ଲକ୍ଷ୍ୟପଥରେ ବାବୁ

Dillip Cherian

ବହୁ ସମୟରେ ଆଇଏଏସ୍‌ ଅଧିକାରୀମାନେ ପ୍ରାପ୍ତ ସୁବିଧାସୁଯୋଗର ଦୁରୁପଯୋଗ କରିବା କିମ୍ବା ରାଜନୈତିକ ଗୁରୁଙ୍କ ଦ୍ୱାରା ନିୟନ୍ତ୍ରିତ ବା ପ୍ରଭାବିତ ହେଉଥିବା ଯୋଗୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ଲକ୍ଷ୍ୟ କରାଯାଏ। ଅପରପକ୍ଷେ ନୀରବରେ କାମ କରି ପ୍ରଶଂସିତ ହେଉଥିବା ଅନେକ ଆଇଏଏସ୍‌ ଅଧିକାରୀ ମଧ୍ୟ ବହୁ ସମୟରେ ପ୍ରସିଦ୍ଧି ଲାଭ କରି ନ ଥାନ୍ତି । ଏଭଳି ସ୍ଥିତିରେ ବି ଆଇଏଏସ୍‌ ଅଧିକାରୀମାନେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ଲାଭ କରିବା ବିଷୟ କ୍ୱଚିତ ସାମ୍ନାକୁ ଆସେ। ଏମାନଙ୍କ ମଧ୍ୟରେ ରହିଛନ୍ତି ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଧିକାରୀ ସନ୍ଦୀପ ବର୍ମା। ତାଙ୍କୁ ଡାଟା ଆନାଲିଟିକ୍ସ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ‘ବେଷ୍ଟ ପେପର’ ପୁରସ୍କାର ପାଇବାକୁ ଚୟନ କରାଯାଇଥିଲା। ଏହି ସମ୍ମିଳନୀ ଅରୁଣ ଜେଟଲୀ ନ୍ୟାଶ୍‌ନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍‌ସିଆଲ ମ୍ୟାନେଜ୍‌ମେଣ୍ଟ ଦ୍ୱାରା ଆୟୋଜିତ ହୋଇଥିଲା। ରାଜସ୍ଥାନର ରାଜ୍ୟ ସଡ଼କ ପରିବହନ ନିଗମର ସିଏମ୍‌ଡି ଭାବେ ବର୍ମା ଏବେ କାର୍ଯ୍ୟରତ। ବାବୁ ପରିସରରେ ବର୍ମା ପବ୍ଲିକ ପ୍ରୋକ୍ୟୁରମେଣ୍ଟ ସିଷ୍ଟମ୍‌ ବା ସାର୍ବଜନୀନ କ୍ରୟ ପ୍ରକ୍ରିୟାର ଜଣେ ବିଶେଷଜ୍ଞ ଭାବେ ବେଶ୍‌ ଜଣାଶୁଣା। ତାଙ୍କ କ୍ୟାରିୟରରେ ବର୍ମା ପ୍ରତିରକ୍ଷା କ୍ରୟ, ସରକାରୀ ଚୁକ୍ତି ତଥା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର ବିଭିନ୍ନ ପ୍ରସଙ୍ଗରେ ପାଖାପାଖି ୨,୦୦୦ ବରିଷ୍ଟ ଆଇଏଏସ୍‌ ଅଧିକାରୀ ଓ ସେନା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେ ମଧ୍ୟ ସାମରିକ କ୍ରୟ ପ୍ରକ୍ରିୟାକୁ ପ୍ରଭାବିତ କରିଛନ୍ତି ଏବଂ ଆସାମ ସରକାରଙ୍କ ସମେତ ଅନ୍ୟମାନଙ୍କ ପାଇଁ ସାର୍ବଜନୀନ କ୍ରୟ ନିୟମାବଳୀର ଚିଠା ପ୍ରସ୍ତୁତିରେ ସାହାଯ୍ୟ କରିଛନ୍ତି। ରାଜସ୍ଥାନରେ ଗୃହ ସଚିବ ଭାବେ ତାଙ୍କ କାର୍ଯ୍ୟକାଳ ଏବଂ ଅନ୍ୟ ପଦବୀରେ ଥିବା ସମୟରେ ସରକାରୀ ବିଭାଗଗୁଡ଼ିକର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଦକ୍ଷତା ବୃଦ୍ଧି କରିବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି।
ସ୍ପଷ୍ଟ ସଙ୍କେତ
ଦୁର୍ନୀତିରେ ଅଭିଯୁକ୍ତ ଯେକୌଣସି ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଏବଂ ବିଭାଗୀୟ ତଦନ୍ତଗୁଡ଼ିକ କରିବା ପାଇଁ ଲାଗି ଗୁଜରାଟ ଗୃହ ବିଭାଗ ଦୁଇ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଅନୁପ କୁମାର ସିଂ ଓ କେଶବ କୁମାରଙ୍କୁ ନିଯୁକ୍ତି ଦେଇଛି। ଗୃହ ବିଭାଗରେ ଅଧିକାରୀମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ଏଭଳି ସବୁ ତଦନ୍ତ କରାଯିବାର ପରମ୍ପରା ଥିବାରୁ ସରକାରଙ୍କ ଏହି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏବେ କେତେକ ଘଟଣାରେ ଶୀର୍ଷ ପଦବୀରେ ଥିବା ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟରତ ଅନ୍ୟ ଆଇପିଏସ୍‌ ଅଧିକାରୀମାନେ ତଦନ୍ତ କରିବାର କେତେକ ଦୃଷ୍ଟାନ୍ତ ରହିଛି। ନିକଟରେ ଦୁର୍ନୀତି ଅଭିଯୋଗର ଏକ ତଦନ୍ତ ରିପୋର୍ଟ ଆଧାରରେ ରାଜକୋଟର ପୂର୍ବତନ ପୋଲିସ କମିଶନର ମନୋଜ ଅଗ୍ରଓ୍ବାଲଙ୍କୁ ଷ୍ଟେଟ୍‌ ରିଜର୍ଭ ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଭାବେ ବଦଳି କରାଯାଇଥିତ୍ଲା। କାର୍ଯରତ ଆଇପିଏସ୍‌ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱରେ ବ୍ୟସ୍ତ ରହିବା ଯୋଗୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟୁଛି ଓ ଏହି କାରଣରୁ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ଚୟନ କରାଯାଇଛି ବୋଲି କୁହାଯାଉଛି। ଅତିରିକ୍ତ ମୁଖ୍ୟ ସଚିବ( ଗୃହ) ରାଜ କୁମାର ସ୍ବୀକାର କରିଛନ୍ତି ଯେ, ଅନ୍ୟ ଜଣେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀମାନେ ପ୍ରାଥମିକ କିମ୍ବା ବିଭାଗୀୟ ତଦନ୍ତ କରିବା ଯୁକ୍ତିଯୁକ୍ତ ନୁହେଁ ଓ ଏହାଦ୍ୱାରା ତଦନ୍ତରେ କିଛି ବୁଝାମଣା ହୋଇପାରେ। ଏଣୁ ସରକାର ରାଜ୍ୟର ବରିଷ୍ଠ ପୋଲିସ ଅଧିତ୍କାରୀମାନଙ୍କ ବିରୋଧରେ ତଦନ୍ତଗୁଡ଼ିକରେ ନିରପେକ୍ଷତା ଚାହାନ୍ତି ବୋଲି ସିଂ ଓ କୁମାରଙ୍କୁ ନିଯୁକ୍ତି ଦେଇ ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
କେନ୍ଦ୍ର ଓ କ୍ୟାଡର ରୁଲ୍‌
ସର୍ବଭାରତୀୟ ସେବା (ଏଆଇଏସ୍‌) ଅଧିକାରୀମାନଙ୍କ ଘୋର ଅଭାବ ଏବେ କେନ୍ଦ୍ର ସାମ୍ନା କରୁଛି ଓ ଆଗକୁ ଲମ୍ବା ସମୟ ଯାଏ ଏହା ଲାଗି ରହିବା ସମ୍ଭାବାନା ରହିଛି। ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ (ଭାରତୀୟ ବନସେବା ଅଧିକାରୀ)ମାନଙ୍କୁ ସେମାନଙ୍କ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ବିନା ଅନୁମୋଦନରେ କେନ୍ଦ୍ରୀୟ ଡେପୁଟେଶନରେ ନେବାର ପ୍ରସ୍ତାବ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି ବୋଲି ଜାଣିବାକୁ ମିଳିଛି। ୨୦୨୧ରେ ମଧ୍ୟମ ସ୍ତରର ୧୦ % ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସରକାରରେ ଅବସ୍ଥାପିତ କରାଯାଇଥିଲା। ୨୦୧୪ରେ କିନ୍ତୁ ଏହା ଥିଲା ୧୪ %। ଏବେ ବିଭିନ୍ନ ମନ୍ତ୍ରଣାଳୟରେ ୨୩ ଜଣ ଯୁଗ୍ମ ସଚିବ ସ୍ତରୀୟ ଅଧକାରୀଙ୍କ ନିଯୁକ୍ତିରୁ ସଙ୍କଟର ଗମ୍ଭୀରତାକୁ ସୂଚିତ କରେ। ଏମାନଙ୍କ ମଧ୍ୟରେ ମାତ୍ର ୬ ଜଣ ଆଇଏଏସ୍‌ ଅଧିକାରୀ ଅଛନ୍ତି ଏବଂ ଜଣେ ଆସିଛନ୍ତି ଆଇପିଏସ୍‌ରୁ। ଅଧିକାଂଶ ଅଧିକାରୀ ହେଉଛନ୍ତି କେନ୍ଦ୍ରୀୟ ସେବାଗୁଡ଼ିକର। ଏବକାର ଅଭାବର କାରଣ ଏକ ଆର୍‌ଟିଆଇ ପ୍ରଶ୍ନରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟ)ଦେଇଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି। ଡିଓପିଟି କହିଛି ଯେ, ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବାକି ରହିଛି । ଏଥିରୁ ଜଣାପଡ଼ୁଛି ଯେ, ରାଜ୍ୟରେ ଅଧିକାରୀମାନଙ୍କ ପକ୍ଷରୁ ତୀବ୍ର ପ୍ରତିରୋଧ ହେବା ଦ୍ୱାରା କେନ୍ଦ୍ର ପ୍ରସ୍ତାବକୁ ବନ୍ଦ ରଖିତ୍ଛି। ଓଡ଼ିଶା, ମେଘାଳୟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଏବଂ ତେଲଙ୍ଗାନା ଭଳି ୮ଟି ରାଜ୍ୟ କେନ୍ଦ୍ରର ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। ରାଜନୈତିକ ତ୍ରୁଟି ମଧ୍ୟ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ପାଇଁ, ଆଉ ଆଗକୁ ନ ଯିବା ଲାଗି କେନ୍ଦ୍ର ଦୃଢ ନିଷ୍ପତ୍ତି ନେଇଛି। ପୁଣି ଥରେ ଯଦି ଏହି ସମସ୍ୟା ଉପରେ ଧ୍ୟାନ ଦେବ ,ତେବେ ଲଢେଇ ନିଶ୍ଚିତ ଭାବେ ଆରମ୍ଭ ହୋଇଯିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri