ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ ପଡ଼ିଥିଲା ମହାତ୍ମାଙ୍କ ପାଦ। ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରି ବାପୁ ଯାଇଥିଲେ ଢେଙ୍କାନାଳ ଅଭିମୁଖେ। ସେହି ଘଟଣାକୁ ଚିର ସ୍ମରଣୀୟ କରିବାକୁ ଗାନ୍ଧୀ ମାର୍ଗ ପାର୍ଶ୍ୱରେ ଗାନ୍ଧୀ ଭବନଟିଏ ପାଇଁ ଦୀର୍ଘ ୭ ବର୍ଷ ହେଲା ହେଉଛି ଦାବି। ୨୦୧୪ରେ ସଂଗ୍ରାମୀ ଦୋଳ ଗୋବିନ୍ଦ ପ୍ରଧାନ ଉଠାଇଥିବା ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇ ଆସିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି। ପ୍ରଶାସନକୁ ବାରମ୍ବାର ଅନୁରୋଧ, ସତ୍ୟାଗ୍ରହ ଯାଏ ଯାଇଥିଲେ ମଧ୍ୟ ଏଯାଏ ମିଳିନି ଜାଗା।
୧୯୩୪ରେ ଝାରସୁଗୁଡ଼ାରୁ କଟକ ଯିବା ରାସ୍ତାରେ ଅନୁଗୋଳର ବାମୁରଠାରେ ମେ ୬ ତାରିଖରେ ଅଟକିଥିଲେ ମହାତ୍ମା। ସେଠାରେ ରାତ୍ରି ଯାପନ ପରେ ୭ ତାରିଖରେ ପହଞ୍ଚିଥିଲେ ରାଣୀଗୁଡ଼ା ଆମ୍ବତୋଟା ତଥା ବର୍ତ୍ତମାନର ଗାନ୍ଧୀମାର୍ଗ ନିକଟ ଶିମିଳିପଡ଼ାଠାରେ। ଅସଂଖ୍ୟ ଜନସମାଗମ ଦେଖି ସେଠାକାର ସାଧାରଣ ସଭାରେ ଉଦ୍‌ବୋଧନ ରଖିଥିଲେ ଗାନ୍ଧିଜୀ। ଉଚ୍ଚ-ନୀଚ ଭେଦଭାବ ଦୂର କରିବା ସହ ସମାଜକୁ ନିଶାମୁକ୍ତ ନିମନ୍ତେ ସେ ଆହ୍ବାନ ଦେଇଥିଲେ। ଖଦି ଓ କୁଟୀର ଶିଳ୍ପ କରି ଆତ୍ମନିର୍ଭର ହେବାକୁ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଅନୁଗୋଳରୁ ବଅଁରପାଳ ଦେଇ ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଥିଲେ। ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ତଥା ବର୍ତ୍ତମାନର ଶିମିଳିପଡ଼ା ଦେଇ ଗାନ୍ଧୀ ଯାଇଥିବା ରାସ୍ତାକୁ ପ୍ରଶାସନ ଗାନ୍ଧୀ ମାର୍ଗ ଭାବେ ନାମିତ କରିଛି। ସେଠାରେ ଫଳକ ଲଗାଇଛି। କିନ୍ତୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୋଜନାରେ ଅଟକିଯାଇଛି। ତେବେ ୨୦୧୪ରେ ବାଜି ରାଉତ ଛାତ୍ରାବାସ ଆସିଥିବା ସଂଗ୍ରାମୀ ଦୋଳ ଗୋବିନ୍ଦ ପ୍ରଧାନ ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାନ୍ଧୀ ଭବନ ନିର୍ମାଣ ନିମନ୍ତେ ଏକ ପ୍ରସ୍ତାବ ଦେଇଥିଲେ। ଏହାପରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ତତ୍କାଳୀନ ନଗରପାଳ ଅକ୍ଷୟ ସାମନ୍ତଙ୍କ ନିକଟରେ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଗାନ୍ଧୀମାର୍ଗ ଠାରେ ଜାଗା ମିଳିବ ବୋଲି ସେତେବେଳେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଦୀର୍ଘବର୍ଷ ପରେ ଆଇନଗତ ପ୍ରକ୍ରିୟା ପାଳନ କରା ନ ଯାଇ ଗାନ୍ଧୀ ମାର୍ଗର ଏକ ସ୍ଥାନରେ ଗାନ୍ଧୀ ଭବନ ଫଳକ ମାରିଦିଆଯାଇଥିଲା। ଭବନ ନିର୍ମାଣ ପାଇଁ ସର୍ବୋଦୟ ନେତ୍ରୀ ବାରମ୍ବାର ଜିଲା ପ୍ରଶାସନକୁ ଅନୁରୋଧ ରଖିଥିଲେ। କିଛିଦିନ ତଳେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଓ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ପରିବର୍ତ୍ତେ ଫଳକ ହଟାଯାଇ ଉକ୍ତ ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯିବା ଗାନ୍ଧୀପ୍ରେମୀଙ୍କୁ ଚକିତ କରିଥିଲା। ଏହାର ପ୍ରତିବାଦରେ ଗାନ୍ଧୀ ସ୍ମାରକୀ ନିଧି ପକ୍ଷରୁ ସର୍ବୋଦୟ ନେତ୍ରୀ ଗାନ୍ଧୀ ଜୟନ୍ତୀରୁ ସତ୍ୟାଗ୍ରହରେ ବସିଥିଲେ। ତେବେ ତୃତୀୟ ଦିନରେ ପ୍ରଶାସନ ଗାନ୍ଧୀ ସ୍ମୃତି ଓ ଗାନ୍ଧୀ ଭବନ ନିର୍ମାଣ ପାଇଁ ହେଉଥିବା ଦାବିର ଉଦ୍ଦେଶ୍ୟ ବୁଝିପାରିଛି ବୋଲି ଗାନ୍ଧୀପ୍ରେମୀମାନେ ପ୍ରକାଶ କରିଛନ୍ତି।
