ଲଣ୍ଡା ମଣିଷ

ବିଦ୍ୱାନ୍‌ଙ୍କ ମତରେ, ପ୍ରାୟ ୭୦୦ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଯେତେବେଳେ ପଣ୍ଡିତ ମଦନ ମିଶ୍ରଙ୍କୁ ସାକ୍ଷାତ୍‌ କରିବାକୁ ଗଲେ, ସେତେବେଳେ ମିଶ୍ରେ ତାଙ୍କୁ ଚାହିଁଲେ ନାହିଁ। କାରଣ ଶଙ୍କରାଚାର୍ଯ୍ୟଙ୍କ ମୁଣ୍ଡ ଲଣ୍ଡା ଥିଲା। ଏଥିପାଇଁ ଏବେ ବି ଶଙ୍କରାଚାର୍ଯ୍ୟ ତାଙ୍କ ମୁଣ୍ଡକୁ ଏକ କନାରେ ଘୋଡ଼ାଇ ରଖନ୍ତି; ଯେହେତୁ ଲଣ୍ଡିତ ମସ୍ତକକୁ ଏବେ ମଧ୍ୟ ଦୁର୍ଭାଗ୍ୟ ଓ ଅମଙ୍ଗଳର ସଙ୍କେତ ଭାବେ ଦେଖାଯାଉଛି। ସମୟ ଥିଲା, ଏହି କାରଣରୁ ଗୃହସ୍ଥମାନେ ସନ୍ନ୍ୟାସୀଙ୍କ ଠାରୁ ଦୂରେଇ ରହୁଥିଲେ। ପାରମ୍ପରିକ ଭାବେ ପୁରାତନ କାଳରେ ବୈଦିକ ସନ୍ନ୍ୟାସୀ ବା ଯୋଗୀମାନଙ୍କର ଲମ୍ବା କେଶ ଥିଲା ଏବଂ ସେମାନେ ଗଣ୍ଠି ପକାଇ ବାନ୍ଧୁଥିଲେ। ଋଗ୍‌ବେଦରେ ଲମ୍ବା କେଶକୁ ଆକାଶର ସଙ୍କେତ ବୋଲି କୁହାଯାଇଛି। ଏହାର ସମ୍ପର୍କ ରୁଦ୍ରଙ୍କ ସହ ରହିଛି ଏବଂ ୧୫୦୦ ଖ୍ରୀଷ୍ଟାବ୍ଦ ପରେ ସଂସ୍ଥା ରୂପେ ସାମ୍ନାକୁ ଆସିଥିବା ଆଖଡ଼ା ନାଗାଙ୍କର ବୈଦିକ ପ୍ରତିରୂପ ହୋଇପାରେ। ସାଞ୍ଚତ୍ ସ୍ତୂପରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ, ୨୦୦୦ ବର୍ଷ ପୂର୍ବେ ସହରରେ ବାସ କରୁଥିବା ଧନୀକଙ୍କର ମଧ୍ୟ ଲମ୍ବାକେଶ ଥିଲା। ସେମାନେ ତାହାକୁ ଗଣ୍ଠିକରି ସେଥିରେ ବିଭିନ୍ନ ରତ୍ନ ସଜାଇ ଆକର୍ଷଣୀୟ କରୁଥିଲେ।
ବୁଦ୍ଧ ଯେତେବେଳେ ସନ୍ନ୍ୟାସୀ ହେଲେ ସେତେବେଳେ ସେ ଲଣ୍ଡାହୋଇ କେଶ ଦାନ କରିଥିଲେ। ଏହାକୁ ଦେବତାଙ୍କ ରାଜା ସକ୍ରା (ସାକ୍କ ବା ଶାକ୍ର ଭାବେ ମଧ୍ୟ ଜଣାଶୁଣା) ସଂଗ୍ରହ କରିଥିଲେ। ପରେ ବୁଦ୍ଧଙ୍କ କେଶରୁ କେରାଏ ବଣିକମାନଙ୍କୁ ଏବଂ ଉକଲପଦର ତପୁସା ଓ ଭଲ୍ଲିକା (ବୁଦ୍ଧଙ୍କର ପ୍ରଥମ ଶିଷ୍ୟ)ଙ୍କୁ ଦେଇଥିଲେ। ଏମାନେ ବୁଦ୍ଧଙ୍କ ଦେହାବଶେଷ (କେଶ, ଦାନ୍ତ ଓ ଅସ୍ଥି)କୁ ସ୍ତୂପରେ ରଖିବାର ପରମ୍ପରା ଆରମ୍ଭ କରିଥିଲେ। ଯୋଗୀ ଭାବେ ନିଜକୁ ପ୍ରତିପାଦିତ କରିବା ଏବଂ ମହିଳାଙ୍କ ଠାରୁ ଦୂରେଇ ରହିବା ସକାଶେ ବୁଦ୍ଧ ଓ ତାଙ୍କ ସନ୍ନ୍ୟାସୀମାନେ ଲଣ୍ଡା ହେଉଥିଲେ। ତେବେ ଖ୍ରୀଷ୍ଟାବ୍ଦ ୧୦୦ ପରେ ବୁଦ୍ଧଙ୍କ କଳାକୃତି ଯେତେବେଳେ ସୃଷ୍ଟି କରାଗଲା, ସେତେବେଳେ ତାଙ୍କୁ ବନ୍ଧାଯାଇଥିବା କେଶ ସହ ଚିତ୍ରଣ କରାଯାଇଥିଲା। କାରଣ ସେତେବେଳେ ଲୋକେ ଲଣ୍ଡାମୁଣ୍ଡିଆ ମଣିଷଙ୍କ ମୂର୍ତ୍ତିକୁ ଘୃଣା କରୁଥିଲେ। ପରେ ବୌଦ୍ଧଧର୍ମ ଚାଇନା ଓ ଜାପାନକୁ ବ୍ୟାପିଥିଲା, ଯେଉଁଠି ତାଓ ଧର୍ମର ସନ୍ନ୍ୟାସୀମାନେ ଲଣ୍ଡା ହେଉଥିଲେ। ସେଠାରେ ଲଣ୍ଡିତ ବୌଦ୍ଧ ସନ୍ନ୍ୟାସୀଙ୍କ ମୂର୍ତ୍ତି ଅତି ଲୋକପ୍ରିୟ ହୋଇଗଲା। ଲଣ୍ଡିତ ମସ୍ତକଧାରୀ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ମଧ୍ୟ ସାମ୍ନାକୁ ଆସିଲା। ଥାଇଲାଣ୍ଡରେ ବୁଦ୍ଧଙ୍କ ମୁଣ୍ଡ ଉପରେ ଥିବା ଜଟ ଆକାରରେ ବନ୍ଧା ହୋଇଥିବା କେଶକୁ ହଟାଇ ଦିଆଗଲା। ଏହାସହ ଜୈନଧର୍ମରେ ସନ୍ନ୍ୟାସୀମାନେ ପାର୍ଥିବ ବିଷୟାସକ୍ତକୁ ତ୍ୟାଗ କରିଛନ୍ତି ବୋଲି ଦର୍ଶାଇବା ପାଇଁ ଲଣ୍ଡା ହେଉଥିଲେ। କିନ୍ତୁ ଚିତ୍ରକଳାରେ ଜୈନ ତୀର୍ଥଙ୍କରଙ୍କୁ ବହୁ ସମୟରେ କୁଞ୍ଚୁକୁଞ୍ଚତ୍ଆ କେଶ ସହ ଦେଖିବାକୁ ମିଳେ ଏବଂ ଋଷଭନାଥଙ୍କୁ ତାଙ୍କ କାନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା କେଶ ସହ ଚିତ୍ରଣ କରାଯାଇଛି।
ବିଭିନ୍ନ ଧର୍ମୀୟ ବିଷୟକୁ ଦର୍ଶାଇବା ପାଇଁ କେଶକୁ ଦୀର୍ଘଦିନରୁ ବ୍ୟବହାର କରାଯାଇଆସିଛି। ଲଣ୍ଡାମୁଣ୍ଡ ତ୍ୟାଗର ପ୍ରତୀକ ହୋଇଥିବାବେଳେ କେଶପୂର୍ଣ୍ଣ ମୁଣ୍ଡ ପୌରୁଷତ୍ୱ, ଶକ୍ତି ଓ ସୌନ୍ଦର୍ଯ୍ୟକୁ ସୂଚିତ କରେ। ବଳରାମଙ୍କର ଲମ୍ବା ଓ ସୁନ୍ଦର କେଶ ଥିଲାବେଳେ କୃଷ୍ଣଙ୍କର ବହଳିଆ କୁଞ୍ଚୁକୁଞ୍ଚତ୍ଆ କେଶ ଥିବା ବର୍ଣ୍ଣନା କରାଯାଇଛି। କୃଷ୍ଣ ଅଧାଲଣ୍ଡା ହୋଇ ଓ ନିଶ ଅଧା କାଟି ରୁକ୍ମୁଣୀଙ୍କୁ ଏକ ଶିକ୍ଷା ଦେଇଥିବା କଥା ମହାଭାରତର ଏକ କାହାଣୀରେ ବର୍ଣ୍ଣନା କରାଯାଇଛି। ଜଣେ କଠୋର ତପସ୍ବୀ ଭାବେ ଶିବ ତାଙ୍କ ଜଟାକୁ ଏଭଳି ମଜଭୁତ କରି ବାନ୍ଧିଥିଲେ ଯେ ସ୍ବର୍ଗରୁ ମର୍ତ୍ତ୍ୟକୁ ମାତା ଗଙ୍ଗା ଓହ୍ଲାଇବା ବେଳେ ଧାରା ଭାଙ୍ଗିଯାଇଥିଲା ଅର୍ଥାତ୍‌ ଗତିପଥ ବଦଳି ଯାଇଥିଲା। କିନ୍ତୁ ଜଟା ଖୋଲି ନ ଥିଲା। ଏହି ଜଟାରେ ମଧ୍ୟ ଚନ୍ଦ୍ର ରହିଛନ୍ତି।
ବ୍ରାହ୍ମଣମାନେ ଆଧ୍ୟାତ୍ମିକ ଜଗତରେ ସେମାନଙ୍କ ଦାୟିତ୍ୱର ସଙ୍କେତ ଭାବେ ଦର୍ଶାଇବା ପାଇଁ ମୁଣ୍ଡର କିଛି ଅଂଶ ଲଣ୍ଡା ହୋଇଥାନ୍ତି। ତଥାପି ଗଣ୍ଠି ପକାଯାଇଥିବା କେଶ ଧାରଣ କରି ଦର୍ଶାଇଥାଆନ୍ତି ଯେ, ସେମାନେ ଏପର୍ଯ୍ୟନ୍ତ ସାଂସାରିକ ଜଗତ ସହ ସଂଶ୍ଳୀଷ୍ଟ ଅଛନ୍ତି। ସେମାନଙ୍କ କାର୍ଯ୍ୟ ସୂଚିତ କରୁଛି ସେମାନେ ସମ୍ପୂର୍ଣ୍ଣ ସନ୍ନ୍ୟାସୀ କିମ୍ବା ଗୃହସ୍ଥ ନୁହନ୍ତି। ପୁରାଣ ଲୋକଥାରେ କୁହାଯାଇଛି, ଚାଣକ୍ୟ ତାଙ୍କ କେଶର ଗଣ୍ଠି ଖୋଲିଦେଇଥିଲେ ଏବଂ ତାଙ୍କୁ ନନ୍ଦରାଜ କରିଥିବା ଅପମାନର ପ୍ରତିଶୋଧ ନ ନେବା ଯାଏ କେଶ ବାନ୍ଧିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ। ଲୋକନାଟକରେ ନାରଦ ତାଙ୍କ ଗଣ୍ଠିପକା କେଶରେ ଫୁଲଗୁଡ଼ିଏ ବାନ୍ଧିଥିବା ଦେଖାଯାଏ ଏବଂ ଏହିସବୁ ଫୁଲ କୃଷ୍ଣଙ୍କ ବୈଜୟନ୍ତୀ ମାଳାର ସୁଗନ୍ଧ ଦେଇଥାଏ ବୋଲି କୁହାଯାଏ।
ଶୁଦ୍ଧିକ୍ରିୟାରେ ଲଣ୍ଡାହେବା ପରମ୍ପରା ରହିଛି। ମୃତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରକାଶ କରିବା ପାଇଁ ଏହା କରାଯାଇଥାଏ। ତେବେ ମୃତବ୍ୟକ୍ତି ପୃଥିବୀକୁ ସମ୍ପୂର୍ଣ୍ଣ ଛାଡ଼ିଯାଇ ନାହାନ୍ତି ବୋଲି ଦର୍ଶାଇବା ଲାଗି ମୁଣ୍ଡରେ କିଛି କେଶ ଛାଡ଼ିଦିଆଯାଏ। ସମ୍ପୂର୍ଣ୍ଣ ଲଣ୍ଡିତ ମୁଣ୍ଡ ସାଂସାରିକ ଜୀବନର ତ୍ୟାଗ ବା ସନ୍ନ୍ୟାସକୁ ସୂଚିତ କରେ। ଭୂମଧ୍ୟସାଗରୀୟ ଅଞ୍ଚଳ ବା ୟୁରୋପ, ଏସିଆ ଓ ଆଫ୍ରିକାର କିଛି ଅଞ୍ଚଳରେ କେଶକୁ ସ୍ବାର୍ଥ ତଥା ଅହଂକାରର ସଙ୍କେତ ଭାବେ ଦେଖାଯାଏ। ଏଣୁ ଏହିସବୁ ଅଞ୍ଚଳରେ ଖ୍ରୀଷ୍ଟିଆନ ସନ୍ନ୍ୟାସୀମାନେ ଲଣ୍ଡା ହୋଇଥାନ୍ତି। ପ୍ରାଚୀନକାଳରେ ବିଶେଷକରି ଯୋଦ୍ଧାମାନେ ଲମ୍ବାକେଶ ରଖୁଥିଲେ। ଇହୁଦୀ ବାଇବେଲ୍‌ (ଖ୍ରୀଷ୍ଟିଆନ୍‌ଙ୍କ ଓଲ୍ଡ ଟେଷ୍ଟାମେଣ୍ଟ)ରେ ଏ ସମ୍ପର୍କିତ କାହାଣୀ ରହିଛି। ଡେଲିହା(ଜଣେ ଇହୁଦୀ ମହିଳା) ସାମସନ୍‌ଙ୍କୁ ଲଣ୍ଡା କରିଦେବା ପରେ ସେ କିଭଳି ତାଙ୍କ ଶକ୍ତି ହରାଇଲେ ତାହା ଏଥିରେ ବର୍ଣ୍ଣନା କରାଯାଇଛି। ଏହାବ୍ୟତୀତ ରାଜକୁମାର ଅବସାଲୋମ୍‌ ତାଙ୍କ ଗହବା ବା ବହଳିଆ ଚୁଟିକୁ ନେଇ ଗର୍ବ କରୁଥିଲେ। ସେ ତାଙ୍କ ପିତାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ସୈନ୍ୟଙ୍କ ପାଖରୁ ଖସି ପଳାଉଥିବାବେଳେ ତାଙ୍କ ଚୁଟି ଏକ ଗଛ ଶାଖାରେ ଲାଗିଯାଇଥିଲା। ଫଳରେ ସେ ରଥରୁ ତଳକୁ ଛିଟିକି ପଡ଼ିଥିଲେ ଏବଂ ସୈନ୍ୟମାନେ ତାଙ୍କୁ ଧରି ହତ୍ୟା କରିଥିଲେ।
