ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ ବଦଳିଯାଇଛି। ଆରମ୍ଭରେ ପୁରୁଷ ଓ ମହିଳାଙ୍କ ବିପୁଳ ଭିଡ଼ ଦେଖାଯାଉଥିବା ଏହି ଆନ୍ଦୋଳନ ରାଜଧାନୀରେ ପହଞ୍ଚିବା ବେଳକୁ ମାତ୍ର ୧୫ ରୁ ୨୦ ଜଣଙ୍କ ମଧ୍ୟରେ ସୀମିତ ହୋଇଯାଇଛି। ତେବେ ଏହି ଆନ୍ଦୋଳନ ଜରିଆରେ ନିଜ ଦଳର ସରକାରକୁ ଘସିପୁରାର ଭାଜପା କର୍ମୀ ଯଜ୍ଞ ପ୍ରସାଦ ସାହୁ ଗଣମାଧ୍ୟମ ଆଗରେ ତୀବ୍ର ଟାର୍ଗେଟ କରିବା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାଜପା କର୍ମୀ ଯଜ୍ଞ ପ୍ରସାଦ ସାହୁ ସିଧାସଳଖ ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଶାସନିକ ଅଧିକାରୀମାନେ ବୈତରଣୀ ନଦୀକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ଆନ୍ଦୋଳନକାରୀମାନେ ଲୋକସେବା ଭବନ ଅଭିମୁଖେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିବାରୁ ସେ କ୍ଷୋଭ ପ୍ରକାଶ କରି ପ୍ରଶ୍ନ ଉଠାଇଛନ୍ତି ଯେ, “ଏଇଟା କି ପ୍ରକାର ଶାସନ ବ୍ୟବସ୍ଥା ଏବଂ କି ପ୍ରକାର ପ୍ରଶାସନିକ ବ୍ୟବସ୍ଥା?” ଯଜ୍ଞଙ୍କ ଏହି ମନ୍ତବ୍ୟ ଖୋଦ୍ ତାଙ୍କ ଜିଲାର ମୁଖ୍ୟମନ୍ତ୍ରୀ, ରାଜ୍ୟର ଭାଜପା ସରକାର, ପୋଲିସ ଓ ପ୍ରଶାସନକୁ ସିଧାସଳଖ କାଠଗଡ଼ାକୁ ଟାଣିଛି।

ଏହି ଆନ୍ଦୋଳନ ପଛରେ ପୁରୁଣା ରାଜନୈତିକ ହିସାବ ନିକାଶ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଯଜ୍ଞଙ୍କ ରାଜନୈତିକ ଅତୀତକୁ ନେଇ ଏବେ ସମୀକ୍ଷା ଆରମ୍ଭ ହୋଇଛି, କାରଣ ଗତ ନିର୍ବାଚନ ସମୟରେ ସେ ଭାଜପାରେ ଥାଇ ମଧ୍ୟ ଦଳ ବିରୋଧରେ ଯାଇ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ “ଅଟୋ ଚିହ୍ନ ଜିନ୍ଦାବାଦ” ନାରା ଦେଇ ଜୋରଦାର ପ୍ରଚାର କରିଥିଲେ। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଯଜ୍ଞଙ୍କର ଏହି “ବୈତରଣୀ ବଞ୍ଚାଅ” ଆନ୍ଦୋଳନ ପଛରେ ବାସ୍ତବରେ ଅଟୋ ଚିହ୍ନର ସ୍ୱାର୍ଥ ରହିଛି କି?

ବର୍ତ୍ତମାନ ବର୍ଷା ଋତୁ ଯୋଗୁ ସମସ୍ତ ବାଲିଘାଟ ବନ୍ଦ ଥିବା ବେଳେ, ଭାଜପା କର୍ମୀ ଯଜ୍ଞଙ୍କ ନେତୃତ୍ୱରେ ହେଉଥିବା ଏହି ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ସଂଖ୍ୟା ହ୍ରାସ ପାଇବା ଏହାର ପ୍ରକୃତ ଉଦ୍ଦେଶ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜ ଦଳର ସରକାରଙ୍କୁ ଟାର୍ଗେଟ କରି କରାଯାଉଥିବା ଏହି ଆନ୍ଦୋଳନ କାହା ସ୍ୱାର୍ଥରେ, ତାହାକୁ ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?