ମତ ବଦଳିବା ବିବ୍ରତ କରାଇଥିଲା
ଗାନ୍ଧୀ ଭବନ ନିର୍ମାଣ ପାଇଁ ୭ ବର୍ଷ ହେଲା ଦାବି କରାଯାଉଥିଲା। ଏଥିପାଇଁ ପୌରପାଳିକା ପକ୍ଷରୁ ଏକ ଜାଗା ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରଶାସନ ମତ ପରିବର୍ତ୍ତନ କରି ଉକ୍ତ ଜାଗାରୁ ଗାନ୍ଧୀ ଭବନ ଫଳକ ହଟାଇ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ କରିବା ଘଟଣା ଅତ୍ୟନ୍ତ ବିବ୍ରତ କରିଦେଇଥିଲା। ଏହାର ପ୍ରତିବାଦରେ ସତ୍ୟାଗ୍ରହ ଆରମ୍ଭ କରାଯାଇଥିଲା।
-କୃଷ୍ଣା ମହାନ୍ତି, ସର୍ବୋଦୟ ନେତ୍ରୀ
ଚଳିତ ସପ୍ତାହରେ ମାପଚୁପ
ଗାନ୍ଧୀମାର୍ଗର ଉନ୍ନତୀକରଣ ନିମନ୍ତେ ବହୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କୋଭିଡ୍‌ କାରଣରୁ ଏହା ବିଳମ୍ବିତ ହୋଇଚାଲିଛି। ତେବେ ଉକ୍ତ କାର୍ଯ୍ୟ ଆରମ୍ଭ ପୂର୍ବରୁ ଚଳିତ ସପ୍ତାହରେ ମାପଚୁପ ଆରମ୍ଭ ହେବ। ଜବରଦଖଲ ଉଚ୍ଛେଦ ପରେ ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଅନୁଗୋଳ ଜିଲା ସହ ଗାନ୍ଧୀଙ୍କ ସ୍ମୃତିକୁ ସ୍ମରଣୀୟ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ନିର୍ଦ୍ଦିଷ୍ଟ ସମୟରେ ଶେଷ ହେଉ
ଗାନ୍ଧୀ ଭବନ ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବା ଆବଶ୍ୟକ। ଗାନ୍ଧୀଙ୍କ ନୀତି ଆଦର୍ଶ ସହ ଜଡ଼ିତ ପ୍ରତିଟି କାର୍ଯ୍ୟକ୍ରମ କିପରି ସେଠାରେ ହୋଇପାରିବ, ସେ ନେଇ ବ୍ୟବସ୍ଥା ରଖାଯାଉ। ଜିଲା ପ୍ରଶାସନ ଏହାର ପରିଚାଳନା କରୁ। ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ କର୍ପୋରେଟ୍‌ ସଂସ୍ଥାକୁ ପ୍ରଦାନ କରାଯିବା ଦରକାର।
-ଭୂପେଶ ଚନ୍ଦ୍ର ପ୍ରଧାନ, ଜିଲା ସଂସ୍କୃତି ପରିଷଦ ସଦସ୍ୟ
ସ୍ମୃତି ଚିହ୍ନ ହୋଇ ରହୁ
ଅନୁଗୋଳ ସହରସ୍ଥିତ ଗାନ୍ଧୀ ମାର୍ଗରେ ଏହି ଗାନ୍ଧୀ ଭବନ ନିର୍ମାଣ କରାଯାଉ। ଏହାକୁ ପ୍ରଶାସନ ପରିଚାଳନା କରୁ। ଏହା ଏଭଳି ହେବା ଆବଶ୍ୟକ, ଯେଉଁଥିରୁ ଲୋକମାନେ ଯୁଗ ଯୁଗ ଧରି ଗାନ୍ଧୀଙ୍କ ସ୍ମୃତି ସାଉଣ୍ଟି ପାରିବେ। ଗାନ୍ଧୀଙ୍କ ସହ ଅନୁଗୋଳର ସ୍ମୃତିକୁ ଲୋକ ଲୋଚନକୁ ଆଣିବାର ତୁରନ୍ତ ବ୍ୟବସ୍ଥା କରାଯାଉ।
-ଡ.ଇନ୍ଦିରା ଦାଶ, ବୁଦ୍ଧିଜୀବୀ
ବାଣୀ ଅଧ୍ୟୟନ ସୁଯୋଗ ରହୁ
ଗାନ୍ଧୀମାର୍ଗ ଏକ ଐତିହାସିକ ରାସ୍ତା ହୋଇଥିବାରୁ ସେଠାରେ ଗାନ୍ଧୀ ଭବନ ନିର୍ମାଣ କରାଯାଉ। ଉକ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ଶୀଘ୍ର ଶେଷହେଉ। ଗାନ୍ଧୀ ଭବନରେ ପାଦ ଦେଉଥିବା ଲୋକ ଯେପରି ଗାନ୍ଧୀଙ୍କ ବାଣୀ ଅଧ୍ୟୟନ କରିପାରୁଥିବେ ସେଭଳି ସୁଯୋଗ ଏଠାରେ ବ୍ୟବସ୍ଥା କରାଯାଉ।
-ପ୍ରଫେସର ଶାନ୍ତନୁ କୁମାର ସର, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri