ସିସିଟିଭି ନଜରରେ ବଡ଼ଦାଣ୍ଡ

ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍‌. କେ. ଶର୍ମା ଚୂଡ଼ାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଶେଷ ପ୍ରସ୍ତୁତି ବୈଠକ ହୋଇଛି। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ମୁତୟନ ସମ୍ପର୍କିତ କଡ଼ା ନିୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପି କନୱର ବିଶାଲ ସିଂଙ୍କ ଉପସ୍ଥିତିରେ ପୋଲିସ ଅଧିକାରୀମାନଙ୍କୁ କଟକଣାକୁ ପାଳନ କରାଇବା ପାଇଁ ଦାୟିତ୍ୱ ଦିଆଯାଇଛି। ପୋଲିସ ମୁତୟନ ଦୃଷ୍ଟିରୁ ବଡ଼ଦାଣ୍ଡକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଥିବା ବେଳେ ପୂରା ସହରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ନେଇ ଏଡିଜି ଶର୍ମା କହିଛନ୍ତି। ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳକୁ ୧ ନମ୍ବର ଓ ଶ୍ରୀଗୁଣ୍ଡିଚା ନିକଟବର୍ତ୍ତୀ ଅଞ୍ଚଳକୁ ୪ ନମ୍ବର ଜୋନ୍‌ରେ ରଖାଯାଇଥିବା ବେଳେ ମାର୍କେଟ ଛକ ଓ ମେଡିକାଲ ଛକକୁ ଯଥାକ୍ରମେ ୨ ଓ ୩ ନମ୍ବର ଜୋନ୍‌ରେ ରଖାଯାଇଛି। ଏହି ୪ଟି ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି ରହିବା ନେଇ ଆଇନଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି। ସେହିଭଳି ଶ୍ରୀମନ୍ଦିର ଚାରିପାଖକୁ ୬ଟି ଜୋନ୍‌ ଓ ବଡ଼ଦାଣ୍ଡ ବାହାର ଅଞ୍ଚଳକୁ ୨ଜୋନ୍‌ରେ ରଖାଯାଇଛି।

ରଥ ସୁରକ୍ଷା ବଳୟ ପାଇଁ ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୬ ଇନ୍ସପେକ୍ଟର ଓ ୧୮ଜଣ ସବଇନ୍ସପେକ୍ଟରଙ୍କୁ ଦାୟିତ୍ୱରେ ରଖାଯାଇଛି। ଏହାବ୍ୟତୀତ ରଥ ସୁରକ୍ଷା ଦାୟିତ୍ୱରେ ୧୮ ସେକ୍ସନ୍‌ ପୋଲିସ ମୁତୟନ ହେବେ। ରଥଟଣା ହେବା ବେଳେ ଏହାର ଚାରିପାଖରେ ରଖାଯାଇଥିବା ସୁରକ୍ଷା ବଳୟ ଦାୟିତ୍ୱରେ ୩ଜଣ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୯ ଇନ୍ସପେକ୍ଟର, ୯ ସବ୍‌ଇନ୍ସପେକ୍ଟର ଓ ୨୧ ସେକ୍ସନ୍‌ର ଫୋର୍ସ ମୁତୟନ ହେବେ। ଏହିଭଳି ଭାବରେ ୧୧ଟି ଜୋନ୍‌ ପାଇଁ ମଧ୍ୟ ପୋଲିସ ମୁତୟନର ବ୍ୟାପକ ବ୍ୟବସ୍ଥା ହୋଇଛି। ଛାତ ଉପରେ ହୋଇଥିବା ସୁରକ୍ଷା ବ୍ୟବସ୍ଥା ପାଇଁ ୫୫୪ଜଣ ହୋମଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ମୋବାଇଲ ଭ୍ୟାନ୍‌, କଣ୍ଟ୍ରୋଲ ଓ ସବ୍‌କଣ୍ଟ୍ରୋଲ୍‌ ରୁମ୍‌ ଓ ଜରୁରିକାଳୀନ ସ୍ଥିତି ପାଇଁ ମଧ୍ୟ ପୋଲିସ ଫୋର୍ସ ମୁତୟନ ହେବେ। ସର୍ବମୋଟ୍‌ ଅତିରିକ୍ତ ଏସ୍‌ପି ପାହ୍ୟାର ୧୦ଜଣ, ଡିଏସ୍‌ପି ପାହ୍ୟାର ୩୧ଜଣ, ଇନ୍ସପେକ୍ଟର ୬୪ ଓ ସବଇନ୍ସପେକ୍ଟର ଓ ଏଏସ୍‌ଆଇ ୨୨୨ଜଣ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବେ। ସମୁଦାୟ ୩୨୭ଜଣ ପୋଲିସ ଅଧିକାରୀଙ୍କୁ ରଥଯାତ୍ରାରେ ମୁତୟନ କରାଯିବ। ସେହିଭଳି ୧୮୨ଜଣ ହାବିଲଦାର, ୫୬ ଏପିଆର୍‌, ୬୫ ପ୍ଲାଟୁନ୍‌ ଫୋର୍ସ ଓ ୭୩୮ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ।

ଅନ୍ୟପକ୍ଷେ ସିସିଟିଭି କ୍ୟାମେରାର ମଧ୍ୟ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ୨୫ଟି ସିସିଟିଭି କ୍ୟାମେରା ଲଗାଯିବ। ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ବଡ଼ଦାଣ୍ଡରେ ମଧ୍ୟ ମୋବାଇଲ ମ୍ୟାନ(ପୋଲିସ କର୍ମଚାରୀ) ଭାବେ ନଜର ରଖିବେ। ବୈଠକ ପରେ ସନ୍ଧ୍ୟାରେ ପୁରୀ ଏସ୍‌ପି ପୂରା ଟିମ୍‌ର ଅଧିକାରୀମାନଙ୍କ ସହ ବଡ଼ଦାଣ୍ଡରେ ଚାଲିଚାଲି ଏଡିଜି ସ୍ଥିତି ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ଏସପି ସବୁ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ଛକଗୁଡ଼ିକରେ ରହିବା ନିର୍ଦ୍ଦେଶ ଦେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେହିଭଳି ପାର୍କିଂ ବ୍ୟବସ୍ଥାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଗଣମାଧ୍ୟମ ପ୍ରତିନିଧି, ଶ୍ରୀମନ୍ଦିର ଓ ଜିଲା ପ୍ରଶାସନର କର୍ମଚାରୀମାନଙ୍କ ପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ସ୍ଥାନରେ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ସେବାୟତମାନେ ଦୁଇ ଚକିଆ ଯାନ ନେଇ ଆସିଲେ ସମ୍ପୃକ୍ତ ଗଳି ନିକଟରେ ଗାଡ଼ି ରଖିବେ ବୋଲି ସୂଚନା ମିଳିଛି। ସେହିଭଳି କର୍ଫ୍ୟୁ ସମୟରେ ଜନତାଙ୍କ ଜରୁରିକାଳୀନ ସମସ୍ୟା ପାଇଁ ଗ୍ରୀନ୍‌ କରିଡର ଓ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସହରବାସୀ ବିନା ଜରୁରିକାଳୀନ ସ୍ଥିତିରେ ଘରୁ ନ ବାହାରି ସିଧା ପ୍ରସାରଣ ମାଧ୍ୟମରେ ରଥଯାତ୍ରା ଦେଖିବା ପାଇଁ ପୋଲିସ ପ୍ରଶାସନ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri