ଯାଇଥିଲେ ହେଲେ ନବୀନଙ୍କୁ ଦେଖା କରିପାରିଲେନି, ବବିଙ୍କ ଫୋନ୍‌ରୁ ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ; ବଢ଼ିଲା…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର): ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ। ହେଲେ ପ୍ରଥମ ଥର ଲାଗି ନବୀନ ନିଜର ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସାଧାରଣ ଲୋକଙ୍କୁ ଜଣାଇଥିଲେ।ଏହାପରେ ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନାରେ ଲାଗି ପଡ଼ିଥିଲେ। ଏହାପରେ କେତେଜଣ ଆଗ ଧାଡ଼ିର ନେତା ନିଜ ନେତାଙ୍କୁ ଦେଖାକରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ଲାଗି ମୁମ୍ବାଇ ଅଭିମୁଖେ ବାହାରିପଡ଼ିଥିଲେ। ହେଲେ ଏହି ନେତାମାନଙ୍କ ସବୁ ସରାଗ ଭାଙ୍ଗିଯାଇଛି। ନିଜ ନେତାଙ୍କୁ ପାଖରୁ ଦେଖିବାକୁ ନ ପାଇ କେବଳ ଭିଡିଓ କଲ୍‌ରେ ଦେଖି ନିଜ ମନ ଖୁସି କରିବାକୁ ଚେଷ୍ଟା କରିଛନ୍ତି। ନିଜ ନେତାଙ୍କ ଦେଖା ନ ପାଇ ଦଳର ବରିଷ୍ଠ ନେତାମାନେ ଖାଲିରେ ଫେରିଥିବା ଖବର ଜାଣିବା ପରେ ଯେଉଁ ଆଉ କେତେଜଣ ନେତା ମୁମ୍ବାଇ ଯିବେ ବୋଲି ବାହାରିଥିଲେ ସେମାନେ ଏବେ ନିଜ ମନ ବଦଳାଇ ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମୋବାଇଲ୍‌ରୁ ଭି.କେ. ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ ଯାଇଥିଲା। ଏହିପରି ବମ୍ବେ ଯାଇଥିବା ନେତାମାନେ ନବୀନଙ୍କୁ ଦେଖିଥିଲେ, ଯାହା ଦଳ ଭିତରେ ଆହୁରି ଅସନ୍ତୋଷକୁ ବଢ଼ାଇ ଦେଇଛି।

ଗତ ସାଧାରଣ ନିର୍ବାଚନରେ ବିଜେଡି ସରକାରରୁ ଯିବା ପାଇଁ ପାଣ୍ଡିଆନ୍‌ ଏବଂ ବବିଙ୍କୁ ଦଳର ଏକାଧିକ ନେତା ଓ କର୍ମୀ ଦାୟୀ କରିଥିଲେ। ନିର୍ବାଚନ ପୂର୍ବରୁ ଦଳରେ ବବି ସବୁଠାରୁ କ୍ଷମତାଶାଳୀ ନେତା ହୋଇଯାଇଥିବା ବେଳେ ପାଣ୍ଡିଆନ୍‌ ପୂରା ଦଳକୁ ପରିଚାଳନା କରୁଥିଲେ। ଅନ୍ୟ ନେତାମାନଙ୍କୁ ସେତେବେଳେ ସମ୍ପୂର୍ଣ୍ଣ ଅଣଦେଖା କରିଦିଆଯାଇଥିଲା। ଯେଉଁ ନେତା ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲେ ତାହା ଆଉ ସମ୍ଭବ ହେଉ ନ ଥିଲା। ଯିଏ ସବୁ ଆସୁଥିଲେ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ପାଣ୍ଡିଆନ୍‌ଙ୍କୁ ଦେଖାକରିବା ପାଇଁ ବବି ହିଁ ମାଧ୍ୟମ ସାଜିଥିଲେ, ଯେଉଁଥିଲାଗି ଦଳର ପରାଜୟ ପରେ ଏଭଳି ବିରୋଧ ହୋଇଥିଲା ଯେ ପାଣ୍ଡିଆନ୍‌ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା କହିଥିଲେ। ହେଲେ ଏବେ ଯେତେବେଳେ ନିର୍ବାଚନ ଫଳ ବାହାରିବାର ଗୋଟିଏ ବର୍ଷ ବିତିଯାଇଛି ଏବଂ ସେହି ଢାଞ୍ଚା ଏବେ ବି ଦଳ ଭିତରେ ଚାଲିଛି । ତାକୁ ଦେଖି ଦଳ ଭିତରେ ପୁଣି ଥରେ କମ୍ପନ ଆରମ୍ଭ ହୋଇଛି। ଜଣେ ବରିଷ୍ଠ ନେତା କହିଛନ୍ତି, ଦଳକୁ ଏତେ କ୍ଷତି ସହିବାକୁ ପଡିଲା ପରେ ବି ଯଦି ପାଣ୍ଡିଆନ୍‌ ଏବଂ ବବି ସବୁ ନିୟନ୍ତ୍ରଣରେ ରଖିଛନ୍ତି ତେବେ ବିଜେଡିର ଭବିଷ୍ୟତ ଭଲ ନୁହେଁ। ନବୀନଙ୍କୁ ଦେଖାକରିବା ପାଇଁ ସେଇ ବବିଙ୍କ ଫୋନ୍‌ରୁ ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରାଯିବ ଏହିଭଳି ନବୀନଙ୍କୁ ଦେଖିବାକୁ ପଡିବ। ଏହାର ଅର୍ଥ ବବି ଆଉ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଏବେ ବି ଦଳ ଚାଲିଛି, ଯାହାକି ଭବିଷ୍ୟତ ଲାଗି ଭଲ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ କିନ୍ତୁ ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଦଳର ଏକାଧିକ ନେତା ନବୀନଙ୍କୁ ଦେଖି ସ୍ବାସ୍ଥ୍ୟାବସ୍ଥା କଥା ବୁଝିଲେ ବୋଲି ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ମୁମ୍ବାଇ ଯାଇଥିବା ନେତାମାନେ ନବୀନଙ୍କ ବଡ ଭାଇ ପ୍ରେମ୍‌ ପଟ୍ଟନାୟକ ଏବଂ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭେଟିଥିବା ଜଣାପଡିଛି। ପ୍ରେମ୍‌ଙ୍କ ସହ ଦଳୀୟ ନେତାମାନେ କିଛି ସମୟ ଆଲୋଚନା କରିଥିଲେ। ଏହି ନେତାମାନେ ଗତ ମଙ୍ଗଳବାର ମୁମ୍ବାଇ ଗସ୍ତରେ ଯାଇଥିଲେ। ସେଠାରେ ଏକ ଘରୋଇ ହୋଟେଲରେ ସବୁ ନେତା ଗୋଟିଏ ଦିନ ରହିଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅଶୋକ ପଣ୍ଡା, ଅତନୁ ସବ୍ୟସଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାସବର୍ମା, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ମାନସ ମଙ୍ଗରାଜ, ପ୍ରଣବ ବଳବନ୍ତରାୟ, ସଞ୍ଜୀବ ମଲିକ, ବିଶ୍ୱରଞ୍ଜନ ମଲିକ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri