କମିଲା ବାଲେଶ୍ୱର, ତିର୍ତ୍ତୋଲ ମତଦାନ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ମତଦାନ ହାର କମିଛି। ଗତ ୩ ତାରିଖରେ ହୋଇଥିବା ଉପନିର୍ବାଚନରେ ବାଲେଶ୍ୱରରେ ୭୦.୬୯ ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ହୋଇଛି। ୨୦୧୯ ସାଧାରଣ ନିର୍ବାନରେ ବାଲେଶ୍ୱର ବିଧାନସଭା ପାଇଁ ୭୧.୨୯ ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ହୋଇଥିଲା। ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। କୋଭଡ୍‌-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଉପନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ପାଇଁ ୩୧୯୩ ଜଣ ପୋଷ୍ଟାଲ ବାଲଟରେ ମତଦାନ ସାବ୍ୟସ୍ତ କରିଥିବା ବେଳେ ବାଲେଶ୍ୱରରେ ୧୬୩୧ ଭୋଟର ସେମାନଙ୍କ ମତଦାନ କରିଛନ୍ତି। କୋଭିଡ୍‌ ସଂକ୍ରମିତ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉଭୟ ନିର୍ବାଚନ ମଣ୍ଡଳୀର ସମୁଦାୟ ୧୬୧ କୋଭିଡ୍‌ ସଂକ୍ରମିତ/ ସନ୍ଦିଗ୍ଧ କୋଭିଡ୍‌ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ୧୨୭ ଓ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ୩୪ କରୋନା ସଂକ୍ରମିତ ମତଦାନ କରିଛନ୍ତି।
ଆସନ୍ତା ୧୦ ତାରିଖରେ ଉଭୟ ବିଧାନସଭା ପାଇଁ ଭୋଟ ଗଣତି ହେବ। ଭୋଟବାକ୍ସଗୁଡିକୁ ବାଲେଶ୍ୱର ଜିଲାପାଳଙ୍କ ଇଭିଏମ୍‌ ୱେର୍‌ ହାଉସରେ ଏବଂ ତିର୍ତ୍ତୋଲ ବିଧାନସଭା ଭୋଟବାକ୍ସଗୁଡିକ ଜଗତ୍‌ସିଂହପୁର ଏସ୍‌ଭିଏମ୍‌ କଲେଜରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳ ଓ ରାଜ୍ୟ ପୋଲିସ ଷ୍ଟ୍ରଙ୍ଗରୁମ୍‌ଗୁଡିକ ଜଗି ରହିଛନ୍ତି। ଷ୍ଟ୍ରଙ୍ଗରୁମ୍‌ଗୁଡିକୁ ୨୪ ଘଣ୍ଟା ସିସିଟିଭି ନଜରରେ ରଖାଯାଇଛି। ଏଥିସହିତ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। କୋଭିଡ୍‌-୧୯ ମହାମାରୀ ସମୟରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ଜିଲା ପ୍ରଶାସନ, ରାଜନୈତିକ ଦଳ, ପ୍ରାର୍ଥୀ, ଆଶାକର୍ମୀ, ସ୍ବେଚ୍ଛାସେବୀ, ବିଏଲ୍‌ଓ, ପୋଲିସ ଅଧିକାରୀ, ସୁରକ୍ଷା ବାହିନୀଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଲୋହାନୀ କହିଛନ୍ତି। ନିର୍ବାଚନ ମଣ୍ଡଳୀର ଭୋଟର ତଥା ଜନସାଧାରଣଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ଖବର ପରିବେଷଣ ଓ ସଚେତନତା ସୃଷ୍ଟି କରିଥିବାରୁ ଲୋହାନୀ ଗଣମାଧ୍ୟମକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?