ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି ପ୍ରଶ୍ନଟି ଆପଣ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬.୫ଲକ୍ଷରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଟିକିଏ ଅବହେଳା ଅତ୍ୟନ୍ତ ମହଙ୍ଗା ପଡ଼ିପାରେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…


ମାସ୍କ ହେଉ କି ହେଲ୍‌ମେଟ ଆପଣଙ୍କୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାକୁ ନିଶ୍ଚିତ ରୋକିପାରେ। ମାତ୍ର ଯେତେବେଳେ ଦରକାର ପଡ଼େ ଆପଣଙ୍କ(ବନ୍ଧୁ, ସହକର୍ମୀ କିମ୍ବା ପରିବାର ସଦସ୍ୟ) ଆପଣ ଚଳାଉଥିବା ଦୁଇ ଚକିଆ ଯାନ ବ୍ୟବହାର କରିବାକୁ ମାଗିଥାନ୍ତି। ଏକ ଛୋଟ ଉଦାହରଣ, ଯଦି ଆପଣଙ୍କ ବନ୍ଧୁ ଅସୁବିଧାରେ ପଡ଼ି କିଛି ସମୟ ପାଇଁ ବାଇକ୍‌ କିମ୍ବା ସ୍କୁଟର ମାଗନ୍ତି ତେବେ ଆପଣ ମନା କରିପାରିନ୍ତିନି। ତାଙ୍କୁ ଦେଇଥାନ୍ତି। ଏହି ସମୟରେ ଆପଣଙ୍କୁ ହେଲମେଟ୍‌ ମଧ୍ୟ ଦେବାକୁ ପଡ଼ିବ।

ତେବେ ବର୍ତ୍ତମାନ ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଉ ଏହି ପରିସ୍ଥିତିରେ ଆପଣ ହେଲମେଟ୍‌ ଅନ୍ୟ ଜଣକୁ ଦେବା ବିପଜ୍ଜନକ ନୁହେଁ କି? କାରଣ ଆପଣ ଜାଣି ନାହାନ୍ତି କି ସାମ୍ନାରେ ଥିବା ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ। ଅର୍ଥାତ୍‌ ସେହି ବ୍ୟକ୍ତି ମଧ୍ୟ ଜାଣିନାହାନ୍ତି ଆପଣ ସଂକ୍ରମିତ ହୋଇଛନ୍ତି କି ନାହିଁ? ତେଣୁ କରୋନା ସମୟରେ କାହାଠାରୁ ହେଲ୍‌ମେଟ୍‌ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ। ଫଳରେ ଆପଣ ନିଜେ ସୁରକ୍ଷିତ ରହିବା ସହ ପରିବାର ସଦସ୍ୟମାନେ ମଧ୍ୟ ସୁରକ୍ଷିତ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡୁ ମାରି ଦିନକୁ ଦେଢ଼ ଲକ୍ଷ ରୋଜଗାର କରନ୍ତି ଏହି ଯୁବତୀ, କାରଣ ଜାଣିଲେ…

ଆଜିର ସମୟରେ ଅନେକ ଶିକ୍ଷିତ ଯୁବତୀ ଯୁବକ ବେକାର ବୁଲୁଛନ୍ତି। କାରଣ ଦୁନିଆରେ କାମର ଅଭାବ।ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ ବି କରୁଛନ୍ତି।...

୭୭ ବର୍ଷ ବୟସରେ ଦେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଜୟପୁର: ବୟସ ଯେ କେବଳ ଏକ ସଂଖ୍ୟା ଏହା ପ୍ରମାଣିତ କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ। ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣକ ଦ୍ୱାଦଶ...

୧୬୦ ବର୍ଷ ପରେ ଶୁଭ ସଂଯୋଗ: ମଳମାସରେ ଏହି କାମ କଲେ ଭଗବାନ ବିଷ୍ଣୁ ହୋଇଥାନ୍ତି ପ୍ରସନ୍ନ

ହିନ୍ଦୁ ଧର୍ମରେ ମଳମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬୦ ବର୍ଷ ପରେ ଏବେ ଶୁଭ ସଂଯୋଗ ଘଟିଛି। ଏଥର ମଳମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ...

ସୁନ୍ଦରାଚଳ…

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ରଥରେ ଚଢ଼ି ଜନ୍ମବେଦିକୁ ଯାଆନ୍ତି ଠାକୁରେ। ଆଗରେ ତାଳଧ୍ୱଜ ରଥରେ ଚାଲନ୍ତି ଦାରୁଦିଅଁଙ୍କ ଶ୍ରବଣଶକ୍ତି ଅଗ୍ରଜ ଶ୍ରୀବଳଭଦ୍ର, ତାଙ୍କ ପଛକୁ ଇଚ୍ଛାଶକ୍ତି...

ଗଛ ପାଲଟୁଛି ଆସବାବ

କିଏ ଗଛ ଲଗାଏ ଫଳ ଖାଇବା ପାଇଁ। ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ। ତେବେ ଗ୍ୟାଭିନ୍‌ ମୁନ୍‌ରୋ ଏବଂ ଆଲାଇସ୍‌...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ପାକିସ୍ତାନରେ ରହିଛି ଏକ ଅଜବ ନିୟମ, ଯାହା ଆଗରୁ କେବେ ଶୁଣି ନ ଥିବେ

ପ୍ରତ୍ୟେକ ଦେଶରେ ଅନେକ ନିୟମ ରହିଛି। ସେଥିମଧ୍ୟରୁ କିଛି ଅଜବ ନିୟମ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନେକ ଅଜବ...

କେଶ ରହିବ କଳା

କେଶ ଅଳ୍ପ ବୟସରେ ଧଳା ହେବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ସମସ୍ୟା ପାଲଟିଛି; ଯାହାକୁ ରୋକିବା ଲାଗି ଅନେକେ ବିଭିନ୍ନ ରାସାୟନିକଯୁକ୍ତ କୃତ୍ରିମ କଲର୍‌...

Advertisement
Archives

Model This Week