦେବା ଭଳି ଥିଲା। ଓ୍ବାଙ୍ଖଡେର ଏହି ମାହୋଲ ତାଙ୍କ ପାଇଁ ଲୋମଟାଙ୍କୁରା ମୁହୂର୍ତ୍ତ ଥିଲା ବୋଲି ମାଞ୍ଚେଷ୍ଟର ୟୁନାଇଟେଡ ଓ ରିୟଲ ମାଡ୍ରିଡ୍‌ର ପୂର୍ବତନ ତାରକା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁନିସେଫ୍‌ର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବରେ ଭାରତ ଗସ୍ତରେ ରହିଛନ୍ତି ଡେଭିଡ୍‌ ବେକ୍‌ହାମ୍‌। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲି ଐତିହାସିକ ୫୦ ତମ ଶତକ ହାସଲ କରିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ଲୋକପ୍ରିୟତା ଦେଖି ବିମୋହିତ ହୋଇଥିଲେ ବେକ୍‌ହାମ୍‌।

ପ୍ରଥମ ଇନିଂସରେ କୋହଲିଙ୍କ ବ୍ୟାଟିଂ ଦେଖିବା ପରେ ସେ ଏକ ଐତିହାସିକ ମୁହୂର୍ତ୍ତ ଉପଭୋଗ କରିବାର ସୁଯୋଗ ପାଇଲେ ବୋଲି କହିଥିଲେ। ଯଦିଓ ମୁଁ ସଚିନଙ୍କ ସହିତ ଅଧିକ ସମୟ ବିତେଇଥିଲି ତେବେ କୋହଲିଙ୍କ ବ୍ୟାଟିଂ ଷ୍ଟାଡିୟମରେ ଏକ ଭିନ୍ନ ମାହୋଲ ତିଆର କରିଥିଲା ବୋଲି ବେକ୍‌ହାମ ମ୍ୟାଚ୍‌ ପରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

ପୁଣି ଚର୍ଚ୍ଚାକୁ ଆସିଲେ ବୈଭବ ସୂର୍ଯ୍ୟବଂଶୀ, ପୂର୍ବତନ କ୍ରିକେଟରଙ୍କ ମନ୍ତବ୍ୟରେ ଉଠିଲା ଝଡ଼, ଏଥର…

ନୂଆଦିଲ୍ଲୀ,୫।୮: ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ଏଥର ତାଙ୍କ ପ୍ରଦର୍ଶନ ଅପେକ୍ଷା ଅନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁକୁ ନେଇ ଅଧିକ ଚର୍ଚ୍ଚା…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri