ବାବୁଙ୍କ ଭୟ

Dillip Cherian

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ କହନ୍ତି, ନିକଟରେ କେନ୍ଦ୍ର ଆଇଏଏସ୍‌ ଅଧିକାରୀମାନଙ୍କର ଏମ୍ପାନେଲ୍‌ମେଣ୍ଟ ପଲିସି ବା ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତି ନୀତିିକୁ ସଂଶୋଧନ କରିବା ପରେ ଯୁବ ଅଧିତ୍କାରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଯଦି କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ବା ବୁଝାମଣା ନ ହୁଏ, ତେବେ ସେମାନଙ୍କ କ୍ୟାରିୟର ବିପଦରେ ପଡ଼ିବ ବୋଲି ଆଶଙ୍କା କରୁଛନ୍ତି। ଏହି ସଂଶୋଧିତ ନୀତିରେ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ଭବିଷ୍ୟତରେ ଦିଲ୍ଲୀରେ ଯୁଗ୍ମ ସଚିବ ପଦବୀ ପାଇବା ଲାଗି ଯୋଗ୍ୟତାର ଆଧାର ଦର୍ଶାଯାଇଛି। ଏଥିପାଇଁ ନିଜ କ୍ୟାଡର୍‌ ରାଜ୍ୟରେ ଚାକିରିର ପ୍ରଥମ ୧୬ ବର୍ଷ ପୂରଣ କରିବା ପୂର୍ବରୁ ସେମାନଙ୍କ ଲାଗି ୨ ବର୍ଷର ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ର ପ୍ରତିନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ଓ ରାଜ୍ୟରେ ସମାନ ଦଳ ଶାସନରେ ରହିଲେ କିଛି ସମସ୍ୟା ଉପୁଜିବ ନାହିଁ। କିନ୍ତୁ ଯଦି ଉଭୟ କ୍ଷେତ୍ରରେ ତୀବ୍ର ରାଜନୈତିକ ଶତ୍ରୁତା ଆଚରଣ କରୁଥିବା ଦଳ କ୍ଷମତାରେ ରହନ୍ତି ତେବେ ସମସ୍ୟା ଦେଖାଦେବ,ଯାହା ଘଟିଛି ପଶ୍ଚିମବଙ୍ଗରେ। କହିବାକୁ ଗଲେ ଏଭଳି ରାଜନୈତିକ ବିବାଦରେ ବାବୁମାନେ ଫସିଯାଉଛନ୍ତି। ସଂଘୀୟ ବ୍ୟବସ୍ଥାର ଏହା ଏକ ଅନିବାର୍ଯ୍ୟ ବିଶେଷତା କି ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏବେ ବାବୁଙ୍କ ମନରେ ସୃଷ୍ଟି କରାଯାଇଥିତ୍ବା ଭୟ ଏମିତି କିଛି ନୁହେଁ ଯାହା ଏହି ସଙ୍କଟ ସମୟରେ ଉତ୍ତମ ପ୍ରଶାସନକୁ ସହାୟକ ହେବ।
ଆଇଏଫ୍‌ଏସ୍‌ଙ୍କ ବିଜୟ
ଲ୍ୟୁଟିୟନ୍ସ ଦିଲ୍ଲୀରେ ଯେ କେବଳ ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆ ଘର ପାଉଛନ୍ତି ତାହା ନୁହେଁ,ଅନ୍ୟମାନେ ବି ଏଠାରେ ଘର ପାଇବେ। ଯଦିଓ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟରେ ନ ଥାଇ ବି ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଧକାରୀମାନେ କିମ୍ବା ଅତି କମ୍‌ରେ କିଛି ଭାଗ୍ୟଶାଳୀ ଅଧିତ୍କାରୀ ୨୦୨୩ ସୁଦ୍ଧା ବଢିଆ ନୂଆ ଘର ପାଇପାରନ୍ତି ବୋଲି କୁହାଯାଉଛି। ଉକ୍ତ ମନ୍ତ୍ରଣାଳୟ ୯୭ ଅତ୍ୟାଧୁନିକ ଘର ଗୋୟଲ ମାର୍କେଟ ଅଞ୍ଚଳରେ ନିର୍ମାଣ କରୁଛି। ବିଶେଷ କରି ସରକାରଙ୍କ ଦ୍ୱାରା ନିର୍ମିତ ଶସ୍ତା ଘରକୁ ନେଇ ଏହି ଅଞ୍ଚଳ ଜଣାଶୁଣା। କିନ୍ତୁ ଏହା ଏବେ ଆଧୁନିକ ବେଲ୍‌ ଏବଂ ହ୍ବିସିଲ ଥିବା ଉଚ୍ଚ କ୍ଷମାସମ୍ପନ୍ନ କୂଟନୈତିକ ପରିପୂର୍ଣ୍ଣ ଅଞ୍ଚଳ ହେବାକୁ ଯାଉଛି, ଯାହାଦ୍ୱାରା କ୍ଷମତାଶାଳୀ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଧିତ୍ତ୍କାରୀମାନେ ବିଦେଶରେ କାର୍ଯ୍ୟ କରୁଥିବା ସମୟରେ ଯେଭଳି ଜୀବନଶୈଳୀରେ ରହନ୍ତି ସେଭଳି ପରିବେଶ ଉପଭୋଗ କରିବେ। ସମ୍ଭବତଃ ମୋଦି ସରକାରଙ୍କର ଏହି ରେସିଡେନ୍‌ସିଆଲ ପ୍ରୋଜେକ୍ଟ ଏକ ବିଳମ୍ବିତ ଅଭିଯାନ। ଏହା ଆରମ୍ଭ କରି ସୂଚେଇ ଦେବାକୁ ଚାହାନ୍ତି ଯେ,ସରକାର ଭାରତୀୟ ବିଦେଶ ସେବାକୁ ଅଣଦେଖା କରନ୍ତି ନାହିଁ। ଏଇ ନିକଟରେ କିଛି ବର୍ଷ ହେବ ଆଇଏଏସ୍‌ କ୍ଲବ ଦଶନ୍ଧି ଦଶନ୍ଧି ଧରି ଉପଭୋଗ କରୁଥିତ୍ବା ବିଶିଷ୍ଟତାକୁ ଧୀରେ ଧୀରେ କମାଇବାକୁ ଅନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିଛନ୍ତି ଓ ଆଇଏଫ୍‌ଏସ୍‌ ଏବେ ତା’ଭାଗ ପାଉଛି। ଦିଲ୍ଲୀରେ ଏକ ସରକାରୀ ଘର ପାଇବା ଓ ତା’ର ଅବସ୍ଥିତି ସମ୍ପର୍କରେ ଯେ କୌଣସି ସରକାରୀ ବାବୁ ତୁମକୁ କହିବେ। କିନ୍ତୁ ଏବେ ଆଇଏଫ୍‌ଏସ୍‌ ଘର ପାଇବା ଓ ତା’ର ଅବସ୍ଥିତିକୁ ନେଇ ଏକ କୂଟନୈତିକ ବିଜୟ ହାସଲ କରିଥିବା ଜଣାପଡ଼ୁଛି।
ଅଯଥା ହୋହଲ୍ଲା
କର୍ନାଟକ କୋଭିଡ୍‌ ମହାମାରୀ ସଙ୍କଟକୁ ସାମ୍ନା କରୁଥିବା ବେଳେ ଦୁଇ ମହିଳା ଆଇଏଏସ୍‌ ଅଧିତ୍କାରୀ ବିବାଦରେ ଲାଗିପଡ଼ିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଯେଉଁ ବିବାଦକୁ ସହଜରେ ଟାଳି ଦିଆଯାଇ ପାରିଥାଆନ୍ତା ତାକୁ ନେଇ ହୋହଲ୍ଲା ସୃଷ୍ଟି କରିଛନ୍ତି। ମହୀଶୂର କର୍ପୋରେଶନ କମିଶନର ଶିଳ୍ପା ନାଗ୍‌ ତାଙ୍କଠୁ ବରିଷ୍ଠ ତଥା ଜିିଲାର ଡେପୁଟି କମିଶନର ରୋହିଣୀ ସୁନ୍ଦରୀ ଦସାରିଙ୍କ ବିରୋଧରେ ଅଭିଯୋଗ ଆଣି ଆଇଏଏସ୍‌ରୁ ଇସ୍ତଫା ଦେଇଛନ୍ତି। ମହାମାରୀ ପରିଚାଳନା ପାଇଁ ତାଙ୍କ ଅଭିଯାନରେ ଦସାରି ହସ୍ତକ୍ଷେପ କରିଥିତ୍ବା ଅଭିଯୋଗ ଆଣିଛନ୍ତି ନାଗ୍‌। ନାଗ୍‌ଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ କି ଆଗକୁ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଜଣାଇ ଦେଇଛନ୍ତି । କିନ୍ତୁ ସୂତ୍ରରୁ ଜଣାପଡିଛି ଯେ, ନାଗ୍‌ ତାଙ୍କ ସପକ୍ଷରେ ଅନେକଙ୍କୁ ଏକାଠି କରିପାରିଛନ୍ତି। ଏପରି କି ଅନ୍ୟ ସିଟି କର୍ପୋରେଟର୍‌ମାନେ ମଧ୍ୟ ଦସାରିଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରୁଛନ୍ତି। ଏହି ଅଭିଯୋଗକୁ ଦସାରି ଅସ୍ବୀକାର କରି କହିଛନ୍ତି ଯେ ସେ କେବଳ ତାଙ୍କ ଓ୍ବାର୍ଡରୁ ପ୍ରାପ୍ତ କାଭିଡ୍‌ର ବିରୋଧାମତ୍କ ବା ଅସଙ୍ଗତ ତଥ୍ୟ ସମ୍ପର୍କରେ ସ୍ପଷ୍ଟ କରିବାକୁ ନାଗ୍‌ଙ୍କୁ କହିଥିତ୍ଲେ। ସହରାଞ୍ଚଳରେ କୋଭିଡ୍‌ ପରିଚାଳନା ପାଇଁ ସିଏସ୍‌ଆର୍‌ ପାଣ୍ଠିକୁ ସୀମିତ ରଖିବା ବଦଳରେ ସାରା ଜିଲା ପାଇଁ ଏହାକୁ ଉପଯୋଗ କରିବାକୁ ଦସାରି ଜୋର୍‌ ଦେବା ଯୋଗୁ ଦୁଇ ବରିଷ୍ଠ ଆଇଏଏସ୍‌ ଅଧିତ୍କାରୀଙ୍କ ମଧ୍ୟରେ ଏହି ବିବାଦ ଉପୁଜିଛି ବୋଲିି ବିଶ୍ୱାସ କରାଯାଉଛି। ଏହି ସମୟରେ ବିବାଦକୁ ଶିଥିଳ କରିବା ପାଇଁ ରାଜ୍ୟ ସରକାର ଦୁଇ ଅଧିକାରୀଙ୍କୁ ବଦଳି କରିଛନ୍ତି। ଦସାରି ଏବେ ହିନ୍ଦୁ ରିଲିଜିୟସ ଆଣ୍ଡ୍‌ ଚାରିଟେବଲ ଏଣ୍ଡାଓମେଣ୍ଟସ୍‌ର ନୂଅ କମିଶନର ହେବେ ଓ ନାଗ୍‌ଙ୍କୁ ଗ୍ରମ୍ୟ ବିକାଶ ଓ ପଞ୍ଚାୟତିରାଜ ବିଭାଗରେ ଇ-ଗଭର୍ନାନସ୍‌ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କୁହାଯାଇପାରେ ଯେ,ଏହି ବିବାଦକୁ ଆରମ୍ଭରୁ ରୋକାଯାଇ ସମସ୍ୟାକୁ ସରକାରୀ ସ୍ତରରେ ବିନା ହୋହଲ୍ଲାରେ ସମାଧାନ କରାଯାଇପାରିଥଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri