Posted inଜାତୀୟ

ପଶ୍ଚିମବଙ୍ଗରେ ବଦଳିଲା ଚିତ୍ର: ଦୀର୍ଘ ୨ ଦଶନ୍ଧି ପରେ କୋଲକାତା ଫେରୁଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ୍

କୋଲକାତା, ୧୫।୭: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଏବେ ସେଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅନେକ ପୁରୁଣା ବ୍ୟବସ୍ଥାର ଅନ୍ତ ଘଟୁଥିବା ବେଳେ କେତେକ ନୂଆ ପରମ୍ପରା ଆରମ୍ଭ ହେଉଛି। ଏହି କ୍ରମରେ ବାଂଲାଦେଶର ସୁପ୍ରସିଦ୍ଧ ତଥା ବିବାଦୀୟ ଲେଖିକା ତସଲିମା ନସରିନ୍ ଦୀର୍ଘ ଦୁଇ ଦଶନ୍ଧି (ପ୍ରାୟ ୨୦ ବର୍ଷ) ପରେ ପୁଣିଥରେ କୋଲକାତା ଫେରୁଛନ୍ତି। ନିଜର ସାହସିକ ଲେଖନୀ ପାଇଁ ତୀବ୍ର ବିରୋଧର ସାମ୍ନା କରିବା ପରେ ତାଙ୍କୁ ୨୦୦୭-୦୮ ମସିହାରେ କୋଲକାତା ଛାଡ଼ିବାକୁ ବାଧ୍ୟ କରାଯାଇଥିଲା।

ଆସନ୍ତା ଅଗଷ୍ଟ ୧ ତାରିଖରେ କୋଲକାତାରେ ଆୟୋଜିତ ଏକ ବିଶେଷ ସାହିତ୍ୟିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତସଲିମା ନସରିନ୍ ସହରକୁ ଆସୁଛନ୍ତି। ବାମପନ୍ଥୀ (Left Front) ସରକାର ସମୟରେ ସୁରକ୍ଷା ଜନିତ କାରଣରୁ ତାଙ୍କୁ ପଶ୍ଚିମବଙ୍ଗ ଛାଡ଼ିବାକୁ ପଡ଼ିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଏହି ସହରକୁ ଫେରିପାରି ନ ଥିଲେ।

ତସଲିମାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ କହିଛନ୍ତି, “ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଏବଂ ସମସ୍ତଙ୍କର ଜବାବଦେହିତା। ଏବେ ରାଜ୍ୟରେ ଜବାବଦେହିତା ସ୍ଥିର କରାଯାଉଛି। ପୂର୍ବତନ ବାମପନ୍ଥୀ ସରକାର ତସଲିମା ନସରିନଙ୍କ ଭଳି ଜଣେ ପ୍ରତିଭାଶାଳୀ ଲେଖିକାଙ୍କୁ ସୁରକ୍ଷା ଦେଇପାରି  ନଥିଲେ। ସେମାନେ କେବଳ ସଂଖ୍ୟାଲଘୁଙ୍କ ନାଁରେ ଭୋଟ୍ ରାଜନୀତି କଲେ କିନ୍ତୁ ସୁରକ୍ଷା ଦେଲେ ନାହିଁ। ଆଉ ମମତା ବାନାର୍ଜୀଙ୍କ ଶାସନ କଥା ତ ନ କହିବା ଭଲ। ଏବେ ତସଲିମା ଫେରୁଛନ୍ତି ଶୁଣି ମୁଁ ବହୁତ ଖୁସି, ମୁଁ ତାଙ୍କ ବହିର ଜଣେ ବଡ଼ ପ୍ରଶଂସକ।”

ଆସନ୍ତା ଅଗଷ୍ଟ ୧ ତାରିଖରେ କୋଲକାତାର ପ୍ରସିଦ୍ଧ ‘ରବୀନ୍ଦ୍ର ସଦନ ସାଂସ୍କୃତିକ କେନ୍ଦ୍ର’ଠାରେ ଏହି ସାହିତ୍ୟିକ ସଭା ଅନୁଷ୍ଠିତ ହେବ। ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଜଣାଶୁଣା ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ମଧ୍ୟ ସାମିଲ ହେବେ। ୨୦୦୭ ମସିହା ପରେ କୋଲକାତାରେ ତସଲିମାଙ୍କର ଏହା ପ୍ରଥମ ସାଧାରଣ କାର୍ଯ୍ୟକ୍ରମ ହେବ।

କାହିଁକି ବିବାଦରେ ଥିଲେ ତସଲିମା ନସରିନ୍?
ତସଲିମା ନସରିନ୍ ସବୁବେଳେ ନିଜର ସ୍ପଷ୍ଟବାଦୀ ଲେଖନୀ ପାଇଁ ବିବାଦର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଶେଷକରି ମହିଳା ଅଧିକାର, ସମାନତା ଏବଂ ଘରୋଇ ହିଂସା ବିରୋଧରେ ସେ ଲେଖିଆସୁଛନ୍ତି। ୧୯୯୩ ମସିହାରେ ପ୍ରକାଶିତ ତାଙ୍କର ସବୁଠାରୁ ଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଥିଲା। ଏହି ପୁସ୍ତକରେ ବାବ୍ରି ମସଜିଦ୍ ଭଙ୍ଗାଯିବା ପରେ ବାଂଲାଦେଶରେ ଏକ କାଳ୍ପନିକ ହିନ୍ଦୁ ପରିବାର ଉପରେ ହୋଇଥିବା ଅତ୍ୟାଚାରର କାହାଣୀ ବର୍ଣ୍ଣନା କରାଯାଇଥିଲା।

ଏହା ପରେ ତାଙ୍କୁ ମାରିଦେବାକୁ ଧମକ ମିଳିଥିଲା, ଯାହାଫଳରେ ୧୯୯୪ ମସିହାରେ ସେ ବାଂଲାଦେଶ ଛାଡ଼ି ୟୁରୋପରେ ଶରଣ ନେଇଥିଲେ ଓ ପରେ ସ୍ୱୀଡେନର ନାଗରିକତ୍ୱ ପାଇଥିଲେ। ପରେ କୋଲକାତାକୁ ସେ ନିଜର ଦ୍ୱିତୀୟ ଘର କରିଥିଲେ। କିନ୍ତୁ ୨୦୦୩ରେ ତାଙ୍କ ପୁସ୍ତକ ‘ଦ୍ୱିଖଣ୍ଡିତୋ’ ପ୍ରକାଶ ପାଇବା ପରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ହୋଇଥିଲା ଓ ତତ୍କାଳୀନ ବାମପନ୍ଥୀ ସରକାର ବହି ଉପରେ ବ୍ୟାନ ଲଗାଇଥିଲେ। ପରେ ହାଇକୋର୍ଟ ଏହି ବ୍ୟାନ ହଟାଇଥିଲେ ମଧ୍ୟ ବିରୋଧ କମି ନ ଥିଲା ଏବଂ ଶେଷରେ ଚାପ ଯୋଗୁ ୨୦୦୭-୦୮ ମସିହାରେ ତାଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା। ତସଲିମା ନସରିନ୍ ବର୍ତ୍ତମାନ ସୁଦ୍ଧା ବଙ୍ଗଳା ଭାଷାରେ ୪୦ରୁ ଅଧିକ ପୁସ୍ତକ ଲେଖିଛନ୍ତି, ଯାହାକି ପୃଥିବୀର ପ୍ରାୟ ୩୦ରୁ ଅଧିକ ଭାଷାରେ ଅନୁବାଦିତ ହୋଇସାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?