ଗ୍ରୀକ୍‌ ପୁରାଣରେ ବର୍ଣ୍ଣନା ରହିଛି ଯେ, ଆକିଲେସ୍‌ ତାଙ୍କ ଅତିପ୍ରିୟ ସାଙ୍ଗ ପାଟ୍ରୋକ୍ଲୁସ୍‌ଙ୍କ ଦେହାନ୍ତ ପରେ ଶୋକବ୍ୟକ୍ତ କରିବା ଲାଗି ନିଜର ଲମ୍ବା ଚୁଟି କାଟିଦେଇଥିଲେ। ରୋମ୍‌ର ସୈନ୍ୟମାନେ କ୍ରିୟୁ କଟ୍‌(ମୁଣ୍ଡ ଉପରେ ଛୋଟ ଓ ବେକ ଆଡ଼କୁ ଅତି ଛୋଟ) କେଶ ପାଇଁ ବେଶ୍‌ ଜଣାଶୁଣା। ଶତ୍ରୁପକ୍ଷ ଚୁଟିକୁ ଧରି ବେକକୁ ଯେମିତି କାଟି ନ ପାରିବେ ସେଥିପାଇଁ ଏଭଳି ହେୟାର କଟ୍‌କୁ ଆପଣାଇଥିଲେ। ୧୭୦୦ ଦଶନ୍ଧିରେ ଗୁରୁ ଗୋବିନ୍ଦ ସିଂ ଯେତେବେଳେ ଖଲ୍‌ସା ପ୍ରତିଷ୍ଠା କଲେ, ସେତେବେଳେ ଶିଖ୍‌ ଯୋଦ୍ଧାମାନେ ଚୁଟି କାଟିବା ବନ୍ଦକରିଦେଲେ ଏବଂ ତାହାକୁ ପଗଡ଼ିଭଳି ବାନ୍ଧିଦେଲେ। ସୈନ୍ୟମାନେ ମୋଗଲ ଉତ୍ପୀଡ଼ନ ବିରୋଧରେ ଯୁଦ୍ଧ କରିବା ସମୟରେ ସେମାନଙ୍କୁ ଏହି ପଗଡ଼ି ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା।
ଜାପାନରେ ବୌଦ୍ଧଧର୍ମ ପ୍ରସାର କରିବା ପରେ ସେଠାରେ ଲଣ୍ଡାହେବା ପରମ୍ପରା ଲୋକପ୍ରିୟ ହୋଇଥିଲା। ପ୍ରାରମ୍ଭିକ ସମୟରେ ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ। କିନ୍ତୁ ୧୬୦୦ ଦଶନ୍ଧିର ଏଡୋ ସମୟ(ଟୋକୁଗଓ୍ବା ଶାସନକାଳ)ରେ ସମୁରାଇ ଯୋଦ୍ଧାମାନଙ୍କୁ ଦାଢ଼ି କାଟିବା ଦରକାର ପଡ଼ିଲା। ଫଳରେ ସେମାନେ ହେଲ୍‌ମେଟ ପିନ୍ଧିବା ସମୟରେ କମ୍‌ ଝାଳ ବାହାରୁଥିଲା ଏବଂ ହେଲମେଟ୍‌କୁ ସୁରକ୍ଷିତ ରଖିବା ଲାଗି କେଶକୁ ଗଣ୍ଠି ପକାଇ ମୁଣ୍ଡର ଉପରଭାଗରେ ବାନ୍ଧି ଦେଉଥିଲେ, ଯାହା ସମୁରାଇଙ୍କ ପାଇଁ ବ୍ୟବହାରିକ ହୋଇଗଲା। ସମୟକ୍ରମେ ଏହା ଏକ ଫ୍ୟାଶନ୍‌ ହେବା ସହ ଏକ ସଙ୍କେତ ମଧ୍ୟ ପାଲଟିଗଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri