Posted inଜାତୀୟ

କରୋନା ଆକ୍ରାନ୍ତ ଜଣାପଡିବା ପରେ ଏମିତି ନିଷ୍ପତ୍ତି ନେଲେ ସମାଜବାଦୀ ପାର୍ଟି ନେତା

ବରେଲି,୩୦।୮: ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହା ଏକ ଦୁର୍ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଥିଲେ ହେଁ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। ସୂଚନାଯୋଗ୍ୟ, ଶନିବାର ସାରେ ରମଣ କୋବିଡ ୱାର୍ଡ଼ରୁ ବାହାରି ସିଧା ବରେଲି-ନୈନିତାଲ ରାଜପଥସ୍ଥିତ ଓଭରବ୍ରଜ ନିକଟକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ରମଣ ଚୌଧୁରୀ ସମାଜବାଦୀ ପାର୍ଟିର ବରେଲି ମହାନଗର ଅଧ୍ୟକ୍ଷ ଥିଲେ। କିଛିଦିନ ତଳେ ତାଙ୍କୁ ଜ୍ବର ହୋଇଥିଲା। ଔଷଧ ଖାଇବା ପରେ ମଧ୍ୟ ଜ୍ବର କମି ନ ଥିଲା। ଗତ ୨୫ ତାରିଖରେ ସେ କରୋନା ଯାଞ୍ଚ କରିଥିଲେ। ରିପୋର୍ଟ ପଜିଟିଭ ଆସିବାରୁ ଭୋଜିପୁରା କେଏସଆର୍‌ଏମଏସ ମେଡ଼ିକାଲ କଲେଜରେ ସେ ଭର୍ର୍ତ୍ତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧି ଦଳଗୁଡ଼ିକୁ ମମତାଙ୍କ ଆହ୍ବାନ

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟକୁ ସୁଦୃଢ଼ କରିବାକୁ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। ବିରୋଧୀ ମେଣ୍ଟରେ କଂଗ୍ରେସକୁ...

ସିଦ୍ଧୁଙ୍କ ମେଗା ଶୋ’: ବିଧାୟକଙ୍କ ସହ ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା

ଚଣ୍ଡିଗଡ,୨୧।୭। ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହି ବୈଠକରେ ୬୨ଜଣ...

ପୂଣ୍ୟତିଥିରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ଶାହା-ସୋନିଆ-ମନମୋହନ-ରାହୁଲ

ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୬ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍‌ କରି ଇନ୍ଦିରାଙ୍କୁ ବିନମ୍ର...

ଭିଡ଼ ହିଂସାରେ ଜଳିଗଲା ନିରୀହ ଜୀବନ: ୪୩ ମୃତଦେହ ମଧ୍ୟରୁ ୩୦ ଚିହ୍ନଟ

ନୂଆଦିଲ୍ଲୀ,୨୯।୨: ଦିଲ୍ଲୀରେ ଘଟିଥିବା ଭିଡ ହିଂସାରେ ବହୁ ନିରୀହ ଜୀବନ  ଜଳି ଯାଇଛି। ସେମାନେ ସିଏଏର ସମର୍ଥକ ଅବା ବିରୋଧି ନ ଥିଲେ। କିମ୍ବା ଦଙ୍ଗାରେ...

ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୮,୩୩୩ ଛୁଇଁଲା

ନୂଆଦିଲ୍ଲୀ,୨୮।୫: ଦେଶରେ ସାଙ୍ଘାତିକ ହେଲାଣି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୬,୫୬୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା...

ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି।...

ବ୍ୟାପିଗଲା ମୃତ୍ୟୁର ଭୂତାଣୁ

ନୂଆଦିଲ୍ଲୀ,୨ା୪(ପି.ଟି.): ମହାମାରୀ କରୋନା ଭୂତାଣୁ ଭାରତ ସମେତ ସାରା ବିଶ୍ୱରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ ରାଷ୍ଟ୍ର ନିଜ ନିଜ...

Advertisement
Archives

Model This Week