ସେତୁ ଶିଳାନ୍ୟାସକୁ ନେଇ ବିବାଦ ବରୁହାଁ-ବାଲିଚନ୍ଦ୍ରପୁର

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୨ା୧୨ (ଡି.ଏନ.ଏ./ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଲିଚଦ୍ରପୁର ପଞ୍ଚାୟତ ଅଧୀନ ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ରୁକୁଟିପାଟଠାରେ ବିରୂପା ନଦୀରେ ନିର୍ମାଣ ହେବାକୁ ଥିବା ସେତୁକୁ ନେଇ ବିବାଦ ଉପୁଜିଛି। ବୁଧବାର ପୂର୍ତ୍ତ ବିଭାଗ ତରଫରୁ ଏହି ସେତୁର ଶିଳାନ୍ୟାସ ବଡ଼ଚଣା ବିଧାୟକଙ୍କ ଦ୍ୱାରା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି। ମାତ୍ର ମଙ୍ଗଳବାର ସେତୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହାର ଶିଳାନ୍ୟାସ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଥିବା ଶିଳାନ୍ୟାସ ଉତ୍ସବରେ ବିଧାୟକଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି। କମିଟି ପକ୍ଷରୁ ଦର୍ଶାଯାଇଛି ଯେ, ଏହି ସେତୁ ନିର୍ମାଣରେ ବିଧାୟକଙ୍କ ସାମାନ୍ୟତମ ଭୂମିକା ନାହଁି। ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ଉଦ୍ୟମକ୍ରମେ ଏହି ସେତୁ ନିର୍ମାଣ ହେବାକୁ ଯାଉଛି।
୨୦୧୨ ସିଏଜି ରିପୋର୍ଟ ମୁତାବକ ବାଲିଚନ୍ଦ୍ରପୁର-ବରୁହାଁ ରାସ୍ତାର କେଲୁଅ, ଗେଙ୍ଗୁଟି ଓ ବିରୂପା ନଦୀରେ ୩ଟି ସେତୁ ପାଇଁ ପ୍ରସ୍ତାବ ରହିଥିଲା। ତେବେ ଏହି କାର୍ଯ୍ୟ ସମାପ୍ତ ସମୟରେ ବିରୂପା ସେତୁକୁ ଅଣଦେଖା କରାଯାଇଥିଲା। ଯେହେତୁ ବାଲିଚନ୍ଦ୍ରପୁରଠାରୁ ବରୁହାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା ତେଣୁ ବିରୂପା ନଦୀରେ ସେତୁ ନ ହେଲେ ହୀରକ ତ୍ରିଭୁଜ ଅନ୍ତର୍ଗତ ତିନି ବୌଦ୍ଧବିହାର ଓ ଅନ୍ୟ ଉପକୂଳ ଜିଲାକୁ ଗମନା ଗମନରେ ସମସ୍ୟା ଦେଖାଦେବ। ଫଳରେ ଏହି ପ୍ରକଳ୍ପ ତାର ମୂଳ ଲକ୍ଷ୍ୟରୁ ଦୂରେଇ ଯାଉଥିବା ସିଏଜି ଦର୍ଶାଇଥିଲେ। ସିଏଜିଙ୍କ ରିପୋର୍ଟକୁ ଆଧାର କରି ମହାପାତ୍ର ଏନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବହୁ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଏହି ସ୍ଥାନରେ ସେତୁର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ୨୦୧୮ ଶେଷ ଭାଗକୁ ଏହି ସେତୁ ପାଇଁ ମଞ୍ଜୁରୀ ମିଳିଥିବାବେଳେ ୨୦୨୧ ମସିହାରେ ଏହାର ଟେଣ୍ଡର କରାଯାଇଥିଲା। ଏଥି ନିମନ୍ତେ ନାବାର୍ଡ ସହାୟତାରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେତୁ ନିର୍ମାଣ ହେଲେ ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତା ପୂର୍ଣ୍ଣାଙ୍ଗ୍‌ ହେବା ସହ ଜିଲା ମୁଖ୍ୟାଳୟକୁ ଦୂରତା କମିଯିବ। ଏହି ଅଭିଯୋଗ କରି କମିଟି ପକ୍ଷରୁ ସେତୁ ନିର୍ମାଣ ସ୍ଥାନରେ ପୂଜାର୍ଚ୍ଚନା କରାଯାଇ ଶିଳାନ୍ୟାସ କରାଯାଇଛି। ଏଥିରେ କମିଟି ସଦସ୍ୟ ତଥା ପ୍ରାକ୍ତନ ଜିଲାପରିଷଦ ସଦସ୍ୟ ମାନଭଞ୍ଜନ ରାଉତରାୟ, ଧର୍ମରାଜ ମହାନ୍ତି, ହେମନ୍ତ ବିଶ୍ୱାଳ, ରବୀନ୍ଦ୍ର ରାଉତରାୟ, ଏକାଦଶୀ ସେଠୀ, ଦିଲୀପ ରାଉତରାୟ, ପ୍ରଭାତ ବେହେରା, କେଦାର ଦାସ, ଗୌରାଙ୍ଗ ସାହୁ, ସୁମନ୍ତ ଜେନା, ରମେଶ ଜେନା, ଗଣେଶ୍ୱର ଦାସ ଓ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ବଡ଼ଚଣା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରୋହିତ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି, ବୁଧବାର ବିଭାଗ ତରଫରୁ ଶିଳାନ୍ୟାସ ଉତ୍ସବ ହେବ। ମଙ୍ଗଳବାର ସେଠାରେ କେହି ପୂଜାର୍ଚ୍ଚନା କରି ଫଳକ ଲଗାଇଥିବା ଆମେ ଶୁଣିବାକୁ ପାଇଛୁ। ଅନ୍ୟପକ୍ଷରେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?