Posted inଖେଳ

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ ଦଳର ଅଧିନାୟକ ପଦରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ପୁଣିଥରେ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ ଦଳ ପ୍ରଥମେ ୱେଷ୍ଟଇଣ୍ଡିଜ ଗସ୍ତ କରି ସେଠାରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଏବଂ ଏହା ପରେ ତୁରନ୍ତ ଇଂଲଣ୍ଡ ଗସ୍ତ କରି ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।

ପିସିବି ଶାନ ମସୁଦଙ୍କୁ ଅଧିନାୟକ ପଦରୁ ହଟାଇ ବାବର ଆଜମଙ୍କୁ ପୁଣି ଦାୟିତ୍ୱ ଦେଇଛି। ୨୦୨୩ ଶେଷ ଆଡ଼କୁ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବାବର ଏବେ ପୁଣିଥରେ ଟେଷ୍ଟ ଟିମ୍‌ର ମଙ୍ଗ ଧରିବେ। ବାବର ଏପର୍ଯ୍ୟନ୍ତ ୨୦ଟି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ସେଥିରୁ ୧୦ଟିରେ ଦଳ ବିଜୟୀ ହୋଇଛି। ଅପରପକ୍ଷରେ, ମସୁଦଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୧୬ଟି ଟେଷ୍ଟ ମ୍ୟାଚ୍ରୁ ୧୨ଟିରେ ପରାଜୟର ସାମ୍ନା କରିଥିଲା, ଯାହା ଏହି ପରିବର୍ତ୍ତନର ମୁଖ୍ୟ କାରଣ ସାଜିଛି।

ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ବାମହାତୀ ସ୍ପିନର ଅଲି ଉସମାନ, ଡାହାଣହାତୀ ବ୍ୟାଟର ମହମ୍ମଦ ଆୱେସ ଜାଫର, ଡାହାଣହାତୀ ଦ୍ରୁତ ବୋଲର ଉବାଇଦ ଶାହା ଏବଂ ଉଇକେଟକିପର ବ୍ୟାଟର ମହମ୍ମଦ ଗାଜି ଘୋରୀଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ସିଲେକସନ କମିଟି ୱେଷ୍ଟଇଣ୍ଡିଜ ପାଇଁ ୧୬ ଜଣିଆ ଏବଂ ଇଂଲଣ୍ଡ ଗସ୍ତ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ସଉଦ ଶକିଲଙ୍କୁ ୧୭ତମ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ ଦଳରେ ରଖାଯାଇଛି, ହେଲେ ତାଙ୍କ ଖେଳିବା ଫିଟନେସ ରିପୋର୍ଟ ଉପରେ ର୍ନିଭର କରିବ।

ଗସ୍ତ ପାଇଁ ପାକିସ୍ତାନ ଦଳ:

  • ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ (୧୬ ଜଣିଆ ଦଳ): ବାବର ଆଜମ (ଅଧିନାୟକ), ଆମିର ଜମାଲ, ଅବଦୁଲ୍ଲା ଫଜଲ, ଅଲି ଉସମାନ, ଅଜାନ ଆୱେସ, ଇମାମ ଉଲ୍ ହକ, ଖୁର୍ରମ ଶହଜାଦ, ମହମ୍ମଦ ଆବ୍ବାସ, ମହମ୍ମଦ ଅଲି, ମହମ୍ମଦ ରିଜୱାନ (ଉଇକେଟକିପର), ମହମ୍ମଦ ଆୱେସ ଜାଫର, ମହମ୍ମଦ ଗାଜି ଘୋରୀ (ଉଇକେଟକିପର), ସାଜିଦ ଖାନ, ସଲମାନ ଅଲି ଆଗା, ଶାନ ମସୁଦ ଏବଂ ଉବାଇଦ ଶାହା।

  • ଇଂଲଣ୍ଡ ଗସ୍ତ ପାଇଁ (୧୭ ଜଣିଆ ଦଳ): ବାବର ଆଜମ (ଅଧିନାୟକ), ଆମିର ଜମାଲ, ଅବଦୁଲ୍ଲା ଫଜଲ, ଅଲି ଉସମାନ, ଅଜାନ ଆୱେସ, ଇମାମ ଉଲ୍ ହକ, ଖୁର୍ରମ ଶହଜାଦ, ମହମ୍ମଦ ଆବ୍ବାସ, ମହମ୍ମଦ ଅଲି, ମହମ୍ମଦ ରିଜୱାନ (ଉଇକେଟକିପର), ମହମ୍ମଦ ଆୱେସ ଜାଫର, ମହମ୍ମଦ ଗାଜି ଘୋରୀ (ଉଇକେଟକିପର), ସାଜିଦ ଖାନ, ସଲମାନ ଅଲି ଆଗା, ସଉଦ ଶକିଲ (ଫିଟନେସ ଆଧାରରେ), ଶାନ ମସୁଦ ଏବଂ ଉବାଇଦ ଶାହା।

ମ୍ୟାଚ୍ ସୂଚୀ:

ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍:

  • ପ୍ରଥମ ଟେଷ୍ଟ: ୨୫ ରୁ ୨୯ ଜୁଲାଇ (ବ୍ରାୟନ ଲାରା କ୍ରିକେଟ ଏକାଡେମୀ, ତାରୌବା)

  • ଦ୍ୱିତୀୟ ଟେଷ୍ଟ: ୨ ରୁ ୬ ଅଗଷ୍ଟ (କ୍ୱିନ୍ସ ପାର୍କ ଓଭାଲ, ପୋର୍ଟ ଅଫ୍ ସ୍ପେନ)

ଇଂଲଣ୍ଡ ଟେଷ୍ଟ ସିରିଜ୍:

  • ପ୍ରଥମ ଟେଷ୍ଟ: ୧୯ ରୁ ୨୩ ଅଗଷ୍ଟ (ଲିଡ୍ସ)

  • ଦ୍ୱିତୀୟ ଟେଷ୍ଟ: ୨୭ ରୁ ୩୧ ଅଗଷ୍ଟ (ଲର୍ଡସ)

  • ତୃତୀୟ ଟେଷ୍ଟ: ୯ ରୁ ୧୩ ସେପ୍ଟେମ୍ବର (ବର୍ମିଂହାମ)

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?