ନବୀନଙ୍କ ନିର୍ଦ୍ଦେଶକୁ ବି ଆଉ ମାନୁନାହାନ୍ତି ବିଜେଡି ନେତା

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର): ବିଜେଡିରେ ଆଉ କେହି କାହା କଥା ମାନିବାକୁ ରାଜିନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମଧ୍ୟ କେତେଜଣ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ନବୀନ ଜାରି କରିଥିବା ନିର୍ଦ୍ଦେଶକୁ ଦଳ ଏକ ଗୋଷ୍ଠୀ ବାରମ୍ବାର ଉଲ୍ଲଂଘନ କରୁଥିବାର ନଜିର ସାମ୍ନାକୁ ଆସିଛି। ରାଜ୍ୟବ୍ୟାପୀ ଦଳ ଭିତରେ ଗୋଟିଏ କଥାକୁ ନେଇ ବିରୋଧ ହେଉଥିଲେ ବି ଏନେଇ କିଛି ଫରକ ପଡୁନାହିଁ। ଗୋଟିଏ ଗୋଷ୍ଠୀ ନିଜର ଜିଦ୍‌କୁ ପ୍ରମାଣ କରିବାକୁ ଜୋର୍‌ଦାର ପ୍ରୟାସ ଆରମ୍ଭ କରିଦେଇଛି।

କିଛି ମାସ ତଳେ ନବୀନ ଦଳର ସବୁ କମିଟିକୁ ରଦ୍ଦ କରିଦେଇଥିଲେ। ସେହି କ୍ରମରେ ଦଳର ଯୁବ, ଛାତ୍ର ଓ ମହିଳା ସାମ୍ମୁଖ୍ୟ ରଦ୍ଦ ହେବା ସହ ଏ ପର୍ଯ୍ୟନ୍ତ ଏହାର ପୁନର୍ଗଠନ ମଧ୍ୟ ହୋଇନାହିଁ। ତେଣୁ ବିଜେଡିର ବିଭିନ୍ନ ଜିଲାର ଯୁବ, ଛାତ୍ର ଓ ମହିଳା ନେତା ଏବଂ କର୍ମୀ, ଯେଉଁମାନେ ଦୀର୍ଘଦିନ ଧରି ଦଳ ପାଇଁ କାମ କରିଆସୁଛନ୍ତି, ସେମାନଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଦଳର ଯୁବ ଓ ଛାତ୍ର ସାମ୍ମୁଖ୍ୟ ନ ଥିଲେ ସୁଦ୍ଧା ବିଧାୟକ ବ୍ୟୋମକେଶ ରାୟ ନିଜକୁ ଯୁବ ସଭାପତି ଏବଂ ଦେବୀରଞ୍ଜନ ତ୍ରିପାଠୀ ନିଜକୁ ଛାତ୍ର ସଭାପତି ବୋଲି ବାରମ୍ବାର ଉଲ୍ଲେଖ କରୁଛନ୍ତି। ଏହାକୁ ନେଇ ରାଜ୍ୟବ୍ୟାପୀ ଦଳର ଯୁବ ଓ ଛାତ୍ର ସଙ୍ଗଠନ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିକଟରେ ଦଳ ଗଠନ କରିଥିବା କମିଟିରେ ବ୍ୟୋମକେଶଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ମିଳିଛି। ହେଲେ ସେ ସେହି ପଦବୀ କଥା ଉଲ୍ଲେଖ ନ କରି ଦଳ ପକ୍ଷରୁ ଆସୁଥିବା ପ୍ରେସ୍‌ ବିଜ୍ଞପ୍ତିରେ ନିଜକୁ ଦଳର ଯୁବ ସଭାପତି ବୋଲି କହୁଛନ୍ତି। ଏହାର ଉଦାହରଣ ବିଜେଡି ପକ୍ଷରୁ ବୁଧବାର ଆସିଥିବା ଯୁବ ଓ ଛାତ୍ର ପକ୍ଷରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍‌ ଆନ୍ଦୋଳନ ସମ୍ପର୍କିତ ପ୍ରେସ୍‌ ବିଜ୍ଞପ୍ତି ଦେଖିଲେ ସ୍ପଷ୍ଟ ଜଣାପଡିଛି। କେବଳ ସେତିକି ନୁହେଁ, ନିକଟରେ ପୁରୀଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବ୍ୟୋମକେଶ ମଞ୍ଚ ପରିଚାଳନା କରୁଥିବା ବେଳେ ପୂର୍ବରୁ ଯୁବ ଓ ଛାତ୍ର ଜନତା ଦଳର ଯିଏ ଯେଉଁ ପାହ୍ୟାରେ ଥିଲେ ସେମାନଙ୍କୁ ତାଙ୍କ ପଦବୀ ସହିତ ମଞ୍ଚକୁ ଡାକିଥିଲେ। ଯାହାକୁ ଶୁଣି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଓ ଛାତ୍ର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି କେତେଜଣ ନେତା କିପରି ନବୀନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଜଣେ ଯୁବ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଯେଉଁମାନେ ପୂର୍ବରୁ ଯୁବ ଓ ଛାତ୍ରର ମୁଖ୍ୟ ପଦ ପଦବୀରେ ରହିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାଜପୁରର ଜଣେ ପାଓ୍ବାର ଫୁଲ୍‌ ନେତାଙ୍କ ଅନୁଗତ। ଦଳ ଗତ ନିର୍ବାଚନରେ ପରାଜୟ ପରେ ସେହି ନେତାଙ୍କ ପତିଆରାରେ ହାନି ଘଟିଛି। ହେଲେ ଏବେ ଧୀରେ ଧୀରେ ଯାଜପୁରର ସେହି ନେତା ନିଜ ଅନୁଗତମାନଙ୍କୁ ପୁଣି ଥରେ ଏହିପରି ଯୁବ ଓ ଛାତ୍ର ସଙ୍ଗଠନକୁ ନିଜ ଅକ୍ତିଆରରେ ନେବାକୁ ଏହିଭଳି ଏକ ରାସ୍ତା ବାଛିଛନ୍ତି। ଏହାଦ୍ୱାରା ସେମାନେ ମଧ୍ୟ ଯୁବ ଓ ଚାତ୍ର ସଙ୍ଗଠନ ହାତେଇବାକୁ ଲାଗିପଡିଲେଣି। ଖୁବ୍‌ଶୀଘ୍ର ଏକଥାକୁ ଜୋର୍‌ଦାର ବିରୋଧ କରାଯିବ। ଦଳରେ ଯଦି ସେହି ଗୋଷ୍ଠୀ ଏହିଭଳି କ୍ଷମତା ହାତେଇବାକୁ ପୂର୍ବଭଳି ଚେଷ୍ଟା କରନ୍ତି ତେବେ ଦଳର ଯୁବ ଓ ଛାତ୍ର ସଙ୍ଗଠନ ଭୁଶୁଡ଼ିପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?