Posted inଖେଳ

ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୧୯।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ ନେଇ ଘୋଷଣା କରିଥିଲେ। ଦେଶ ପାଇଁ ୩ଟି ଆଇସିସି ଟ୍ରଫି ଜିତିଥିବା ଧୋନୀଙ୍କ ଏହି ନିଷ୍ପତ୍ତିକୁ ତାଙ୍କର କୋଟି କୋଟି ପ୍ରଶଂସକ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପରି ଧୋନୀ ମଧ୍ୟ ପଡ଼ିଆରୁ ଅବସର ନିଅନ୍ତୁ ବୋଲି ଅନେକ ମତ ରଖିଥିଲେ। ଧୋନୀଙ୍କୁ ମଧ୍ୟ ବିଦାୟୀ ମ୍ୟାଚ୍‌ ଖେଳିବାରୁ ସୁଯୋଗ ଦିଆଯାଉ ବୋଲି ଚାରିଆଡ଼ୁ ସ୍ବର ଉଠିଛି। ଏପରିକି ବହୁ ପୂର୍ବତନ କ୍ରିକେଟର୍‌ ଧୋନୀଙ୍କ ପାର୍ଇ ବିଦାୟୀ ମ୍ୟାଚ୍‌ ସପକ୍ଷରେ ରହିଛନ୍ତି।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିବା ନେଇ ଚିନ୍ତା କରୁଛି। ବିସିସିଆଇର ଜୈନିକ ଅଧିକାରୀ କହିଛନ୍ତି, ‘ଆଗାମୀ ଆଇପିଏଲ୍‌ ସମୟରେ ଏନେଇ ଧୋନୀଙ୍କ ସହ ଆଲୋଚନା କରାଯିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ। ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ସିରିଜ ନାହିଁ। ଆଇପିଏଲ୍‌ ପରେ ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରାଯାଇପାରେ। ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିବା ସପକ୍ଷରେ ବୋର୍ଡ ମଧ୍ୟ ରହିଥିଲା। କିନ୍ତୁ ଧୋନୀ ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚକିତ କରିଦେଲେ। ଆଇପିଏଲ୍‌ ସମୟରେ ଏନେଇ ଧୋନୀଙ୍କ ସହ ଆଲୋଚନା କରାଯିବ। ଧୋନୀଙ୍କୁ ସମ୍ମାନିତ କରିବା ବିସିସିଆଇ ପାଇଁ ସମ୍ମାନର କଥା ହେବ’ ବୋଲି ଏହି ଅଧିକାରୀଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀ, ୨ ପିଲାଙ୍କୁ ଛାଡି ପ୍ରେମିକାଙ୍କ ହାତ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ମାତ୍ର ୨ ଦିନ ବାକି ଅଛି। ଏହି ସିରିଜରେ ଆୟୋଜକ ଦଳ ଅଷ୍ଟ୍ରେଲୀୟ...

ସିଏସ୍‌ଏ ଶ୍ରେଷ୍ଠ ପୁରସ୍କାର: ନର୍ଜେ, ମାରକ୍ରାମଙ୍କ ନାମ ସୁପାରିସ

ଜୋହାନ୍ସବର୍ଗ,୨୫।୫(ପି.ଟି.): କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଏନରିଚ୍‌ ନର୍ଜେ ଓ ବ୍ୟାଟ୍ସମ୍ୟାନ...

ଭାରତୀୟ ମହିଳା ସ୍କ୍ବାଶ୍‌ ଦଳକୁ ବ୍ରୋଞ୍ଜ

ହାଙ୍ଗଝୋ, ୩୦।୯ (ପି.ଟି.): ଏସିଆନ ଗେମ୍ସରେ ଭାରତୀୟ ମହିଳା ସ୍କ୍ବାଶ୍‌ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତେବେ ପୁରୁଷ ଦଳ ଫାଇନାଲରେ ପ୍ରବେଶ କରି...

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର...

ପ୍ରଥମ ଭାରତୀୟ ଭାବେ ରେକର୍ଡ କରିବାକୁ ଯାଉଛନ୍ତି ରୋହିତ

ଅହମ୍ମଦାବାଦ,୮।୨: ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍‌ ପଡ଼ିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୪...

ଏନ୍‌ବିଏ୍‌: ଦ୍ୱିତୀୟ ମ୍ୟାଚ୍‌ ବି ଜିତିଲା ଇଣ୍ଡିଆନା ପେସର୍ସ

ମୁମ୍ବାଇ,୬।୧୦(ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟବଲ ଲିଗ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ) ଭାରତରେ ପଦାର୍ପଣ କରିଥିବା ବେଳେ ଶନିବାର ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ...

ଆଜି ଭାରତ-ପାକିସ୍ତାନ ଲଢେଇ

ଢାକା,୬।୧୦: ମହିଳା ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବା...

କଳିଙ୍ଗରେ ଡ୍ରାଗ୍‌ଫ୍ଲିକ୍‌ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୨୯।୭ (ତପନ ସ୍ବାଇଁ): ଓଡ଼ିଶାରେ ହକିର ବିକାଶ ଲକ୍ଷ୍ୟରେ ଆଉ ଏକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି...

Advertisement
Archives

Model This Week