ଜାତୀୟ କ୍ରୀଡ଼ା ଦିବସରେ ପୋଲିସ ଡିଜିପିଙ୍କଠାରୁ ସମ୍ମାନିତ ହେଲେ ବଲାଲ ଖାନ

ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର ସୁପରିଚିତ ବଡିବିଲଡର ବଲାଲ ଖାନଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସମ୍ମାନିତ କରିବା ସହିତ ମେଡାଲ ଏବଂ ପ୍ରଂଶସା ପତ୍ର ପ୍ରଦାନ କରିଛନ୍ତି। କଟକ ସ୍ଥିତ ଡିଜିପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହା ପ୍ରଦାନ କରାଯାଇଛି। ୨୦୨୪- ୨୫ ବର୍ଷରେ ଲଖନ ଠାରେ ଆୟୋଜିତ ଅଲ ଇଣ୍ଡିଆ ଲେବଲ ପୋଲିସ ପ୍ରତିଯୋଗିତା ରେ ଛତ୍ରପୁରର ବଡିବିଲଡର ବଲାଲ ଖାନ ବେଶ ସଫଳତା ହାସଲ କରିଥିଲେ। ଏହାକୁ ଆଧାର କରି ତାଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସମ୍ବର୍ଦ୍ଧନା ପାଇବା ପରେ ସେ ଗଞ୍ଜାମ ଏସପିଙ୍କ ଠାରୁ ଆରମ୍ଭ କରି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ କ୍ରୀଡ଼ାବିତ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ପୂର୍ବରୁ ସେ ବହୁବାର ବିଭିନ୍ନ ଜାତୀୟ, ରାଜ୍ୟ ଏବଂ ଜିଲା ସ୍ତରରେ ପୁରସ୍କୃତ ହେବା ସହିତ, ବିଭିନ୍ନ ପ୍ରତିଯୋଗିତାରେ ନିଜର ଦକ୍ଷତା ଦେଖାଇ ବେଶ ସଫଳତା ହାସଲ କରି ବିଭିନ୍ନ ମେଡାଲ ଓ ପଦକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରୱାନା: ଏବେ ହେଲେ…

ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’…

ଆକାଉଣ୍ଟରେ ଏତିକି ଟଙ୍କା ଡିପୋଜିଟ ଅଛି କି? ଜୁଲାଇ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ…

ବର୍ତ୍ତମାନ ପ୍ରାୟ ସବୁ ଲୋକଙ୍କର ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି। ପ୍ରତି ମାସରେ ଆପଣ ଏକ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମଧ୍ୟ…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri