ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟବସାୟ, ଅର୍ଥ, ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟସେବା, ଜନନୀତି ତଥା ଉଦ୍ୟମିତା ସହ ଜଡ଼ିତ ଅଗ୍ରଣୀ ମହିଳା ନେତୃବର୍ଗଙ୍କୁ ସମ୍ମାନିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଦେଶର ଅର୍ଥନୈତିକ ଏବଂ ବ୍ୟବସାୟିକ ପରିଦୃଶ୍ୟକୁ ଆକାର ଦେବାରେ ନେତୃତ୍ୱ ଗ୍ରହଣ କରିଥିବା ୧୦୦ଜଣ ମହିଳାଙ୍କୁ ସ୍ବୀକୃତି ପ୍ରଦାନସ୍ବରୂପ ଫର୍ଚ୍ୟୁନ୍‌ ଇଣ୍ଡିଆ ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ ୨୦୨୬ ତାଲିକାର ଉନ୍ମୋଚନ କରାଯାଇଥିଲା ।ନେତୃତ୍ୱର ଭବିଷ୍ୟତ, କୃତ୍ରିମ ବୁଦ୍ଧିମତ୍ତା, ଆର୍ଥିକ ସଶକ୍ତୀକରଣ, ଉଦ୍ୟମିତା, ସମାବେଶ ତଥା ରାଷ୍ଟ୍ରନିର୍ମାଣ ଆଦି ବିଷୟ ଉପରେ ଆଲୋଚନା ଓ ବାର୍ତ୍ତାଳାପ ସହ ସମାରୋହ ସରଗରମ ହୋଇଉଠିଥିଲା ।

ସମାରୋହର ଅନ୍ୟତମ ଉଲ୍ଲେଖନୀୟ ମୁହୂର୍ତ୍ତରେ, ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ଏ ବର୍ଷର ନଂ.୧ ସବୁଠାରୁ ପ୍ରଭାବଶାଳୀ ମହିଳା- ନୀତା ଅମ୍ବାନୀ ସହାନୁଭୂତି, ସମାବେଶ ଏବଂ ସୁଯୋଗ ଆଧାରିତ ନେତୃତ୍ୱର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଭାରତର ଭବିଷ୍ୟତ ପାଇଁ ଝିଅମାନଙ୍କ କଲ୍ୟାଣ ଉପରେ ମନୋନିବେଶ କରିବାର ଗୁରୁତ୍ୱ ପ୍ରସଙ୍ଗରେ ଜୋର୍‌ ଦିଆଯିବାର ଆବଶ୍ୟକତା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ ।

ସମାରୋହରେ ଯୋଗ ଦେଇଥିବା ବ୍ୟବସାୟିକ ନେତୃବୃନ୍ଦ ମଧ୍ୟ ମତ ପ୍ରଦାନ କରିଥିଲେ ଯେ ଯଦିଓ ଏଆଇ, ଭୌଗୋଳିକ ଓ ରାଜନୈତିକ ତଥା ଦ୍ରୁତ ବୈଷୟିକ ପରିବର୍ତ୍ତନ ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଆଣୁଛି, ତଥାପି ସୁଦୃଢ଼ ନେତୃତ୍ୱ ଉତ୍ସୁକତା, ଦୃଢ଼ତା, ଗ୍ରାହକ କୈନ୍ଦ୍ରିକତା ଏବଂ ମାନବିକ ବିଚାରଶୀଳତା ଉପରେ ନିର୍ଭର କରିବା ଜାରି ରଖିବ ।

ଆର୍ଥିକ ସମାବେଶିତା ଉପରେ ଅନୁଷ୍ଠିତ ବାର୍ତ୍ତାଳାପରେ ଏହା ସ୍ପଷ୍ଟ ରୂପେ ରେଖାଙ୍କିତ ହୋଇଥିଲା ଯେ ନାରୀ ସଶକ୍ତୀକରଣର ପରବର୍ତ୍ତୀ ପର୍ଯ୍ୟାୟ କେବଳ ଆର୍ଥିକ ସେବାଗୁଡ଼ିକ ପ୍ରତି ପହଞ୍ଚ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ତାହା ସକ୍ରିୟ ଧନ ସୃଜନ ଓ ଆର୍ଥିକ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ବିସ୍ତାରିତ ହେବ ।

ଏହି କାର୍ଯ୍ୟକ୍ରମରେ ସମାବେଶୀ କର୍ମସ୍ଥଳ ନିର୍ମାଣ କରିବା, ସଶକ୍ତ ଉପଭୋକ୍ତା ବ୍ରାଣ୍ଡ ସୃଷ୍ଟି କରିବା ତଥା ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ପୋଷଣ ଓ ସ୍ବାସ୍ଥ୍ୟସେବାର ଭୂମିକା ଉପରେ ମଧ୍ୟ ଗହନ ଆଲୋଚନା କରାଯାଇଥିଲା ।

ନେତୃତ୍ୱ କ୍ଷେତ୍ରରେ ଭାରତର ସବୁଠାରୁ ପ୍ରଭାବଶାଳୀ ମଞ୍ଚ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ ପ୍ଲାଟ୍‌ଫର୍ମ’ର ୨୦୨୬ ସଂସ୍କରଣ ବ୍ୟବସାୟ ଓ ସମାଜରେ ନାରୀମାନଙ୍କର ସାର୍ଥକ ପ୍ରଭାବକୁ ସ୍ବୀକୃତି ଦେବାରେ ଫର୍ଚ୍ୟୁନ୍‌ ଇଣ୍ଡିଆ ନିଜର ପ୍ରତିବଦ୍ଧତାକୁ ପୁନଶ୍ଚ ଦୋହରାଇଛି ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri