ଚିନ୍ତାରେ ବାବୁ

Dillip Cherian

ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ଓ ଭତ୍ତାଗୁଡ଼ିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କୁ ଦିଆଯାଇଥିବା ଅତିରିକ୍ତ ୨୫% ବେସିକ୍‌ ପେ ସହିତ ଅନ୍ୟସବୁ ପ୍ରୋତ୍ସାହନ ପ୍ରତ୍ୟାହାର ହେବ ଓ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଉକ୍ତ ନିର୍ଦ୍ଦେଶରେ ସୂଚିତ କରାଯାଇଛି। ଜଣାପଡ଼ିଛି ଯେ, ଆସାମ-ମେଘାଳୟ ଜଏଣ୍ଟ କ୍ୟାଡର, ସିକିମ, ନାଗାଲାଣ୍ଡ, ତ୍ରିପୁରା ଏବଂ ମଣିପୁର କ୍ୟାଡର ଅଧୀନରେ ରହିଥିବା ଆଇଏଏସ୍‌ ,ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ (ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀମାନଙ୍କ ପାଇଁ ୨୦୦୯ରେ ୟୁପିଏ ସରକାରଙ୍କ ଦ୍ୱାରା ଅତିରିକ୍ତ ଆର୍ଥିକ ଭତ୍ତା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପୁନଶ୍ଚ ନର୍ଥଇଷ୍ଟ କ୍ୟାଡର ଅଧୀନରେ ଥିବା ଟ୍ରାଇବାଲ ଅଲ୍‌ ଇଣ୍ଡିଆ ସର୍ଭିସ ଅଧିକାରୀମାନେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଥିବାବେଳେ ସେମାନଙ୍କୁ ପ୍ରଦାନ କରାଯାଉଥିବା ଦେୟଯୋଗ୍ୟ ଆୟକରର ପ୍ରତିପୂର୍ତ୍ତି ପ୍ରୋତ୍ସାହନକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ଏହା ସହ ୨୦୦୭ରେ ଅବସର ପରେ ସେମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ଗୃହ ସୁବିଧାକୁ ବି ପ୍ରତ୍ୟାହାର କରାଯାଇଛି। ଏହି ନିର୍ଦ୍ଦେଶରେ ପ୍ରଭାବିତ ବାବୁମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନେ କହିଛନ୍ତି ଯେ,ଏହି ଅଞ୍ଚଳରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ବିଚାରକୁ ନ ନେଇ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗମା କେନ୍ଦ୍ର ସରକାରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଲାଗି କହିବେ ବୋଲି କହିିଛନ୍ତି। ବାବୁମାନେ ମଧ୍ୟ ସେମାନଙ୍କ ତରଫରୁ ପ୍ରତିନିଧିମାନଙ୍କୁ କେନ୍ଦ୍ରକୁ ପଠାଇ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ଦାବି କରିବା ଲାଗି ଯୋଜନା କରୁଛନ୍ତି।
ବିବାଦୀୟ ପଦୋନ୍ନତି
ହରିୟାଣାରେ ଆଇପିଏସ୍‌ ଅଧିକାରୀମାନଙ୍କ ପଦୋନ୍ନତିକୁ ନେଇ କଡ଼ା ସମାଲୋଚନାର ସ୍ବର ଉଠିଛି। ଏହି ସ୍ଥିତିରେ ମନୋହରଲାଲ ଖଟ୍ଟର ସରକାର ରାଜ୍ୟରେ ଆଇପିଏସ୍‌ ଅଧିକାରୀଙ୍କ କ୍ୟାଡର ମ୍ୟାନେଜ୍‌ମେଣ୍ଟର ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଗୃହ ସଚିବ ବିନୟ ସିଂଙ୍କ ନେତୃତ୍ୱରେ ଗଠିତ ଉକ୍ତ କମିଟିରେ ରାଜ୍ୟ ଆଇନ ବିଭାଗର ଦୁଇ ଜଣ ଅଧିକାରୀ ସାମିଲ ହୋଇଛନ୍ତି। ମେ’ପ୍ରାରମ୍ଭରେ ଯେତେବେଳେ ୪ ଜଣ ଆଇଜିପି ର଼୍ୟାଙ୍କ ଅଧିକାରୀଙ୍କୁ ଅତିରିକ୍ତ ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦିଆଗଲା ସେତେବେଳେ ଭିତରେ କୁହୁଳୁଥିବା ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଲୋକଲୋଚନକୁ ଆସିଗଲା। ରାଜ୍ୟରେ କେବଳ ୧୪ଟି ପଦବୀ ଏଡିଜିପି ର଼୍ୟାଙ୍କ ଲାଗି ଉଦ୍ଦିଷ୍ଟ ଥିବାବେଳେ ଉକ୍ତ ପଦୋନ୍ନତିି ଯୋଗୁ ଏଡିଜିପିଙ୍କ ସଂଖ୍ୟା ୧୭କୁ ବୃଦ୍ଧିପାଇଲା। ଉଦ୍ଦିଷ୍ଟ ୧୪ଟି ପଦବୀ ମଧ୍ୟରୁ ୬ଟି ହେଉଛି କ୍ୟାଡର ପଦବୀ ଓ ଅନ୍ୟସବୁ ଅଣ କ୍ୟାଡରର। ଏଣୁ ଅଭାବ ପୂରଣ କରିବା ଲାଗି ୪ଟି ଅଣ କ୍ୟାଡର ଡିଜିପି ପଦବୀକୁ ଏଡିଜିପିକୁ ପରିବର୍ତ୍ତନ କରିବା ପାଇଁ ହରିୟାଣା ପୋଲିସ ଜୋର୍‌ ଦେଇଛି। ସୂତ୍ରରୁ ପ୍ରକାଶ, ଭବିଷ୍ୟତରେ ଉଭୟ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କ ପଦୋନ୍ନତି ସକାଶେ ଏକ ନ୍ୟାୟସଙ୍ଗତ ପଦକ୍ଷେପ ଗ୍ରହଣ କରିବାକୁ ଖଟ୍ଟର ଚାହଁିଛନ୍ତି। ଏବେ ରାଜ୍ୟ ସରକାର ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର ଗୁପ୍ତାଙ୍କୁ ପ୍ରମୁଖ ସଚିବ ପଦବୀରୁ ଅତିରିକ୍ତ ମୁଖ୍ୟ ସଚିବକୁ ପଦୋନ୍ନତି ଦେଇଛନ୍ତି। ଏହାପରେ ପୋଲିସ ଅଧିକାରୀମାନେ ବର୍ତ୍ତମାନ ୧୯୯୧ ବ୍ୟାଚ୍‌ ଅଧିକାରୀମାନଙ୍କୁ ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦେବା ଲାଗି ଦାବି କରୁଛନ୍ତି। ବିନୟ ସିଂ କମିଟି ଏହି ସବୁ ପ୍ରସଙ୍ଗ ଅନୁଧ୍ୟାନ କରି ଉକ୍ତ ବିବାଦୀୟ ସମସ୍ୟାର ସମାଧାନର ବାଟ ବତାଇବ।
ନୂଆ ସିଡିଏସ୍‌, ନୂଆ ଆହ୍ବାନ
ଗତବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପୂର୍ବତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା। ଏହି ପଦବୀ ୯ମାସରୁ ଊର୍ଦ୍ଧ୍ୱ ହେବ ଖାଲି ରହିବା ପରେ ମୋଦି ସରକାର ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଜେନେରାଲ ଅନିଲ ଚୌହାନଙ୍କୁ ନିଯୁକ୍ତ କରିଛନ୍ତି। ସରକାରଙ୍କ ତତ୍‌କ୍ଷଣାତ ଘୋଷଣା ଦ୍ୱାରା ରାଓ୍ବତଙ୍କ ପରେ ଏହି ପଦବୀର ଉତ୍ତରାଧିକାରୀକୁ ନେଇ ଉଠିଥିବା ଗୁଞ୍ଜରଣ ଥମିଯାଇଛି। ଚୌହାନ ମିଲିଟାରି ବ୍ୟାପାର ବିଭାଗର ସଚିବ ଏବଂ ଚିଫ୍‌ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବେ। ସମ୍ଭବତଃ ଏହା ଏକ ସଂଯୋଗ ଯେ, ଜେନେରାଲ ଚୌହାନ ଜେନେରାଲ ରାଓ୍ବତଙ୍କ ୟୁନିଟ୍‌ରୁ ଆସିଛନ୍ତି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘନିଷ୍ଟ ବୋଲି କୁହାଯାଉଛି। ଏହା ବ୍ୟତୀତ ଚୌହାନ, ରାଓ୍ବତ ଓ ଡୋଭାଲ ତିନିହେଁ ଗଡଓ୍ବାଲ ଅଞ୍ଚଳରୁ ଆସିଛନ୍ତି। ଏହା ପୂର୍ବରୁ ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରି ଅପରେଶନ(ଡିଜିଏମ୍‌ଓ) ଏବଂ ଆର୍ମି କମାଣ୍ଡର, ଇଷ୍ଟର୍ନ କମାଣ୍ଡ ଭାବେ ଚୌହାନଙ୍କ ଭୂମିକାରେ ସରକାରଙ୍କ ରାଜନୈତିକ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥିବା କୁହାଯାଏ। ଏବେ ସେ ତିନି ସେନାରେ ସୈନ୍ୟ ଭର୍ତ୍ତି କରିବା ପାଇଁ ସରକାରଙ୍କ ବିବାଦୀୟ ଅଗ୍ନିପଥ ନୀତିକୁ ଲାଗୁ କରିବା ଲାଗି ସୁଯୋଗ ପାଇଛନ୍ତି। ଏହି ଗୋଟିଏ ନୁହେଁ, ଆଗକୁ ଅନେକ ଆହ୍ବାନ ତାଙ୍କୁ ସାମ୍ନା କରିବାକୁ ପଡ଼ିବ। ସବୁଠୁ ବଡ଼ ପ୍ରଶ୍ନ ହେଉଛି, ପୂର୍ବବର୍ତ୍ତୀ ସୁଧାର ପ୍ରତି ସେ କେତେ ଗୁରୁତ୍ୱ ଦେବେ ଏବଂ କ’ଣ ସବୁ ନୂଆ କରିବେ ତାହା ଆମେ ଖୁବ୍‌ ଶୀଘ୍ର ଜାଣିପାରିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri