‘ବାଲେଶ୍ୱର ପୌରପାଳିକା କର୍ପୋରେଶନ ମାନ୍ୟତାରୁ ବଞ୍ଚିତ’

ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜନସାଧାରଣଙ୍କ ବହୁଦିନର ଦାବି ବାଲେଶ୍ୱର ପୌରପାଳିକାକୁ କର୍ପୋରେଶନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାଖାପାଖି ସାଢ଼େ ୩ବର୍ଷ ରାଜ୍ୟ ସରକାର ସହରାଞ୍ଚଳବାସୀଙ୍କୁ ନିର୍ବାଚିତ ଲୋକପ୍ରତିନିଧି ନ ଦେଇ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପୌରାଞ୍ଚଳ ଶାସନଭାର ଦେବା ନଗରବାସୀଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର ସହର ଏକ ସଂସ୍କୃତିସମ୍ପନ୍ନ ସହର ଭାବେ ପରିଚିତ। ଚାନ୍ଦିପୁର ପରି ସୁବର୍ଣ୍ଣ ବେଳାଭୂମି ସହ ଆଇଟିଆର୍‌, ପିଏକ୍ସଇ ଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ ସଂସ୍ଥା ମାନ ରହିଛି। ବିଧାୟକ ଥିଲା ବେଳେ ବାରମ୍ବାର ବାଲେଶ୍ୱରକୁ କର୍ପୋରେଶନରେ ପରିଣତ କରିବା ପାଇଁ ବିଧାନସଭାରେ ଦାବି କରିଥିଲେ। ଏ ଦିଗରେ ମଧ୍ୟ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା ଏବଂ ପୌରପାଳିକା ଚତୁଃପାଶର୍‌ବରେ ଥିବା ଗ୍ରାମାଞ୍ଚଳକୁ କର୍ପୋରେଶନ ପରିସରଭୁକ୍ତ କରିବା ପାଇଁ ସର୍ଭେ କାର୍ଯ୍ୟ କରିବା ସହ ସରପଞ୍ଚଙ୍କଠାରୁ ଏନ୍‌ଓସି ମଧ୍ୟ ନିଆଯାଇଥିଲା। ଏହାସତ୍ତ୍ୱେ ପୌର ନିର୍ବାଚନ ପୂର୍ବରୁ ବାଲେଶ୍ୱରକୁ କର୍ପୋରେଶନର ମାନ୍ୟତା ନ ଦେବା କେବଳ ପ୍ରଶାସନିକ ଅବହେଳା ନୁହେଁ ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ପୂର୍ବତନ ବିଧାୟକ ତଥା ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ଭାଜପା ତରଫରୁ ବାଲେଶ୍ୱର ଓ ଭଦ୍ରକ ଜିଲା ଦାୟିତ୍ୱରେ ଥିବା ପ୍ରଭାରୀ ଦାଶ ପ୍ରକାଶ କରିଛନ୍ତି।
ଦୀର୍ଘଦିନ ନିର୍ବାଚନ ନ କରି ବାଲେଶ୍ୱର ଓ ଭଦ୍ରକ ଦୁଇଟି ଜିଲାରେ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରି ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି। ସହରାଞ୍ଚଳ ପରିମଳ ଯୋଜନାରେ ପ୍ରକୃତ କାର୍ଯ୍ୟ କରା ନ ଯାଇ ଅର୍ଥ ହରିଲୁଟ୍‌ କରାଯାଇଛି। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟାରେ ସହରବାସୀ ଉବୁଟୁବୁ ହେଉଛନ୍ତି। ଏତେ ବିଳମ୍ବରେ ନିର୍ବାଚନ କରି ମଧ୍ୟ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟାରେ ଶାସକଦଳର ପତିଆରାକୁ ବଜାୟ ରଖିବା ପାଇଁ ପାତରଅନ୍ତର ନୀତି ଅବଲମ୍ବନ କରାଗଲା ଓ ଭୋଟରଲିଷ୍ଟରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ଆଗାମୀ ପୌରନିର୍ବାଚନରେ ଜନସାଧାରଣ ଏପରି ଅସାମ୍ବିଧାନିକ କାର୍ଯ୍ୟର ଠିକ୍‌ ଜବାବ ଦେବେ। ବାଲେଶ୍ୱରର ୫ଟି ଓ ଭଦ୍ରକରେ ୪ଟି ସହରାଞ୍ଚଳରେ ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବା ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୌର ନିର୍ବାଚନ ଜିଲା ସଂଯୋଜକ ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ଉପସଭାପତି କମଲଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଓ ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri