‘ଡକ୍ଟର ଜୀ’ରେ ଆୟୁଷ୍ମାନଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: କରୋନା ମହାମାରୀ କାରଣରୁ ବଲିଉଡରେ ଶୁଟିଂ ବନ୍ଦ ଥିଲା । ଏବେ କିଛିଦିନ ହେବ ଶୁଟିଂ ପାଇଁ ଅନୁମତି ମିଳିବା ପରେ ପଡି ରହିଥିବା କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡକ୍ଟର ଜୀ’ର ଫାଷ୍ଟ ଲୁକ । ଏହି ଫିଲ୍ମର ଶୁଟିଂ ପାଇଁ ଅଭିନେତା ଏବେ ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି । ଏବେ ଆୟୁଷ୍ମାନ ଶୁଟିଂ ସେଟରୁ ଫିଲ୍ମରେ ନିଜର ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଉକ୍ତ ଫଟୋରେ ଆୟୁଷ୍ମାନ ହାତରେ ଏକ ପୁସ୍ତକ ଧରିଥିବା ବେଳେ ହସ ହସ ମୁହଁରେ ଯେମିତି କୁଆଡେ ବାହାରୁ ଥିବା ଦେଖାଯାଇଛି । ପୁଣି କଲେଜ କ୍ୟାମ୍ପସରେ ଥିବା ଭଳି ନଜର ଆସୁଛି । ଡାକ୍ତରମାନେ ପିନ୍ଧୁ ଥିବା କୋଟ ସହ ଏକ ଷ୍ଟେଥୋ ବି ଧରିଛନ୍ତି । ଆଉ ସେ ଯେଉଁ ବହିଟି ଧରିଛନ୍ତି ସେଥିରେ ଲେଖାଯାଇଛି ସ୍ତ୍ରୀ ରାଗ ଚିକିତ୍ସା । ଏଥିରୁ ଅନୁମାନ କରାଯାଉଛି କି ଆୟୁଷ୍ମାନ ଏଥିରେ ଜଣେ ଗାୟନେକୋଲଜିଷ୍ଟ ଭୂମିକାରେ ନଜର ଆସିବେ । ଏହି ଫଟୋକୁ ଶେୟାର କରିବା ସହ ସେ ଲେଖିଛନ୍ତି, ଡାକ୍ତର ପ୍ରସ୍ତୁତ ହୋଇ ବାହାରିଲେ , ଏବେ ହେବ ଶୁଟିଂ । ଜଙ୍ଗଲି ପ୍ରଡକସନ୍ ବ୍ୟାନରେ ନିର୍ମାଣ କରାଯାଉଛି ଏହି ଫିଲ୍ମ । ଅବଶ୍ୟ ଏହି ବ୍ୟାନରରେ ଆୟୁଷ୍ମାନଙ୍କର ଏହା ତୃତୀୟ ଫିଲ୍ମ । ଏହି ବ୍ୟାନରରେ ପୂର୍ବରୁ ଆୟୁଷ୍ମାନ ‘ବରେଲି କି ବର୍ଫି’ ଓ ‘ବଧାଇ ହୋ’ ରେ କାମ କରି ସାରିଛନ୍ତି । ଏଥିରେ ଆୟୁଷ୍ମାନଙ୍କ ବ୍ୟତିତ ରକୁଲ ପ୍ରିତ ସିଂ ମୁଖ୍ୟ ଭୂମିକାରେ ଦେଖାଦେବେ । ରକୁଲ ଓ ଆୟୁଷ୍ମାନ ଏହି ଫିଲ୍ମ ମାଧ୍ୟମରେ ପ୍ରଥମ କରି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ଅନୁଭୂମି କଶ୍ୟପ । ଏହା ଏକ କ୍ୟାମ୍ପସ କମେଡି ଡ୍ରାମା ଫିଲ୍ମ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri