Posted inଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ପୂରଣ ହେଲା ଦୁଇ ବର୍ଷ: ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ରାଜନାଥ, ଶାହା

ନୂଆଦିଲ୍ଲୀ,୨୬ ।୨: ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ୨୬ ଫେବୃୟାରୀରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯେଉଁଥିରେ ଆତଙ୍କବାଦୀ ଓ ଆତଙ୍କବାଦୀଙ୍କ ଶିବିରକୁ ନଷ୍ଟ କରିଦିଆଯାଇଥିଲା । ଶୁକ୍ରବାର ଏହି ବାଲାକୋଟ ଷ୍ଟ୍ରାଇକକୁ ୨ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟମାନେ ବାୟୁସେନାର ପରାକ୍ରମକୁ ସଲାମ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ବାଲାକୋଟ ସଫଳତା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟ କରିବାର ଭାରତର ଦୃଢ ଇଚ୍ଛା ଶକ୍ତିର ପରିଚୟ ଦେଇଥିଲା । ସେହିପରି ଶାହା ଟୁଇଟ୍ କରି ଲେଖିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଆତଙ୍କବାଦୀ ବିରୋଧରେ ନିଜର ନୀତିକୁ ପୁନଃ ସ୍ପଷ୍ଟ କରିଥିଲା । ସେ ପୁଲୱାମା ବୀର ଶହୀଦଙ୍କୁ ସ୍ମରଣ କରିବା ସହ ବାୟୁସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଯବାନଙ୍କ ସୁରକ୍ଷା ସବୁଠାରୁ ଆଗରେ ବୋଲି ଶାହା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜରିମାନା ଦେବା ଭୟରେ ପୁଅକୁ କୋଠରୀରେ ବନ୍ଦ ରଖିଲେ ପିତା

ଆଗ୍ରା, ୧୧।୯: ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜରିମାନା ଦେବା ଭୟରେ ନାବାଳକ ପୁଅକୁ କୋଠରୀରେ ବନ୍ଦ କରି ରଖିଛନ୍ତି ପିତା।...

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦...

କଂଗ୍ରେସକୁ ଯିବା ବଦଳରେ କୂଅକୁ ଡେଇଁବା ଭଲ, ବନ୍ଧୁଙ୍କ ପରାମର୍ଶରେ ଗଡ଼କରୀଙ୍କ ଉତ୍ତର…

ନାଗପୁର, ୨୯।୮ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିଥିବା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ତାଙ୍କୁ ଜଣେ ବନ୍ଧୁ କଂଗ୍ରେସରେ ଯୋଗଦେବାକୁ...

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି...

୧୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: କ୍ରୀଡାବିତଙ୍କୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ଶନିବାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ...

ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ। ଗୋଟିଏ ଦିନ ରହିବା...

ପ୍ରେସକ୍ରିପଶନ ଉପରେ ଶ୍ରୀହରି ଲେଖିବାକୁ ଡାକ୍ତରଙ୍କୁ ଶିବରାଜଙ୍କ ପରାମର୍ଶ…

ଭୋପାଳ,୧୫।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଭାଜପାର ହିନ୍ଦୀକୁ ସରକାରୀ ଭାଷାରେ ସାମିଲ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସେ...

ଅପରାହ୍ନ ୩ଟା ସୁଦ୍ଧା ନାଗାଲାଣ୍ଡରେ ୭୩ ପ୍ରତିଶତ, ମେଘାଳୟରେ ୬୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୨୭ା୨: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୭ରୁ ଆରମ୍ଭ ହୋଇଛି। ଉଭୟ ରାଜ୍ୟରେ ୬୦-୬୦ ଆସନ ରହିଛି। ଏଥିମଧ୍ୟରୁ କେବଳ...

Advertisement
Archives

Model This Week