୪୮ ସେକେଣ୍ଡରେ ୬ ରକେଟ୍‌

ବାଲେଶ୍ୱର ଅଫିସ,୫।୧୧: ଡିଆର୍‌ଡିଓ ପକ୍ଷରୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ବିକଶିତ ମଲ୍‌ଟି ବ୍ୟାରେଲ ରକେଟ ଲଞ୍ଚର୍‌ ‘ପିନାକ’ର ସଫଳ ପରୀକ୍ଷା କରାଯାଇଛି। ଏକାଦିକ୍ରମେ ରକେଟ ଲଞ୍ଚର୍‌ରୁ ୪୮ ସେକେଣ୍ଡରେ ୬ଟି ରକେଟ୍‌ ନିକ୍ଷେପ କରାଯାଇଥିଲା। ଏହି ବିକଶିତ ରକେଟ ଲଞ୍ଚର୍‌ ସର୍ବାଧିକ ଦୂରତା ଅତିକ୍ରମ କରି ଲକ୍ଷ୍ୟଭେଦ କରିଥିବା ବିଭାଗ ସୂତ୍ରରୁ ଜଣାଯାଇଛି।
ଡିଆର୍‌ଡିଓ ପୁଣେର ଲାବରେଟାରୀ ଏସ୍‌ଆର୍‌ଡିଇ ଓ ଏଚ୍‌ଇଏମ୍‌ଆର୍‌ଏଲ୍‌ ପକ୍ଷରୁ ‘ପିନାକ’କୁ ବିକଶିତ କରାଯାଇଥିଲା। ଟେଲିମେଟ୍ରି ଓ ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ରକେଟର ଗତିପଥ ଉପରେ ନଜର ରଖାଯାଇଥିଲା। ଯାହା ଠିକ୍‌ ଭାବେ ଲକ୍ଷ୍ୟଭେଦ କରିଥିବା ସ୍ପଷ୍ଟ ହୋଇଥିଲା। ‘ପିନାକ’ର ଏହି ବିକଶିତ ସଂସ୍କରଣ ଏମ୍‌କେ-ଆଇ(ନିର୍ମାଣାଧୀନ ଅବସ୍ଥାରେ ଥିବା)ର ସ୍ଥାନ ନେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଚୋରିରେ ସମ୍ପୃକ୍ତ ଯୁବକ ଗିରଫ

ଖଇରା, ୧୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରର ଏକ ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ସ୍ଥାନରୁ ସାଇକେଲ ତଥା ଅନ୍ୟାନ୍ୟ ଆସବାବପତ୍ର ଚୋରିରେ ସମ୍ପୃକ୍ତ ଯୁବକଙ୍କୁ...

ଦିଗହରା ନାବିକଙ୍କ ଲୋମଟାଙ୍କୁରା କାହାଣୀ: ଆଉ କେବେ ସମୁଦ୍ରକୁ ଯିବିନାହିଁ’

ଅଗଷ୍ଟ ୨୮ ତାରିଖ। ଛୋଟ ବୋଟ୍‌ (ସ୍ଥାନୀୟ ଭାଷାରେ ଟାପା)ରେ ରାଶନ ସାମଗ୍ରୀ ସହ ଏକ ନୂଆ ସ୍କୁଟି ଲଦି ପୋର୍ଟବ୍ଲେୟାରରୁ ବାହାରିଥିଲେ ନାବିକ ଅମ୍ରିତ...

କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ...

ସାବିତ୍ରୀଙ୍କ ପ୍ରଶ୍ନ: ୭୫ ହେଲାଣି, କୋଉ ବୟସରେ ମିଳିବ ଆବାସ

କୁନ୍ଦୁରା,୨୨ା୮(ଡି.ଏନ୍‌.ଏ.): ବୟସ ପ୍ରାୟ ୭୫ ପାଖାପାଖି । ଚାଲିବାକୁ ଅସମର୍ଥ ହୋଇପଡିଥିବା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ନ ଯାଇ ଧଇଁସଇଁ ହୋଇ ବଞ୍ଚତ୍ଛନ୍ତି, ଚାଲିଛନ୍ତି ସାବିତ୍ରୀ।...

୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ...

ବିଶୋଧନ ହେଲା ଏସ୍‌ସିବି ପରିସର

କଟକ ଅଫିସ,୫।୭- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କ ପରଲୋକ

ବ୍ରହ୍ମପୁର ଅଫିସ, ୫।୧୧: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ସାହିତି୍ୟକ ପ୍ରଫେସର ହରିହର ଦାସ (୮୨)ଙ୍କର ବୁଧବାର ପୂର୍ବାହ୍ନରେ ସ୍ଥାନୀୟ...

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ ଅଫିସ୍‌, ୬।୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରିଛନ୍ତି। ପରିଚାଳନା କମିଟି...

Advertisement


Archives

Model This Week