ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ ମିଳିଛି। ନବମ ଓ ଦଶମ ଶ୍ରେଣୀରେ ଏହି ରାଜ୍ୟ ସଙ୍ଗୀତ ପଢ଼ାଯିବ। ଏ ନେଇ ବୁଧବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଗତବର୍ଷ ଭଳି ଏଥର ମଧ୍ୟ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଗତବର୍ଷ ହ୍ରାସ କରାଯାଇଥିବା ପାଠ୍ୟକ୍ରମ ଏଥର ମଧ୍ୟ ଲାଗୁ ହେବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି। ସୂଚନାଯୋଗ୍ୟ, ଗତବର୍ଷ କରୋନା ଯୋଗୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ୩୦ ପ୍ରତିଶତ ହ୍ରାସ ହୋଇଥିଲା। ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ଯୋଗୁ କ୍ଲାସ୍‌ରୁମ୍‌ ଶିକ୍ଷାଦାନ ଆରମ୍ଭ ହୋଇପାରିନାହିଁ। ୨୦୨୧-୨୨ ଶିକ୍ଷାବର୍ଷ ତିନିମାସ ହେବ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ପିଲା ସ୍କୁଲ ମାଡ଼ି ନାହାନ୍ତି। କେବେ ସ୍କୁଲ ଖୋଲିବ ସେ ନେଇ କିଛି ଜଣାନାହିଁ। ତେଣୁ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଅନ୍‌ଲାଇନ୍‌ ଶିକ୍ଷାଦାନ ଆରମ୍ଭ କରିଦେଇଛନ୍ତି। ଗତ ୨୧ ତାରିଖରୁ ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବ୍‌ ଓ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ତେବେ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ ଶିଶୁ ଅଧିକ ସଂକ୍ରମଣ ହେବେ ବୋଲି ଆଶଙ୍କା କରାଯାଉଛି। ତେଣୁ ଆଗକୁ ସ୍କୁଲ ଖୋଲିବା ଆଶା କରାଯାଇପାରୁନାହିଁ। ଏଥର ବି ପାଠ୍ୟକ୍ରମ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ତେବେ ପାଠ୍ୟକ୍ରମ ହ୍ରାସ ନିଷ୍ପତ୍ତିକୁ ଶିକ୍ଷାବିତ୍‌ ନାପସନ୍ଦ କରିଛନ୍ତି। ଏ ନେଇ ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, ଏଥର ଶିକ୍ଷାବର୍ଷ ଠିକ୍‌ ସମୟରେ ଆରମ୍ଭ ହୋଇଛି। ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ହ୍ରାସ କରିବା ନିଷ୍ପତ୍ତି ଆଉ କିଛି ଦିନ ପରେ ନେଇଥିଲେ ଉଚିତ ହୋଇଥାନ୍ତା। ଏବେ ଏହି ନିଷ୍ପତ୍ତି ନେବା ଦ୍ୱାରା ମନେହେଉଛି ଯେପରି କରୋନାର ଭୟ ବର୍ଷସାରା ଲାଗି ରହିବ। ପାଠ୍ୟକ୍ରମ ହ୍ରାସ କଲେ ପିଲା ଠିକ୍‌ରେ ମାର୍କ ପାଇବା ପାଇଁ ସକ୍ଷମ ହେବେ। କିନ୍ତୁ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ତାହା ଉପଯୋଗୀ ହେବ ନାହିଁ। ପିଲାଙ୍କ ବ୍ୟକ୍ତିତ୍ୱ ବିକାଶରେ ଏହା ସହାୟକ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଟେକ୍‌ ସର୍ଭେରୁ ବଞ୍ଚିତ ଦର୍ପଣ ତହସିଲ

ଚଣ୍ଡିଖୋଲ,୧୦ା୬(ଡି.ଏନ.ଏ.): ରାଜ୍ୟ ସରକାର ଜମିଜମା ସଂଶୋଧନ ପାଇଁ ବନ୍ଦୋବସ୍ତ, ଚକବନ୍ଦୀ ଆଦି ପ୍ରଚଳନ କରି ସଂଶୋଧନ ପ୍ରକ୍ରିୟା କରିଥିଲେ। ହେଲେ ଇଂରେଜ ସରକାର ଅମଳରେ ହୋଇଥିବା...

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା

ଭୁବନେଶ୍ୱର,୩।୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ ତଦନ୍ତ କରାଯାଇଥିବାବେଳେ ସୋମବାର ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ନିଆଯାଇଛି।...

ବ୍ରହ୍ମପୁରରେ ଖୋଲିବ ‘ନେକ୍‌’ ଓଡ଼ିଶା ଜୋନ୍‌ ଚାପ୍ଟର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଓଡ଼ିଶାରେ ଖୋଲିବ ନ୍ୟାଶନାଲ ଏଗ୍‌ କୋର୍ଡିନେଶନ କମିଟି(ଏନ୍‌ଇସିସି ବା ନେକ୍‌)ର ଓଡ଼ିଶା ଜୋନ୍‌ ଚାପ୍ଟର। ବ୍ରହ୍ମପୁରରେ ଏହି ଚାପ୍ଟର ଖୋଲିବ। ଏହା ପୂର୍ବରୁ ଓଡ଼ିଶାର...

ରାଜଧାନୀରୁ ବସ୍‌ ଚୋରି, ବ୍ରହ୍ମପୁରରୁ ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏକ ବସ୍‌କୁ କେହି ଚୋରି କରି ନେଇଥିବା ବେଳେ ଏହା ବ୍ରହ୍ମପୁରୁର ଜବତ ହୋଇଥିବା ସୂଚନା ମିଳିଛି। ଶନିବାର ବିଳମ୍ବିତ ରାତିରେ...

ଶୁକ୍ରବାର ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ଭୁବନେଶ୍ୱର,୫।୫(ବ୍ୟୁରୋ): ବାତ୍ୟା ହେବ କି ନାହିଁ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଜଣାପଡ଼ିବ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା...

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାରକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

୫୦୦ ଡୋଜ୍‌ କୋଭିଶିଲ୍ଡ୍‌ ନଷ୍ଟ ହେଲା…

ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...

ଆଜି ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ୬୦୦ ତଳେ ଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

Advertisement
Archives

Model This Week